ଠିକାଦାରଙ୍କ ଇଚ୍ଛାରେ ଚାଲିଛି ସେତୁ ନିର୍ମାଣ, ଦିନ ଗଡୁଛି କାମ ସରୁନି - Construction work of balat setu - CONSTRUCTION WORK OF BALAT SETU
🎬 Watch Now: Feature Video
Published : Jun 18, 2024, 11:42 AM IST
ବୌଦ୍ଧ: ଅବଧି ପରେ ଅବଧି ଗଢିବାରେ ଲାଗିଛି । କିନ୍ତୁ ସରୁନି ସେତୁ ନିର୍ମାଣ କାର୍ଯ୍ୟ । ଠିକାଦାରଙ୍କ ଇଚ୍ଛାରେ ସେତୁ ନିର୍ମାଣ ଚାଲିଥିବା ବେଳେ ଏଥି ପାଇଁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ କୌଣସି ଆନ୍ତରିକତା ରହୁନାହିଁ । ଆମେ କହୁଛି ଜିଲ୍ଲାରେ ନିର୍ମାଣ ଚାଲିଥିବା ବାଲାଟ ସେତୁ କଥା । ଜଗନ୍ନାଥ ସଡକର କୃଷ୍ଣମୋହନପୁର ଗ୍ରାମ ନିକଟରେ ପ୍ରବାହିତ ବାଲାଟ ଝରଣା ଉପରେ ଏହାର ନିର୍ମାଣ ଚାଲିଛି । ବାଲାଟ ନାଳ ଉପରେ କୋଡ଼ିଏ କୋଟି ଟଙ୍କା ବ୍ୟୟ ଅଟକଳରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ନିର୍ମାଣ ଅବଧି ଗତ ବର୍ଷ ୩୦ ଅଗଷ୍ଟ ୨୦୨୩ ମସିହାରେ ସରିଥିଲା । କିନ୍ତୁ ପର ମୁହୂର୍ତ୍ତରେ ଏହାକୁ ଆଉ 6ମାସ ବୃଦ୍ଧି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାମ ସରିନାହିଁ । ଆଗକୁ ବର୍ଷା ଦିନ ଆସୁଥିବାରୁ ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।
ଏହା ମଧ୍ୟ ପଢନ୍ତୁ-ସରିଲାଣି ଅବଧି, ଶେଷ ହୋଇପାରୁନାହିଁ କଟକ ଦେବୀନଦୀ ସେତୁ - Biju Setu Construction Negligence
ବୌଦ୍ଧ ଜିଲ୍ଲାର ମନମୁଣ୍ଡାଠାରୁ ମାରଡା ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ଏହି ଜଗନ୍ନାଥ ସଡକ ଦେଇ ଅତୀତରେ ଶହ ଶହ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଶ୍ରଦ୍ଧାଳୁ ଚାଲି ଚାଲି ଯାତ୍ରା କରୁଥିଲେ । ତେବେ ଏହି ଐତିହ୍ୟ ସମ୍ପନ୍ନ ପ୍ରାଚୀନ ଜଗନ୍ନାଥ ସଡକର ବିକାଶ ଠିକରେ ହୋଇ ପାରୁନଥିବା ଅଭିଯୋଗ ହୋଇଛି । କାରଣ ଏହି ରାସ୍ତାର ପ୍ରଶସ୍ତିକରଣ ପାଇଁ ଶହ ଶହ ଗଛ କାଟିଦିଆ ଯାଇଥିବା ବେଳେ ବର୍ତ୍ତମାନ ଯାତ୍ରୀମାନେ ଖରାରେ ଯାତାୟତ କରୁଛନ୍ତି । ଏହି ଜଗନ୍ନାଥ ସଡକ କଡ଼ରେ ପଥପ୍ରାନ୍ତ ବନୀକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଏଠାରେ ବ୍ୟାପକ ଦୁର୍ନୀତି ଯୋଗୁଁ ଅଧିକାଂଶ ଗଛ ଆଦୌ ନାହିଁ ।
ଇଟିଭି ଭାରତ, ବୌଦ୍ଧ