thumbnail

By ETV Bharat Odisha Team

Published : Feb 1, 2024, 10:24 AM IST

ETV Bharat / Videos

ଟିକସ ଫାଙ୍କିବା ନେଇ ଢେଙ୍କାନାଳରେ ଜିଏସଟି ଚଢ଼ାଉ

GST Raid in Dhenkanal: ଢେଙ୍କାନାଳ: ଟିକସ ଫାଙ୍କିବା ନେଇ ଢେଙ୍କାନାଳରେ ଜିଏସଟି ଚଢ଼ାଉ । ଲୁଗା ବ୍ୟବସାୟୀ ସତ୍ୟନାରାୟଣର ଗୋଦାମ ଓ ଦୋକାନ ଉପରେ ଷ୍ଟେଟ ଜିଏସଟି ଏନଫୋର୍ସମେଣ୍ଟ ଟିମ ଚଢ଼ାଉ କରିଛି । ସହରର ମହାବୀର ବଜାରରେ ଥିବା ସତ୍ୟନାରାୟଣ ଷ୍ଟୋରର ଗୋଦାମ ଓ ଶିଭମ ଡ୍ରେସ ହାଉସ ନାମକ ଦୋକାନ ଉପରେ ଏହି ଚଢାଉ ହୋଇଛି । ଜିଏସଟି ଟିମରେ ୮ଜଣ ଏହି ଚଢାଉରେ ସାମିଲ ଥିଲେ । ଜିଏସଟି ରିଟନ ସ୍କୁଟିନ ଓ ବିଜନେସ ଇଣ୍ଟେଲିଜେନ୍ସି ସୁତ୍ରରୁ କିଛି ଅଭିଯୋଗ ଆଧାରରେ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି । ଅନୁଗୋଳ ଜିଏସଟି ଡେପୁଟି କମିସନର ଶିବାଶିଷ ସୁର୍ଯ୍ୟକାନ୍ତ ସାହୁଙ୍କ ନେତୃତ୍ବରେ ଏହି ଚଢାଉ ହୋଇଥିଲା । ତେବେ ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଫାଙ୍କିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡିଥିବା ବେଳେ ସମ୍ପୂର୍ଣ୍ଣ ତଦନ୍ତ ସରିବା ପରେ ହିଁ ବ୍ୟବସାୟୀ କେତେ ଟଙ୍କାର ଜିଏସଟି ଫାଙ୍କିଛନ୍ତି ତାହା ଜଣାପଡିବ । 

ଏହା ମଧ୍ୟ ପଢନ୍ତୁ- ସିବିଆଇ ଜାଲରେ ଜିଏସଟି ସୁପେରିଟେଣ୍ଡେଣ୍ଟ, ଲାଞ୍ଚ ନେବା ବେଳେ ଧରାପଡିଲେ

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.