ପାଖେଇ ଆସୁଛି ରଥଯାତ୍ରା; ଜଗତସିଂହପୁରରେ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା - Siddhala Baladevjew Temple

By ETV Bharat Odisha Team

Published : Jun 25, 2024, 11:27 AM IST

thumbnail
ପାଖେଇ ଆସୁଛି ରଥଯାତ୍ରା; ଜଗତସିଂହପୁରରେ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା (ETV Bharat Odisha)

ଜଗତସିଂହପୁର: ଜିଲ୍ଲାର ଅନ୍ୟତମ କ୍ଷେତ୍ର ସିଧ୍ୟ ବଳଦେବଜୀଉ ମନ୍ଦିରରେ ରଥଯାତ୍ରାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜଗତସିଂହପୁର ଜିଲାପାଳ ଅନୁପ କୁମାର ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଆଗକୁ ଆସୁଥିବା ରଥଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ବ୍ୟବସ୍ଥା କରିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସଓ୍ବାନ କନଫରେନ୍ସ ହଲ ଠାରେ ଶ୍ରୀଶ୍ରୀବଳଦେବଜୀଉ ମହାପ୍ରଭୁଙ୍କ ବିଜେ ସିଦ୍ଧଳଠାରେ ବୈଠକ ହୋଇଥିଲା ।

ଚଳିତ ବର୍ଷ ଦେବୋତ୍ତର କମିଶନରଙ୍କ ନିର୍ଦ୍ଦେଶ କ୍ରମେ ସିଦ୍ଧଳ ମନ୍ଦିରର ରକ୍ଷଣାବେକ୍ଷଣ ଓ ଦାୟିତ୍ଵ ଲାଗି ଉପଜିଲ୍ଲାପାଳଙ୍କୁ ଟ୍ରଷ୍ଟୀ ସହ ସରକାରୀ ଅଧିକାରୀଙ୍କ ସମେତ ଅନ୍ୟ 8ଜଣ ମନ୍ଦିର କର୍ତ୍ତୃପକ୍ଷଙ୍କୁ ମିଶାଇ ଏକ 11ଜଣିଆ କମିଟି ଗଠନ କରାଯାଇଛି । ଚଳିତ ବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳା ଏବଂ ଉତ୍ସାହର ସହ ପାଳନ କରାଯିବ । ସମସ୍ତ ବିଭାଗୀୟ ଅଧିକାରୀ ଧାର୍ଯ୍ୟ ତାରିଖ ପୂର୍ବରୁ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ସମ୍ପାଦନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ରଥଯାତ୍ରାର ୩ ଦିନ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଯେପରି ସମ୍ପୂର୍ଣ୍ଣ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ମନ୍ଦିର ପରିଚାଳନା କମିଟି ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବେ । 

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ଚୂଡ଼ାନ୍ତ ହେଲା ରଥଯାତ୍ରା ନୀତି ନିର୍ଘଣ୍ଟ

ମନ୍ଦିର ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ଲାଗି ପ୍ରସ୍ତାବ ରଖାଯାଇଥିଲା ଓ ଜିଲ୍ଲାପାଳ ଏଥିପାଇଁ ଉପ ଜିଲ୍ଲାପାଳ ଓ ବିଡିଓଙ୍କୁ ଦାୟିତ୍ଵ ଦେଇଥିଲେ । ବୈଠକରେ ରଥ ନିର୍ମାଣ, ରାସ୍ତା ମରାମତି, ଆଲୋକ ବ୍ୟବସ୍ଥା, କେନାଲ ଉପରେ ସ୍ଲାବ ମରାମତି ପାଇଁ ଏସ୍ ଡି ଓ ଇରିଗେସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପାନୀୟ ଜଳ ଯୋଗାଣ,ନଳକୂପ ମରାମତି, ବଡ଼ଦାଣ୍ଡ ନିକଟରେ ଡ୍ରେନ ସଫେଇ, ଅଳିଆ ଆବର୍ଜନା ଓ ଚତୁଃପାର୍ଶ୍ଵ ପରିଷ୍କାର ପରିଚ୍ଛନ୍ନତା, ସାତଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ,ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଆଇନ୍ ଶୃଙ୍ଖଳା ଓ ଅଗ୍ନିଶମ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି । 


ଜଗତସିଂହପୁର, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.