ମୌସୁମୀ ପାଇଁ ସଜବାଜ, କମିଶନର କହିଲେ ଡ୍ରେନକୁ ଫିଙ୍ଗନ୍ତୁନି ପ୍ଲାଷ୍ଟିକ - cuttack drain issue
🎬 Watch Now: Feature Video
CUTTACK DRAIN ISSUE: କଟକ: ସହରବାସୀଙ୍କୁ ସିଏମସିର ନିବେଦନ । ନାଳକୁ ଫିଙ୍ଗନି ପ୍ଲାଷ୍ଟିକ । ଆଗକୁ ଆସୁଛି ମୌସୁମୀ ଜନିତ ବଡ ବର୍ଷା । ଯାହା ଫଳରେ କଟକ ହୋଇପାରେ ଜଳବନ୍ଦୀ । କଟକରେ ବକ୍ସ ଡ୍ରେନର ନିର୍ମାଣ ପରେ ଜଳ ବନ୍ଦୀ ସମସ୍ୟାରୁ ସାମାନ୍ୟ ଆଶ୍ଵସ୍ଥି ମିଳିଥିଲା ବେଳେ କିନ୍ତୁ ଜଳବନ୍ଦୀ ସମସ୍ୟା ସମ୍ପୂର୍ଣ୍ଣ ରୂପେ ଦୂରୀଭୂତ ହୋଇନାହିଁ । କାହିଁକି ଲଗାଣ ବର୍ଷା ଜାରି ରହିବା ଫଳରେ କଟକ ରେ ଆଂଶିକ ଜଳବନ୍ଦୀ ହେବାର ଆଶଙ୍କା ରହିଛି । ସେଥିପାଇଁ କଟକର ବଡ଼ ଡ୍ରେନମାନଙ୍କରେ ଜାଲି ବ୍ୟବସ୍ଥା କରଯାଇଛି । ଯାହା ଫଳରେ ଡ୍ରେନରେ ଆଉ ଜମିବନି ପ୍ଲାଷ୍ଟିକ । ଡ୍ରେନ ମଧ୍ୟ ସଫା ହୋଇଯିବ । ପ୍ରତ୍ୟକ ଦିନ ସିଏମସିର ସଫେଇ କର୍ମଚାରୀ ଏହି ଜାଲିକୁ ନିୟମିତ ଢ଼ଙ୍ଗରେ ସଫା କରୁଛନ୍ତି । ତେଣୁ ଯଦି ସହରବାସୀ ପ୍ଲାଷ୍ଟିକର ସଠିକ ବ୍ୟବହାର କରିବେ । ତେବେ ଆମେ ଜଳବନ୍ଦୀ ସମସ୍ୟାରୁ ମୁକୁଳି ପାରିବା ବୋଲି କହିଛନ୍ତି ସିଏମସି କମିଶନର ବିଜୟ କୁମାର ଦାସ ।
ଏହା ମଧ୍ୟ ପଢନ୍ତୁ ......ଓଡିଶା ଆସୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ, ପ୍ରଥମେ ଏସବୁ ଜିଲ୍ଲାକୁ ଛୁଇଁବ - Odisha Weather
ଆଉ କିଛି ଦିନ ଯିବା ପରେ ଓଡିଶାରେ ବହିବ ମୌସୁମୀ ବାୟୁ । ଲଗାଣ ବର୍ଷା ଜାରି ରହିବ । ତେଣୁ ଏହି ସମୟରେ ଡ୍ରେନରେ ପାଣି ନିଷ୍କାସନ ପାଇଁ ବାଟ ସଫା ରହିବା ନିତ୍ୟନ୍ତ ଆବଶ୍ୟକ । ତେଣୁ ଡ୍ରେନରେ ପ୍ଲାଷ୍ଟିକ ନ ପକାଇ ଉପଯୁକ୍ତ ସ୍ଥାନ ପକାଇବା ପାଇଁ ନିବେଦନ କରିଛନ୍ତି କମିଶନର । ବିଗତ ବର୍ଷମାନଙ୍କରେ କଟକରେ ଯେଉଁ ଜଳବନ୍ଦୀ ସମସ୍ୟା ଉପୁଜେ ସେଥିରେ ପାଣି ଛାଡିବା ପାଇଁ ଅନେକ ଦିନ ସମୟ ଲାଗେ । କିନ୍ତୁ ଚଳିତବର୍ଷ ସିଏମସିର ମେଗା ପ୍ଲାନ ନିଶ୍ଚୟ ଜଳବନ୍ଦୀ ସମସ୍ୟା ଦୂର କରିବ ବୋଲି କହିଛନ୍ତି ସିଏମସି କମିଶନର ।
ଇଟିଭି ଭାରତ, କଟକ