ଆଲୋକମାଳାରେ ସଜେଇ ହୋଇଛି ରାମମନ୍ଦିର, ଅଦିନିଆ ଦୀପାବଳି ପାଳିଲେ ଭକ୍ତ
🎬 Watch Now: Feature Video
Diwali in Bhubaneswar Ram Temple: ଭୁବନେଶ୍ବର: ଆଲୋକମାଳାରେ ସଜେଇ ହୋଇଛି ଭୁବନେଶ୍ବର ରାମ ମନ୍ଦିର । ସନ୍ଧ୍ୟାରେ ଲାଗିଛି ଭକ୍ତଙ୍କ ପ୍ରବଳ ଗହଳି । ରାଜଧାନୀର ରାମ ମନ୍ଦିର ଜନ ସମୁଦ୍ର ହୋଇଥିବା ବେଳେ ଏଠାରେ ଦେଖିବାକୁ ମିଳିଛି ଅଦିନିଆ ଦୀପାବଳି । ଝୋଟି ବା ରଙ୍ଗୋଲି ସହ ଦୀପଦାନ କରି ଉତ୍ସବ ମନାଉଛନ୍ତି ଭକ୍ତ । ଉତ୍ସବମୁଖର ହୋଇଛି ମନ୍ଦିର ପରିସର । ଭିଡରେ ଅଣନିଶ୍ବାସୀ ହେଲେବି ପ୍ରଭୁଙ୍କର ଦର୍ଶନ କରି ପରମାନନ୍ଦ ଲାଭ କରି ଫେରୁଛନ୍ତି ଶ୍ରଦ୍ଧାଳୁ । ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଉଛି ରାମ ମନ୍ଦିର । ଦୀପଜାଳି ଭକ୍ତ ଦୀପାବଳି ପାଳୁଥିବା ବେଳେ ରଙ୍ଗୀନ ଆଲୋକରେ ସଜେଇ ହୋଇ ମନ୍ଦିର ବେଶ ସୁନ୍ଦର ଦେଖାଯାଉଛି । ଅଯୋଧ୍ୟାରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ସବୁ ଭାରତୀୟଙ୍କ ପାଇଁ ଅବିସ୍ମରଣୀୟ ଦିନ ବୋଲି କହିଛନ୍ତି ଭକ୍ତ । ତେଣୁ ଯେଉଁଠି ବି ହେଉ ପ୍ରଭୁଙ୍କ ଦର୍ଶନ କରି ଖୁସି ଲାଗୁଛି ବୋଲି ଶ୍ରଦ୍ଧାଳୁ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ: ସମ୍ବଲପୁରରେ ବିଜେପି ବାଣ୍ଟିଲା 52 କ୍ୱିଣ୍ଟାଲ ମିଠା
ଇଟିଭି ଭାରତ, ଭୁବନେଶ୍ବର