ପ୍ରବଳ ବର୍ଷା ପରେ ଭୟଙ୍କର ଭୂସ୍ଖଳନ: ଧୋଇଗଲା ଚୀନ ବର୍ଡର ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ - Landslide in Arunachal - LANDSLIDE IN ARUNACHAL
🎬 Watch Now: Feature Video
Published : Apr 25, 2024, 2:07 PM IST
Landslide in Arunachal ଇଟାନଗର: ପ୍ରବଳ ବର୍ଷା ପରେ ଭୂସ୍ଖଳନ । ଆଜି ଅରୁଣାଚଳ ପ୍ରଦେଶର ଅନେକ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ହୋଇଛି । ତେବେ ଭୂସ୍ଖଳନ ଫଳରେ ଚୀନ ସୀମାବର୍ତ୍ତୀ ଅଞ୍ଚଳ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେବେ ଦିବ୍ୟାଙ୍କ ଉପତ୍ୟାକା ସହିତ ଯୋଗାଯୋଗ ରାସ୍ତା କ୍ଷତିଗସ୍ତ ହୋଇଥିବା ବେଳେ ରାସ୍ତା ଅଲଗା ହୋଇଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ବର୍ଷାରେ ରାସ୍ତା ଧୋଇ ହୋଇଯାଇଥିବା ବେଳେ ପାହଡରୁ ମଧ୍ୟ ପାଣି ଖସୁଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣା ପରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ ଟ୍ବିଟ କରି ଚିନ୍ତାପ୍ରକଟ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି, "ହୁନଲୀ ଏବଂ ଅନାନୀ ରାଜମାର୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯାତ୍ରୀମାନେ ଅନେକ ଅସୁବିଧା ଭୋଗୁଥିବା ଖବର ଶୁଣି ବିବ୍ରତ ଲାଗୁଛି । ଏହି ରାସ୍ତା ଦିବ୍ୟାଙ୍ଗ ଉପତ୍ୟକାକୁ ଦେଶର ଅନ୍ୟ ଅଂଶ ସହିତ ସଂଯୋଗ କରିଥାଏ । ତେବେ ଆମେ ଖୁବଶୀଘ୍ର ଯୋଗାଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛୁ । " ପ୍ରକାଶଥାଉକି, ପ୍ରବଳ ବର୍ଷା ପରେ ଭୂସ୍ଖଳନ ହୋଇଛି । ତେବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ବର୍ଷା ମରାମତି କାର୍ଯ୍ୟଟରେ ବାଧକ ସାଜୁଛି ।
ଏହା ମଧ୍ୟ ପଢନ୍ତୁ: ଭୂସ୍ଖଳନରେ ଭୁଶୁଡିଲା ଘର, ଚାଲିଗଲା ମାଆ ସହ ୩ ଛୁଆଙ୍କ ଜୀବନ