ଦକ୍ଷିଣାଞ୍ଚଳରେ +2 ପରୀକ୍ଷାରେ ଉତ୍ତୀର୍ଣ୍ଣ ହାର ବୃଦ୍ଧି, ବ୍ରହ୍ମପୁରରେ ବିଦ୍ୟାର୍ଥୀଙ୍କୁ ସମ୍ୱର୍ଦ୍ଧନା - Celebration In Berhampur

By ETV Bharat Odisha Team

Published : May 27, 2024, 10:36 PM IST

thumbnail
Celebration In Berhampur (ETV Bharat Odisha)

Celebration In Berhampur: ବ୍ରହ୍ମପୁର: ଗତକାଲି (ରବିବାର) ଚଳିତବର୍ଷର +2 ଦୁଇ ପରୀକ୍ଷାଫଳ ପ୍ରକାଶ ପାଇଛି ।  ସେଲିବ୍ରେସନ କରୁଛନ୍ତି ରେଶମ ସହର ବ୍ରହ୍ମପୁରର କୃତି ବିଦ୍ୟାର୍ଥୀ । ଦକ୍ଷିଣାଞ୍ଚଳରେ ଯୁକ୍ତ ଦୁଇ ପରୀକ୍ଷାର ଉତ୍ତୀର୍ଣ୍ଣ ହାର ବୃଦ୍ଧି ପାଇଥିବା ଦେଖାଯାଇଛି । କଳାରେ ୭୮. ୧୪ %, ବିଜ୍ଞାନ ୭୩. ୪୦ %, ବାଣିଜ୍ୟରେ ୬୭. ୭୯ % ଓ ଧନ୍ଦାମୂଳକ ଶିକ୍ଷାରେ ୫୪. ୬୨ % ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷର ଦକ୍ଷିଣାଞ୍ଚଳ ଅଧୀନସ୍ଥ ୮ଟି ଜିଲ୍ଲା ଯଥା ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳର ପରୀକ୍ଷାର୍ଥୀମାନେ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ବିଗତ ବର୍ଷ ତୁଳନାରେ ଭଲ କରିଛନ୍ତି । +୨ ବିଜ୍ଞାନ ପରୀକ୍ଷାରେ ସର୍ବମୋଟ ୨୪ହଜାର ୪୫୯ ଜଣ ପରୀକ୍ଷା ଦେଇଥିବାବେଳେ ସେଥିରୁ କୃତକାର୍ଯ୍ୟ ହୋଇଛନ୍ତି ୧୯ ହଜାର ୪୯୦ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୩. ୪୦ ପ୍ରତିଶତ । 

ଏହା ବି ପଢନ୍ତୁ...ବୌଦ୍ଧର ମାଟ୍ରିକ ଟପ୍ପର ଶୁଭ୍ରଦୀପ; ଏ-1ରେ 4ଜଣ, ସମ୍ବର୍ଦ୍ଧିତ କଲା ଶିକ୍ଷା ବିଭାଗ - BOUDH MATRIC TOPPER

+2 ବାଣିଜ୍ୟ ପରୀକ୍ଷାରେ ଦକ୍ଷିଣାଞ୍ଚଳର ୮ ଜିଲ୍ଲାରେ ୫ହଜାର ୯୯ ଜଣ ପରୀକ୍ଷା ଦେଇଥିବାବେଳେ ସେଧ୍ୟରୁ ୩ହଜାର ୯୭୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୬୭. ୭୯ ପ୍ରତିଶତ । କଳାରେ ସର୍ବମୋଟ ୪୯ହଜାର ୧୧୪ ଜଣ ପରୀକ୍ଷା ଦେଇଥିବାବେଳେ କୃତକାର୍ଯ୍ୟ ହୋଇଛନ୍ତି ୩୯ ହଜାର ୧୦୧ ଜଣ ।ଉତ୍ତୀର୍ଣ୍ଣ ହାର ରହିଛି ୭୮. ୧୪ ପ୍ରତିଶତ । ଭଲ ନମ୍ୱର ରଖିଥିବା ବିଦ୍ୟାର୍ଥୀଙ୍କୁ ସେମାନଙ୍କ ଅଭିଭାବକ ଓ ଶିକ୍ଷାନୁଷ୍ଠାନ ପକ୍ଷରୁ ଦିଆଯାଇଛି ସମ୍ୱର୍ଦ୍ଧନା । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.