thumbnail

By ETV Bharat Odisha Team

Published : Mar 13, 2024, 9:52 PM IST

ETV Bharat / Videos

କାକଟପୁର ଓ ସତ୍ୟବାଦୀକୁ ଏନଏସି ଘୋଷଣା, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଅଞ୍ଚଳବାସୀ

 New NAC Announcement: ନିମାପଡ଼ା: ରାଜ୍ୟରେ ଆଉ 22 ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସାଧାରଣଙ୍କ ଦାବି, ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ କାକଟପୁର ଓ ସତ୍ୟବାଦୀକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି। ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦଗୁଡିକ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ... ବୌଦ୍ଧର ଆଉ ତିନୋଟି ସ୍ଥାନକୁ ଏନଏସି ମାନ୍ୟତା, ଜିଲ୍ଲାରେ ଖୁସିର ଲହରୀ

ମୁଖ୍ୟମନ୍ତ୍ରୀ ସତ୍ୟବାଦୀ ଓ କାକଟପୁରକୁ ଏନଏଏସିର ମାନ୍ୟତା ଘୋଷଣା କରିବା ପରେ ଉତ୍ସାହିତ ସତ୍ୟବାଦୀ ଓ କାକଟପୁର ଜନସାଧାରଣ । ଦୀର୍ଘଦିନ ଧରି ଏହି ଦୁଇଟି ସ୍ଥାନକୁ ଏନଏଏସି ଘୋଷଣା ପାଇଁ ଦାବି କରାଯାଇ ଆସୁଥିବା ବେଳେ ଆଜି ଦୀର୍ଘଦିନର ଦାବି ପୁରଣ ହୋଇଛି । ପୂର୍ବରୁ ରାଜ୍ୟର ଅନେକ ଗୁଡିଏ ଅଞ୍ଚଳକୁ ରାଜ୍ୟ ସରକାର ବିଜ୍ଞାପିତ ପରିଷଦ ଅଞ୍ଚଳ ଭାବେ ଘୋଷଣା କରିଥିଲେ  । ତେବେ ସତ୍ୟବାଦୀ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହିତ ଖୁସିବ୍ୟକ୍ତ କରିଛନ୍ତି ସ୍ଥାନୀୟ ଜନସାଧାରଣ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.