ସରକାରୀ ହସ୍ପିଟାଲରେ ବ୍ୟାପକ କେଳେଙ୍କାରୀ, ମ୍ୟାନେଜର ବହିଷ୍କୃତ - Manager Mohit Srivastava Suspended

By ETV Bharat Odisha Team

Published : Jul 28, 2024, 10:49 PM IST

thumbnail
MANAGER MOHIT SRIVASTAVA SUSPENDED (ETV Bharat Odisha)

MANAGER MOHIT SRIVASTAVA SUSPENDED: ରାଉରକେଲା: ସରକାରୀ ହସ୍ପିଟାଲରେ ବ୍ୟାପକ ଦୁର୍ନୀତି । ବହିଷ୍କାର ହେଲେ ହସ୍ପିଟାଲ ମ୍ୟାନେଜର । ତଦନ୍ତ ପରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ କରାଗଲା ବହିଷ୍କାର । ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍)ର ଲଣ୍ଡ୍ରି, ମର୍ଗହାଉସ୍‌ର ଫ୍ରିଜ୍‌ର, ସିକ୍ୟୁରିଟି ଓ ପରିମଳ ବ୍ୟବସ୍ଥାରେ ହୋଇଥିବା ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଦୁର୍ନୀତିରେ ସମ୍ପୃକ୍ତ ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବସ୍ତାବଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ବ୍ୟାପକ ଅନିୟମିତତା, ଖରାପ ଆଚରଣ, ଉଚ୍ଚପଦାଧିକାରୀଙ୍କୁ ଅବଜ୍ଞ, କର୍ତ୍ତବ୍ୟରେ ଅବହେଳା, ବିଶ୍ବାସ ଭଙ୍ଗ ଅଭିଯୋଗରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ମିସନ୍ ନିର୍ଦ୍ଦେଶାଳୟ ତରଫରୁ ସୂଚନା ଦିଆଯାଇଛି । 

 ମ୍ୟାନେଜର ମୋହିତ ଶ୍ରୀବାସ୍ତଙ୍କ କେଲେଙ୍କାରୀ:

ତଦନ୍ତ ପରେ ଜାତୀୟ ସ୍ବାସ୍ଥ୍ୟ ମିଶନ୍ (ଏନ୍‌ଏଚ୍ଏମ୍)ର ମିଶନ୍ ନିର୍ଦ୍ଦେଶକ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତଦନ୍ତକାରୀ ଟିମ । କାରଣ ଦର୍ଶାଅ ନୋଟିସ୍‌ର ସନ୍ତୋଷଜନକ ଉତ୍ତର ନମିଳିବା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଶୁଣାଣିରେ ମଧ୍ୟରେ ନିଜ ପକ୍ଷ ଠିକ୍‌ରେ ଉପସ୍ଥାପନ କରି ନପାରିବାରୁ ମ୍ୟାନେଜର୍‌ ମୋହିତ ଶ୍ରୀବାସ୍ତବଙ୍କ ଚାକିରିରୁ NHM ନିର୍ଦ୍ଦେଶକ ବହିଷ୍କାର କରିଛନ୍ତି । ତେବେ ରାଉରକେଲା ସରକାରୀ ହସ୍ପିଟାଲ(ଆର୍‌ଜିଏଚ୍) ମର୍ଗହାଉସ୍ ପାଇଁ ନୂଆ ଫ୍ରିଜ୍‌ର କିଣାବେଳେ ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପାଳନ କରାଯାଇ କେଟିପିଏଲ୍‌ର ବାୟୋ ମେଡିକାଲ ଇଞ୍ଜିନିୟର ଅଜୟ କୁମାର ଶୁକ୍ଳାଙ୍କୁ ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବ ଫ୍ରିଜର ଦେବାକୁ ଜିଦ୍ କରିଥିଲେ । ଫ୍ରିଜର ଆସିଥିଲା କିନ୍ତୁ ଏହା ବଦଳରେ ଦୁଇଟି ପୁରୁଣା ଫ୍ରିଜ୍‌ର ଆର୍‌ଜିଏଚ୍ କେନ୍ଦ୍ରୀୟ ଷ୍ଟୋରକୁ ହସ୍ତାନ୍ତର କରାଯାଇନଥିଲା । ମୁମ୍ବାଇର ରାମଦେବ ଏଣ୍ଟରପ୍ରାଇଜେସ୍‌କୁ ଦୁଇଟି ପୁରୁଣା ଓ ଅଣକାର୍ଯ୍ୟକ୍ଷମ ପ୍ରିଜ୍‌ର ଦିଆଯାଇଥିଲା । 
ଏହା ମଧ୍ୟ ପଢନ୍ତୁ....ଗଜପତିରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ଡାକ୍ତର-ସ୍ବାସ୍ଥ୍ୟ କର୍ମୀଙ୍କ ମରୁଡି, ଭଗବାନଙ୍କ ଭରସାରେ ରୋଗୀ ! - Healthcare Crisis 

ପୁରୁଣା ଫ୍ରିଜ୍‌ର ବିକ୍ରି ଘଟଣା:

ମିଳିଥିବା ସୂଚନା ଅନୁସାରେ ଆର୍‌ଜିଏଚ୍ ସୁରକ୍ଷା ସୁପରଭାଇଜର ମହମ୍ମଦ ଫରହାନ୍‌ଙ୍କ କହିବା ଅନୁଯାୟୀ ଟାଟା ଏସି ଗାଡି (ଓଆର୍ ୧୪ଭି-୮୭୯୫) ରେ ଦୁଇଟି ପୁରୁଣା ଫ୍ରିଜ୍‌ର ଲୋଡ୍ କରାଯାଇଥିଲା । ଲୋଡିଂ ସମୟରେ ହାଉସ୍‌କିପିଂର ଦୁଇ ସୁପ୍ରଭାଇଜାର ପ୍ରଫୁଲ୍ଲ ନାଥ ଏବଂ ଲକି ଉପସ୍ଥିତ ଥିଲେ । ସୁପରଭାଇଜର ମହମ୍ମଦ ଫରହାନ ଦୁଇଟି ପୁରୁଣା ଫ୍ରିଜ୍‌ର କୁଆଡ଼େ ଯାଉଛି ବୋଲି ପ୍ରଫୁଲ୍ଲ ଓ ଲକିଙ୍କୁ ପଚାରିଥିଲେ । ଦୁହେଁ ଅଫିସ୍‌ର ନିର୍ଦ୍ଦେଶ ଅନୁଯାୟୀ ମରାମତି ପାଇଁ ରାଉରକେଲା ବାହାରକୁ ପଠାଯାଉଛି ବୋଲି ସଫେଇ ଦେଇଥିଲେ । ଏହାକୁ ବେଆଇନ ଭାବରେ ବିକ୍ରି କରିଥିଲେ ଏହାସହ ଓମ୍ ସାରଳା ସିକ୍ୟୁରିଟି ସର୍ଭିସ୍, ହାଉସ୍‌କିପିଂ ସଂସ୍ଥା ପରିତୋଷ ଏଜେନ୍ସି ଓ ମେସର୍ସ ମେଡିଏଡ୍ ଆନ୍‌ସିଲାରି ସର୍ଭିସେସ୍ ମ୍ୟାନେଜରଙ୍କ ସହ ମିଶି ଆର୍‌ଜିଏଚର କୌଣସି ନୀତିନିୟମକୁ ପାଳନ କରୁନଥିଲେ । ଏମାନଙ୍କୁ ମଧ୍ୟ ଯେତିକି ଟଙ୍କା ଦିଆଯିବା କଥା ତାଠାରୁ ଢେର ଅଧିକ ଟଙ୍କାର ବିଲ୍ କରି ବ୍ୟାପକ ଦୁର୍ନୀତି କରାଯାଇଛି।
 

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.