ଟିକେଟ ନଦେବା ପାଇଁ ଷଡ଼ଯନ୍ତ୍ର ହୋଇଛି: ଶିଶିର ଗମାଙ୍ଗ - No Ticket To Gamang Family - NO TICKET TO GAMANG FAMILY
🎬 Watch Now: Feature Video
Published : Apr 3, 2024, 6:41 PM IST
No Ticket To Gamang Family: ଭୁବନେଶ୍ବର: କଂଗ୍ରେସ କିଛି ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛି । କିନ୍ତୁ ଗମାଙ୍ଗୋ ପରିବାରକୁ ଟିକେଟ ମିଳିନି । ଗିରିଧର ଗମାଙ୍ଗୋ, ହେମା ଗମାଙ୍ଗୋ ଏବଂ ପୁଅ ଶିଶିର ଗମାଙ୍ଗ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି । ଶିଶିର ଗମାଙ୍ଗୋ କହିଛନ୍ତି, "ଆମ ପରିବାରକୁ ଟିକେଟ ନଦେବା ପଛରେ ଷଡଯନ୍ତ୍ର ରହିଛି । କିଏ ଷଡଯନ୍ତ୍ର କରିଛି ମୁଁ ତା'ର ଖୁଲାସା ଖୁବଶୀଘ୍ର କରିବି । ନବରଙ୍ଗପୁର ଲୋକସଭା ଆସନ ଏବଂ ଗୁଣୁପୁର ବିଧାନସଭା ଆସନ ପାଇଁ ଆମର କଥାବାର୍ତ୍ତା ହୋଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହିତ କଥାବାର୍ତ୍ତା ହୋଇଥିଲା । କିନ୍ତୁ କେଉଁ କାରଣ ପାଇଁ ଟିକେଟ କାଟିଦେଲେ ତାହା ବୁଝାପଡୁନାହିଁ । ଏହା ପଛରେ ଏକ ବଡ ଷଡ଼ଯନ୍ତ୍ର ରହିଛି । ଏନେଇ ମୁଁ ଉପରିସ୍ଥ ନେତୃତ୍ବଙ୍କ ସହ କଥାବାର୍ତ୍ତା ହେବି ।"
ଏହା ମଧ୍ୟ ପଢନ୍ତୁ...ଡିଜିଟାଲ ଡାଏଲଗ: 2024 ନିର୍ବାଚନରେ ଗମାଙ୍ଗ ପରିବାରକୁ ମିଳିବ 2ଟି ଟିକେଟ !
ବିଆରଏସ ଛାଡି କଂଗ୍ରେସରେ ସାମିଲ ହୋଇଥିଲେ ଗମାଙ୍ଗ ପରିବାର । ପୂର୍ବରୁ ଇଟିଭି ଭାରତକୁ ସାକ୍ଷାତକାର ଦେଇ ଶିଶିର ଗମାଙ୍ଗ କହିଥିଲେ, "ଆମେ ବିଆରଏସ ଛାଡିନୁ । ବିଆରଏସ ଆମକୁ ଛାଡ଼ି ଦେଇଛି । ଗୋଟିଏ ଏମପି ଓ ଗୋଟିଏ ବିଧାନସଭା ଆସନ ପାଇଁ ଟିକେଟ୍ ନେଇ କଂଗ୍ରେସ ଦଳ ସହିତ କଥାବାର୍ତ୍ତା ସରିଛି ।" ହେଲେ ବର୍ତ୍ତମାନ ଦଳ ଟିକେଟ୍ ଦେଇନଥିବାରୁ ଗମାଙ୍ଗ ପରିବାରକୁ ଲାଗିଛି ଝଟକା ।
ଇଟିଭି ଭାରତ, ଭୁବନେଶ୍ବର