ସତ୍ୟବାଦୀ ଆଳିସ ଗାଁରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୩୦ ବଖରାରୁ ଉର୍ଦ୍ଧ୍ବ ଘର, 15 ପରିବାରକୁ ସର୍ବସ୍ୱାନ୍ତ କରିଦେଲା ସର୍ବଗିଳା ନିଆଁ - satyabadi FIRE INCIDENT

By ETV Bharat Odisha Team

Published : Aug 27, 2024, 5:37 PM IST

thumbnail
SATYABADI FIRE INCIDENT (ETV Bharat Odisha)

SATYABADI FIRE INCIDENT: ନିମାପଡ଼ା: ସତ୍ୟବାଦୀ ଆଳିସ ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୩୦ ବଖରାରୁ ଉର୍ଦ୍ଧ୍ବ ଘର । ବିଳମ୍ବିତ ରାତିରେ ଜଳିପୋଡି ପାଉଁଶ ହୋଇଗଲା ପାଉଁଶ ଗାଁ । ବିଭିନ୍ନ ଆସବାପାତ୍ର ସହ ବାଇକ୍ ଜଳିପୋଡି ପାଉଁସ ହୋଇଥିବାବେଳେ ୩ଟି ଗାଇ-ଗୋରୁ ଜୀବନ ଦଗ୍ଧ ହୋଇଛନ୍ତି । ଏହି ଅଗ୍ନିକାଣ୍ଡରେ ଜଣେ ଲୋକ ଗୁରୁତର ହୋଇଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ହୁତୁହୁତୁ ହୋଇ ଜଳୁଥିବା ନିଆଁକୁ ଆୟତ କଲେ ଗ୍ରାମବାସୀ । ୧୫ ଜଣ ପରିବାରଙ୍କ ସମ୍ପୁର୍ଣ୍ଣ ଘର ପୋଡି ପାଉଁସ ହୋଇଯାଇଛି । ଖୋଲା ଆକାଶ ତଳେ ଅଗ୍ନିବିପନ୍ନ ।

ଅଗ୍ନିକାଣ୍ଡ ଘଟି ୧୫ ପରିବାରର ପ୍ରାୟ ୨୦ ବଖରା ଘର ପୋଡ଼ି ନଷ୍ଟ ହୋଇଛି । ଅଗ୍ନିକାଣ୍ଡରେ ବାଇକ, ସାଇକେଲ, ଧାନ ଚାଉଳ ସହିତ ଲକ୍ଷାଧିକ ଟଙ୍କାର ଆସବା ପାତ୍ର ପୋଡ଼ି ନଷ୍ଟ ହୋଇଛି । ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବାବେଳେ ଅଗ୍ନିବିପନ୍ନଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ଜଳିଗଲା ଦୁଇ ମଦ ବୋଝେଇ ଟ୍ରକ, ସରକାରୀ ଡିପୋରେ ଥିବା ବେଳେ ଅଗ୍ନିକାଣ୍ଡ - Fire In Liquor Truck

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.