‘ହାରିବା ପରେ ମଧ୍ୟ ଲୋକଙ୍କ ସହ ଥିଲି, ଏଥର ନିଶ୍ଚିତ ଆଶୀର୍ବାଦ ପାଇବି’ - Bandita Parida reaction

By ETV Bharat Odisha Team

Published : Apr 15, 2024, 5:29 PM IST

thumbnail

Congress MLA Candidate Bandita Parida reaction: ଯାଜପୁର: କଂଗ୍ରେସରୁ 2ୟ ଥର ପାଇଁ ବନ୍ଦିତା ପରିଡାଙ୍କୁ ଯାଜପୁର ଜିଲ୍ଲା କୋରାଇ ବିଧାନସଭା ଆସନ ପାଇଁ ପ୍ରାର୍ଥିନୀ କରାଯାଇଛି । ଏହି ଅବସରରେ ବନ୍ଦିତାଙ୍କୁ କର୍ମୀ ଓ ସମର୍ଥକମାନେ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ବନ୍ଦିତାଙ୍କୁ ଦଳ ପୁନର୍ବାର ଭରସା କରିଥିବାରୁ ସେ ରାହୁଲ ଗାନ୍ଧୀ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଜାତୀୟ ତଥା ପ୍ରଦେଶିକ ଦଳୀୟ କର୍ମକର୍ତ୍ତାଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି । 

ଗତଥର 2019 ସାଧାରଣ ନିର୍ବାଚନରେ ମଧ୍ୟ ବନ୍ଦିତା ସମାନ ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ସେଥର ତାଙ୍କୁ 28 ହଜାର 446 ଖଣ୍ଡ ଭୋଟ ମିଳିଥିଲା ଓ ସେ 3ୟ ସ୍ଥାନରେ ରହିଥିଲେ । ତେବେ ଏଥର କୋରାଇବାସୀ ତାଙ୍କୁ ବିଶ୍ୱାସ ଓ ଭରସାକୁ ନେଇ ଜିତାଇବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଥିବା ବନ୍ଦିତା କହିଛନ୍ତି । ସୂଚନାଯୋଗ୍ୟ ଯେ ବନ୍ଦିତା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଥିଲେ । ଏବେ ସେ ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାନେତ୍ରୀ ଅଛନ୍ତି । ଟିକେଟ ମିଳିବା ପରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଯାଜପୁର ପ୍ରତିନିଧି ଜ୍ଞାନରଞ୍ଜନ ଓଝା ... 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.