thumbnail

By ETV Bharat Odisha Team

Published : May 28, 2024, 4:55 PM IST

ETV Bharat / Videos

ଶେଷ ପର୍ଯ୍ୟାୟ ଲଢେଇ, ସ୍ବାଧୀନ ପ୍ରାର୍ଥୀ ସାରଦାଙ୍କ ପ୍ରଚାରରେ କମ୍ପୁଛି ମାହାଙ୍ଗା - Sarada Pradhan Election Campaign

Election Campaign In Mahanga Assembly: କଟକ: ଶେଷ ପର୍ଯ୍ୟାୟ ମତଦାନ ପାଇଁ କମ୍ପୁଛି ନିର୍ବାଚନ କ୍ଷେତ୍ର । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ସରଗରମ ପ୍ରଚାର । ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ଏବଂ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ଆକଳନ କରୁଛନ୍ତି ରାଜନୀତି ସମୀକ୍ଷକ । ବିଶେଷ କରି ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ସାରଦା ପ୍ରଧାନ ଏଥର ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ୁଛନ୍ତି । ତେବେ ଲୋକଙ୍କ ସମର୍ଥନରେ ନିର୍ବାଚନ ଲଢ଼ିବାକୁ ସେ ନିଷ୍ପତ୍ତି ନେଇଥିବା ପୂର୍ବରୁ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମାହାଙ୍ଗାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, ପ୍ରଚାରବେଳେ ବିଜେଡିକୁ କଲେ ଟାର୍ଗେଟ

ବିନା ହେଭିୱେଟ ନେତାଙ୍କ ସମର୍ଥନ ନିର୍ବାଚନ ଜିତିବା ସମ୍ଭବ କି ? ପ୍ରଶ୍ନର ଉତ୍ତର ଦେଇ ସାରଦା କହିଛନ୍ତି, "ମାହାଙ୍ଗାବାସୀ ମୋର ହେଭିୱେଟ ନେତା । ତେଣୁ ମୋର କୌଣସି ହେଭିୱେଟ ନେତା ଆବଶ୍ୟକ ନାହିଁ ।" ତେବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ସାରଦା ପ୍ରଧାନଙ୍କ ପାଇଁ କ'ଣ ଚାଲେଞ୍ଜ ରହିବ ? କେଉଁ ମୁଦ୍ଦା ନେଇ ସାରଦା ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି ? ଏନେଇ ଇଟିଭି ଭାରତ ସହ ସ୍ବତନ୍ତ୍ର ଆଲୋଚନା କରିଛନ୍ତି ସାରଦା ପ୍ରଧାନ । 
 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.