ଅଣସରରେ ମହାବାହୁ, ଦର୍ଶନ କରନ୍ତୁ ଅଲାରନାଥଙ୍କ ମଙ୍ଗଳ ଆଳତି - ALARNATH ALATI

By ETV Bharat Odisha Team

Published : Jun 25, 2024, 7:01 AM IST

thumbnail
ALARNATH ALATI (ETV BHARAT ODISHA)

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ଗୃହରେ ରହିଛନ୍ତି ମହାପ୍ରଭୁ । ରବିବାରଠାରୁ ଆରମ୍ଭ ହୋଇଛି ଗୁପ୍ତଚର ଉପଚାର ନୀତି । ଆଜି ଶ୍ରୀଜିଉଙ୍କ ଅଣସରର ତୃତୀୟ ଦିନ ହୋଇଥିବା ବେଳେ ପଟିଦିଆଁ ରୂପରେ ପୂଜା ପାଉଛନ୍ତି । ମହାପ୍ରଭୁ ଅଣସରରେ ଥିବାରୁ ପୁରୀ ବ୍ରହ୍ମଗିରି ପ୍ରଭୁ ଅଲାରନାଥଙ୍କ ମନ୍ଦିରରେ ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଜମିଛି । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥଙ୍କ ଆଶିର୍ବାଦ ମିଳିଥାଏ । ଏଥି ପାଇଁ ବ୍ରହ୍ମଗିରିର ପ୍ରଭୁ ଅଲାର ନାଥଙ୍କ ପୀଠ ଚଳଚଞ୍ଚଳ । ଶହଶହ ଭକ୍ତ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରୁଛନ୍ତି । ସକାଳୁ ଅଲାରନାଥଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହେଇଥିବା ବେଳେ ଭକ୍ତ ଦର୍ଶନ କରି ନିଜକୁ ଧନ୍ୟ ମଣିଛନ୍ତି ।  ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜ୍ବରରେ ପୀଡିତ ମହାବାହୁଙ୍କ ଗୁପ୍ତସେବା କରୁଛନ୍ତି ସେବକ ଦଇତାପତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.