ଲଗାଣ ବର୍ଷାରେ ଅସରନ୍ତି ଦୁଃଖ; ଧୋଇଗଲା ରାସ୍ତା, ଘରେ ପଶିଲା ନର୍ଦ୍ଦମା ପାଣି, ଅସ୍ଥାୟୀ ସେତୁ ଧରାଶାୟୀ - boudh rainfall

By ETV Bharat Odisha Team

Published : Jul 25, 2024, 10:47 AM IST

thumbnail
BOUDH RAINFALL (ETV BHARAT ODISHA)

ବୌଦ୍ଧ: ତିନିଦିନ ଧରି  ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲା । ଲଗାଣ ବର୍ଷାରେ ଉବୁଟୁବୁ ଜିଲ୍ଲାର ରାସ୍ତାଘାଟ । ଅନେକ ସ୍ଥାନରେ କଚ୍ଚା ଘର ଭାଙ୍ଗିଯିବା ସହିତ ରାସ୍ତା ଘାଟ ଧୋଇ ନେଇଥିବା ସୂଚନା ମିଳିଛି । ଏପରିକି ଜିଲ୍ଲା ସଦରମହକୁମାର ବିଭିନ୍ନ ବସ୍ତିରେ ନର୍ଦ୍ଦମା ପାଣି ସହ ବର୍ଷା ଜଳ ମିଶି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ମହାନଦୀ, ତେଲନଦୀ,ବାଘନଦୀ, ସାଲୁଙ୍କି ନଦୀ ଭଳି ବିଭିନ୍ନ ନଦୀ ନାଳରେ ବନ୍ୟାଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ନଦୀକୂଳିଆ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବିଶେଷ ଭାବରେ ବୈଦ୍ଧ ଜିଲ୍ଲା ସଦରମହକୁମା ଠାରୁ ମହାନଦୀ କୂଳେ କୂଳେ ହରଭଙ୍ଗା ପର୍ଯ୍ୟନ୍ତ ଯାଇଥିବା ଜଗନ୍ନାଥ ସଡକର କୃଷ୍ଣମୋହନପୁର ଓ ସାକୁସିଙ୍ଗା ଠାରେ ଦୀର୍ଘ ଦିନ ହେଲା ନିର୍ମାଣ ହେଉଥିବା ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ବର୍ଷା ଯୋଗୁଁ ସାକୁସିଙ୍ଗା ଠାରେ ନିର୍ମାଣ ହେଉଥିବା ଅସ୍ଥାୟୀ ସେତୁ ସମ୍ପୂର୍ଣ ଧୋଇ ଯାଇଛି । ଫଳରେ ଧଳପୁର ଠାରୁ ହରଭଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି । ବୌଦ୍ଧ ପୈରାଞ୍ଚଳର ବିଭିନ୍ନ ବସ୍ତିରେ ନର୍ଦ୍ଦମା ପାଣି ନିଷ୍କାସନ ବ୍ୟବସ୍ଥା ଉଭୟ ଜଳସେଚନ ବିଭାଗ ଓ ଏନ୍ ଏସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ତାଳମେଳ ରହୁନଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି । 

ଏହା ମଧ୍ୟ ପଢନ୍ତୁ-ଥମୁନି ଇନ୍ଦ୍ରଦେବଙ୍କ କୋପ, ଆଉ 4 ଦିନ ଛେଚିବ ! ପ୍ରବଳ ବର୍ଷାରେ ଧୋଇଗଲା ରାସ୍ତା, ବଡ ବଡ ଘାଇ ସୃଷ୍ଟି - Odisha Weather

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.