ବାଲୁକା ଚିତ୍ରକଳାରେ ଗଜାନନ, ଗଣେଶ ପୂଜା ଶୁଭେଚ୍ଛା ଜଣାଇଲେ ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ - Ganesh Puja 2024

By ETV Bharat Odisha Team

Published : Sep 6, 2024, 9:44 PM IST

thumbnail
Ganesh Puja 2024 (ETV Bharat Odisha)

ପୁରୀ: ପବିତ୍ର ଗଣେଶ ପୂଜା ଅବସରରେ ଚାରିଆଡେ ଉତ୍ସବର ମାହୋଲ । ଗଜାନନଙ୍କ ଆଗମନ ପାଇଁ ସବୁଆଡେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେରେ ଗଣେଶ ପୂଜାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପୁରୀ ନୀଳାଦ୍ରି ବିଚରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ପ୍ରସ୍ତୁତ କରି ସୁଦର୍ଶନ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ସବୁଠୁ ଆକର୍ଷଣୀୟ କଥା ହେଉଛି ପ୍ରଭୁ ଗଣେଶଙ୍କ ବାଲୁକା ଚିତ୍ର କଳାରେ ବିଭିନ୍ନ ଫଳ ଦ୍ୱାରା ସଜା ଯାଇଛି । ପ୍ରଭୁ ଗଣେଶଙ୍କ ମୁକୁଟରେ ବିଭିନ୍ନ ପ୍ରକାରର ଫଳ ଗୁଡିକୁ ସୁନ୍ଦର ଭାବେ ସଜ୍ଜା ଯାଇଛି । ଏହି ସୁନ୍ଦର କଳାକୃତିକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ବିଶ୍ୱରେ ଶାନ୍ତି ବଜାୟ ରଖିବା ଲାଗି ବାଲୁକା ଚିତ୍ରକଳାରେ ବାର୍ତ୍ତା ଦିଆଯାଇଛି ।
 

ଏହା ମଧ୍ୟ ପଢ଼ନ୍ତୁ...ଆସୁଛି ପାର୍ବଣ ଋତୁ; ପୂଜା ବଜାରରେ ଧମାଲ୍ କରିବ ମେଲୋଡି, ଝୁମିବେ ଦର୍ଶକ - melody team preparation
ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, "ପବିତ୍ର ଗଣେଶ ପୂଜା ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଆମେ ସମସ୍ତଙ୍କୁ ଗଣେଶ ପୂଜାର ଶୁଭେଛା ଜଣାଇଛୁ । ୨୦ଟି ବିଭିନ୍ନ ଫଳକୁ ଏହି ବାଲୁକା ଚିତ୍ରକଳାରେ ସ୍ଥାନ ଦିଆଯାଇଛି । ଫ୍ରୁଟ ଗଣେଶର କଳାକୃତି ନିର୍ମାଣ ହୋଇଛି । ଏଥି ସହିତ ବିଶ୍ଵଶାନ୍ତି ପାଇଁ ଆମେ ପ୍ରଭୁ ଗଣେଶଙ୍କ ନିକଟରେ ପ୍ରାର୍ଥନା କରିଛି ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.