ବିକଶିତ ଭାରତ ଓ ବିକଶିତ ଓଡ଼ିଶା ନାରା ନିର୍ବାଚନ ଜିତାଇବ: କେନ୍ଦ୍ରମନ୍ତ୍ରୀ - BJP Vijaya Sankalpa Samabesh - BJP VIJAYA SANKALPA SAMABESH

🎬 Watch Now: Feature Video

thumbnail

By ETV Bharat Odisha Team

Published : May 22, 2024, 8:32 AM IST

ରାଇରଙ୍ଗପୁର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲ୍ଲାରେ ରାଜନୀତି ସେତିକି ସରଗରମ ହେଉଛି । ଘନ ଘନ ସଭା, ସମିତି ଓ ଶୋଭାଯାତ୍ରା ଜରିଆରେ ବିଭିନ୍ନ ରାଜନୈତିକ ନିଜର ଶକ୍ତି ପ୍ରଦର୍ଶନ ଜାରି ରହିଛି । ଲୋକସଭା ସହ ବିଧାନସଭା ଆସନ ଦଖଲ ପାଇଁ ନିଜର କସରତ ଜାରି ରଖିଛନ୍ତି ପ୍ରମୁଖ ଦଳ । ବିଶେଷକରି ବିଜେପି ଦଳର ଷ୍ଟାର ପ୍ରଚାରକମାନଙ୍କୁ ପ୍ରଚାର ମଇଦାନକୁ ପଠେଇ ଭୋଟରଙ୍କ ନିକଟତର ହେବା ପ୍ରଚେଷ୍ଟାରେ ରହିଛି । ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋରୁମହିଷାଣୀ ଷ୍ଟେସନ ପଡିଆଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗଦେଇ ଓଡ଼ିଶାରେ ବିଜେପି କିଭଳି ଡବଲ ଇଞ୍ଜିନ ସରକାର ଗଢିବ ସେନେଇ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । 

ଏହା ମଧ୍ୟ ପଢନ୍ତୁ: 'ଜନଜାତିର ବିକାଶ ପାଇଁ କଣ କରିଛି ବିଜେଡ଼ି': କାଳିରାମ ମାଝୀ - BJP Leader Kaliran Majhi

ଏହି କାର୍ଯ୍ୟକ୍ରମରେ ବିଜେପିର ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ନବ ଚରଣ ମାଝୀ ଓ ରାଇରଙ୍ଗପୁର ବିଜେପି ବିଧାୟକ ପ୍ରାର୍ଥୀ ଜୋଲେନ ବାରଦା, ସାରସକଣା ବିଜେପି ବିଧାୟକ ପ୍ରାର୍ଥୀ ଭାଦବ ହାଁସଦାଙ୍କ ସହ ଅନ୍ୟ ବରିଷ୍ଠ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ରାଷ୍ଟ୍ର ତଥା ରାଜ୍ୟର ବିକାଶ ମୁବ୍ଦା ନେଇ ଚଳିତ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ଆସନରେ ବିଜେପି ଭଲ ପ୍ରଦର୍ଶନ କରିବା ସହିତ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ ବୋଲି ସମାବେଶରେ ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା । ସେ ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବଖାଣିବା ସହିତ ମୋଦିଙ୍କ ଯୋଗୁଁ ସାରା ବିଶ୍ବରେ ଭାରତ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ମୋଦି ଗ୍ୟାରେଣ୍ଟି ଏବଂ ମୋଦିଜୀଙ୍କ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ନାରା ହିଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଢିବାରେ ସହାୟକ ହେବ । ଓଡ଼ିଶାକୁ ଆହୁରି ବିକଶିତ କରିବା ପାଇଁ ଚଳିତ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ବିଜୟ ସଂକଳ୍ପ ସମାବେଶରେ ଉପସ୍ଥିତ ହଜାର ହଜାର ଭୋଟରଙ୍କୁ ଅପିଲ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳର ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିଲେ  । 



ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.