ଭୁବନେଶ୍ୱର ନିର୍ମାଣାଧୀନ କୋର୍ଟ କାର୍ଯ୍ୟର ସମୀକ୍ଷା କଲେ ଆଇନ ମନ୍ତ୍ରୀ - LAW MINISTER VISITS COURT

By ETV Bharat Odisha Team

Published : Jun 25, 2024, 12:02 PM IST

thumbnail
ଭୁବନେଶ୍ୱର ନିର୍ମାଣାଧୀନ କୋର୍ଟ କାର୍ଯ୍ୟର ସମୀକ୍ଷା କଲେ ଆଇନ ମନ୍ତ୍ରୀ (ETV Bharat Odisha)

ଭୁବନେଶ୍ୱର: ନିର୍ମାଣାଧୀନ କୋର୍ଟ କାର୍ଯ୍ୟର ସମୀକ୍ଷା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହାସହିତ ନିର୍ମାଣାଧୀନ କୋର୍ଟ ଓ କାର୍ଯ୍ୟରତ କୋର୍ଟ ପରିସରର କାର୍ଯ୍ୟ ଅଗ୍ରଗତି ଓ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ନେଇ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ମନ୍ତ୍ରୀ । ଭୁବନେଶ୍ୱର ସ୍ଥିତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ପହଞ୍ଚି ପୁରୁଣା ମାମଲାଗୁଡ଼ିକର ଫଇସଲା ଓ ବିଚାରଧୀନ ମାମଲା ଗୁଡ଼ିକର ଗତିଶୀଳତା ନେଇ ଉପସ୍ଥିତ ଜଜ୍‌ ଓ ଓକିଲ ସଂଘର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ତାସହିତ କୋର୍ଟର କାର୍ଯ୍ୟ ଓ ବିଚାର ବିଭାଗ ସମ୍ପର୍କିତ ଅନ୍ୟାନ୍ୟ ସ୍ଥିତି ପରଖିଥିବା ଏବଂ ନୂତନ ନିର୍ମାଣଧୀନ କୋଠା ଓ ବିଚାର ବିଭାଗୀୟ ଅଦାଲତ ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରିଛନ୍ତି ।


ଏହା ମଧ୍ୟ ପଢନ୍ତୁ: ଶିକ୍ଷା କ୍ଷେତ୍ରରେ ଆସିବ ସଂସ୍କାର, ରେଜଲ୍ଟ ଖରାପ ହେଉଥିବା ସ୍କୁଲ ଉପରେ ଫୋକସ: ଗଣଶିକ୍ଷା ମନ୍ତ୍ରୀ


ସେ କହିଛନ୍ତି, "ଦେଶର ଏକ ଅନନ୍ୟ କୋର୍ଟ ଭାବରେ ଉଦଘାଟନ ହେବ ଭୁବନେଶ୍ୱର କୋର୍ଟ । ସବୁଠାରୁ ବ୍ୟବସ୍ଥିତ ଓ ସବୁ ସୁବିଧା ଉପଲବ୍ଧ ସମ୍ପୂର୍ଣ୍ଣ ହେବ କୋର୍ଟ । ଆମର ସମସ୍ତଙ୍କର ଇଚ୍ଛା ଯଥାଶୀଘ୍ର ଉଦଘାଟନ ହେଉ । ମୁଖ୍ୟ ବିଚାରପତି ସ୍ପଷ୍ଟତା ଦେଇଛନ୍ତି ଅଗଷ୍ଟ ମାସରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ । ଏଣୁ ଆମକୁ ଜୁଲାଇ 31 ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ହେବ । ଏଣୁ ମୁଁ ବ୍ୟକ୍ତିଗତ ଭାବରେ ଆସି ସମୀକ୍ଷା କରିଛି । ସମସ୍ତ କାର୍ଯ୍ୟ ସନ୍ତୋଷଜନକ ରହିଛି । କାମ ଯେତିକି ହୋଇଛି 99 ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ଆଉ 15ରୁ 20 ଦିନ ଭିତରେ ଶେଷ କରିବା ପାଇଁ ଚେଷ୍ଟା କରୁଛୁ । ଆମେ ଯେଉଁ ପ୍ରତିଶୃତି ଦେଇଛୁ ସେହି ସମୟ ମଧ୍ୟରେ ଅର୍ଥାତ 31 ଜୁଲାଇ ସୁଦ୍ଧା କାର୍ଯ୍ୟ ଶେଷ କରି ଅଗଷ୍ଟ ମାସରେ କୋର୍ଟକୁ ସବୁଠୁ ସମନ୍ବିତ କୋର୍ଟ ଭାବରେ କରାଯିବ ଉଦଘାଟନ । ଏହା ସହିତ ଆଇନଜୀବୀ ମାନଙ୍କର କିଛି ଅସୁବିଧା ସମ୍ପର୍କରେ ମଧ୍ୟ ଜଣାଇଛନ୍ତି ତାଉପରେ ମଧ୍ୟ ସରକାର ଶୀଘ୍ର ପଦକ୍ଷେପ ନେବେ ।" 

ଭୁବନେଶ୍ୱର, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.