ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରର ପ୍ରଭାବ ପଡ଼ିବନି: ସାଲୁଜା - Saluja reacts on Naveen Patnaik - SALUJA REACTS ON NAVEEN PATNAIK
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Apr 24, 2024, 8:33 PM IST
Santosh Singh Saluja reacts on Naveen Patnaik: ଭୁବନେଶ୍ବର: ଆଜିଠାରୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହିଞ୍ଜଳିରୁ ନବୀନ ପ୍ରଚାର ଆରମ୍ଭ କରିବା ସମ୍ପର୍କରେ ମତ ରଖିଛନ୍ତି କଂଗ୍ରେସ ବିଧାୟକ ତଥା ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି, "ଚଳିତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରର କିଛି ବି ପ୍ରଭାବ ପଡ଼ିବ ନାହିଁ । ଏଥିପାଇଁ ହିଁ ମୁଖ୍ୟମନ୍ତ୍ରୀ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ୁଛନ୍ତି । ନିର୍ବାଚନ ଫଳାଫଳ ଆସିଲେ ସବୁ ପ୍ରଶ୍ନର ଉତ୍ତର ମିଳିଯିବ । ମୁଁ ଭାବୁଛି ମୁଖ୍ୟମନ୍ତ୍ରୀ ଲଢ଼ୁଥିବା ଦୁଇଟିଯାକ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଫଳାଫଳ ବିଜେଡି ପାଇଁ ଭଲ ହେବନାହିଁ ।"
ପ୍ରକାଶଯୋଗ୍ୟ, ୨୦୧୯ ନିର୍ବାଚନ ଭଳି ଚଳିତ ନିର୍ବାଚନରେ ମଧ୍ୟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ଦୁଇଟି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି । ନିଜ ପାରମ୍ପାରିକ ଆସନ ହିଞ୍ଜିଳି ସମେତ ବଲାଙ୍ଗୀରର କଣ୍ଟାବାଞ୍ଜିରୁ ମଧ୍ୟ ଏଥର ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଣ୍ଟାବାଞ୍ଜି ଏବେ କଂଗ୍ରେସ ଦଖଲରେ ଅଛି । ସେଠାରୁ ପୁଣିଥରେ କଂଗ୍ରେସ ବର୍ତ୍ତମାନର ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ପ୍ରାର୍ଥୀ କରିଛି ।
ଏହା ମଧ୍ୟ ପଢ଼ନ୍ତୁ...୨୦୩୬ ସୁଦ୍ଧା ଓଡ଼ିଶା ହେବ ଦେଶର ଏକ ନମ୍ୱର ରାଜ୍ୟ: ନବୀନ - NAVEEN PATNAIK CAMPAIGN
ଇଟିଭି ଭାରତ, ଭୁବନେଶ୍ବର