ମେରୁ ପର୍ବ: କଣ୍ଟାରେ ଗଡ଼ିଲେ ନିଆଁରେ ଚାଲିଲେ ଉପାସକ - danda yatra - DANDA YATRA

🎬 Watch Now: Feature Video

thumbnail

By ETV Bharat Odisha Team

Published : Apr 13, 2024, 10:06 PM IST

Danda JATRA: ଖୋର୍ଦ୍ଧା: ଆଜି ପବିତ୍ର ମେରୁ ଯାତ୍ରା । ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ବେଶ ଧୁମଧାମରେ ପାଳିତ ହୋଇଯାଇଛି ମେରୁ ଯାତ୍ରା । ଓଡିଶାର ଧର୍ମ ସଂସ୍କୃତି କହିଲେ ବିଷ୍ଣୁ ଓ ଶିବଙ୍କୁ ନେଇ ଆଧାରିତ । କିଛି ବ୍ୟକ୍ତି ବିଷ୍ଣୁଙ୍କୁ ଉପାସନା କରୁଥିଲାବେଳେ ଆଉ କିଛି ବ୍ୟକ୍ତି ଶିବଙ୍କୁ ଉପାସନା କରିଥାନ୍ତି । ଆଜି ପୁରପଲ୍ଲୀରେ ଜୁଆଡେ ଦେଖିବ ଉପାସକଙ୍କ ଭିଡ଼ । କେଉଁଠି ଉପାସକମାନେ ନିଆଁରେ ଚାଲିଛନ୍ତି ତ ଆଉ କୋଉଁଠି କଣ୍ଟାରେ ଗଡିଛନ୍ତି । ସେହିଭଳି ଆଜି ଖୋର୍ଦ୍ଧା ସହରର ଉପର ସହି କାମନାବାର ଠାକୁରଙ୍କ ନିକଟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ୬୦ରୁ ଊର୍ଦ୍ଧ୍ବ ଦଣ୍ଡୁଆମାନେ କଣ୍ଟାରେ ଗଡ଼ିଥିଲେ । ଗତ ପାଞ୍ଚ ଦିନ ଧରି ଦଣ୍ଡ ଉପାସକମାନେ କେବଳ ପଣା ପିଇ ନିଷ୍ଠାର ସହ ବ୍ରତକୁ ପାଳନ କରିଥିଲେ । 

ସେହିଭଳି ବେଗୁନିଆ ସିମୋର ଗ୍ରାମରେ ଦଣ୍ଡ ଉପାସକମାନେ ଶହ ଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ କାଳେସୀ ଉଭା ହୋଇ ନିଆଁ ଉପରେ ଚାଲିଥିବା ଦେଖିବାକୁ ମିଳିଥିଲା । ଓଡ଼ିଶାରେ ପାଳନ ହେଉଥିବା ବିଭିନ୍ନ ଯାନିଯାତ୍ରା ମଧ୍ୟରେ ଦଣ୍ଡଯାତ୍ରାର ଏକ ସ୍ୱତନ୍ତ୍ରତା ରହିଛି । ଚୈତ୍ର ମାସର ଡହ ଡହ ଖରାରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ନିଷ୍ଠାର ସହ ବ୍ରତଧାରୀ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି । କଷ୍ଟ ସତ୍ତ୍ବେ ବ୍ରତଧାରୀମାନେ ଏହି ଦଣ୍ଡ ଯାତ୍ରାରେ ସାମିଲ ହୋଇଥାନ୍ତି । ନିଜ ଶରୀରକୁ କଷ୍ଟ ବା ଦଣ୍ଡ ଦେଇ ମହାଦେବ ଏବଂ ମା' କାଳୀଙ୍କ ଉଦ୍ଦେଶ୍ୟରେ ଏହି ଦଣ୍ଡ ଯାତ୍ରା କରାଯାଏ । ସେହିଭଳି ରାତିରେ ପୌରାଣିକ କଥା ବସ୍ତୁକୁ ନାଟ୍ୟ ରୂପାନ୍ତରଣ ମାଧ୍ୟମରେ ଲୋକଙ୍କୁ ଜଣାଇଥାନ୍ତି ବ୍ରତାଧାରୀ ଦଣ୍ଡୁଆ । 

ଏହା ମଧ୍ୟ ପଢନ୍ତୁ ......ବୌଦ୍ଧରେ ଜମୁଛି ଧୂଳି ଦଣ୍ଡ, ପଖାଳଖିଆ ଗୀତରେ କମ୍ପୁଛି ଗାଁ ଦାଣ୍ଡ - Danda Yatra

ମା' ଦଣ୍ଡକାଳୀଙ୍କ ପବିତ୍ର ଦଣ୍ଡଯାତ୍ରାରେ ମାନସିକ ଧାରୀମାନେ ନିଷ୍ଠା ଓ ଏକାଗ୍ରତା ସହ ପାଳନ କରିଥାନ୍ତି । ଏହି ଯାତ୍ରା ବର୍ଷର ଚୈତ୍ରମାସରେ ପାଳନ କାରାଯାଇ ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଦିନ ଶେଷ ହୋଇଥାଏ । ମାନସିକଧାରୀ ଦଣ୍ଡୁଆମାନେ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଗାଁ ଗାଁ ବୁଲି ନିଜ ଶରୀରକୁ କଷ୍ଟ ଦେଇ ମହାଦେବ ଏବଂ ମା' କାଳୀଙ୍କ ଉଦେଶ୍ୟରେ ଏହି ଦଣ୍ଡ ଯାତ୍ରା କରିଥାନ୍ତି ।

ଇଟିଭି ଭାରତ,ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.