ସରିଲା ପ୍ରଥମ ପର୍ଯ୍ୟାୟ ପ୍ରଚାର, ବିଜେପି ପାଇଁ ଭୋଟ ମାଗିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ - Chhattisgarh CM Election Campaign - CHHATTISGARH CM ELECTION CAMPAIGN
🎬 Watch Now: Feature Video
Published : May 12, 2024, 7:46 AM IST
Chhattisgarh CM Election Campaign In Kalahandi: ଭବାନୀପାଟଣା: ରାତି ପାହିଲେ (ସୋମବାର) ଅନୁଷ୍ଠିତ ହେବ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର 4ଟି ଲୋକସଭା କ୍ଷେତ୍ରରେ ନିର୍ବାଚନ ହେବାକୁ ଥିବାବେଳେ ଗତକାଲି ସରିଛି ପ୍ରଚାର ଅଭିଯାନ । ଗତକାଲି ପ୍ରଚାରର ଶେଷ ଦିନ ଥିବାରୁ ପ୍ରଚାରକୁ ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଶେଷ ଦିନରେ ବିଜେପି ପାଇଁ ପ୍ରଚାର କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପହଞ୍ଚି ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।
ଶନିବାର ଅପରାହ୍ନ ୩ଟାରେ ବନମାଳିପୁର ଛକ ନିକଟରେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ସଡ଼କ ପଥ ଦେଇ ଜୁନାଗଡ଼ ସହର ସ୍ଥିତ ହାଇସ୍କୁଲ ପଡ଼ିଆରେ ପହଞ୍ଚିଥିଲେ । ସେଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କଳାହାଣ୍ଡି ସାଂସଦ ପ୍ରାର୍ଥିନୀ ମାଳବିକା କେଶରୀ ଦେଓ ଓ ଜୁନାଗଡ଼ ବିଧାୟକ ପ୍ରାର୍ଥୀ ମନୋଜ ମେହେରଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ସେହିପରି ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଆଣିବାକୁ ଲୋକଙ୍କୁ ନିବେଦନ କରିଥିଲେ । ଏହାସହ ମୋଦି ସରକାରଙ୍କ ଗ୍ୟାରେଣ୍ଟି ଓ ସଂକଳ୍ପ ପତ୍ରକୁ ନେଇ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ଖଡ଼ିଆଳ ନିର୍ବାଚନ ମଣ୍ଡଳୀ; ଖରାରେ ଜମୁଛି ବିଜେପି ଓ ବିଜେଡିର ପ୍ରଚାର - BJP And BJD Election Campaign
ଇଟିଭି ଭାରତ, କଳାହାଣ୍ଡି