ତୃତୀୟ ଥର ପାଇଁ ତାଳଚେରରୁ ବିଜେଡି ପ୍ରାର୍ଥୀ ହେଲେ ବ୍ରଜକିଶୋର, କହିଲେ ଉନ୍ନତିମୂଳକ କାର୍ଯ୍ୟ କରିବି - Talcher Assembly constituency - TALCHER ASSEMBLY CONSTITUENCY
🎬 Watch Now: Feature Video
Published : Apr 12, 2024, 1:34 PM IST
Talcher Assembly constituency ଅନୁଗୋଳ: ତାଳଚେର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ନେଇ ହଟିଲା ସସପେନ୍ସ । 3ୟ ଥର ପାଇଁ ପୁଣି ଥରେ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଆସ୍ଥା ପ୍ରକଟ କଲା ଦଳ । ଗତକାଲି(ଗୁରୁବାର) ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ତାଳଚେର ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଥିଲା ଦଳ । ବ୍ରଜଙ୍କ ନାଁରେ ଦଳ ମୋହର ମାରିବା ପରେ କର୍ମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ସେପଟେ ସୁପ୍ରିମୋ ତାଙ୍କ ଉପରେ ଭରସା କରିଥିବାରୁ ନବୀନଙ୍କ ଅସ୍ଥା ଓ ତାଳଚେରବାସୀଙ୍କ ଭରସା ନେଇ କାମ କରିବେ ବୋଲି କହିଛନ୍ତି ବ୍ରଜ ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡ଼ିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ତାଳଚେର ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନଙ୍କ ନାମରେ ଦଳ ମୋହର ମାରିଛି । ଯାହା ଫଳରେ ବ୍ରଜ ପ୍ରଧାନ ଅନୁଗୋଳ ବିଧାନସଭାରେ ପ୍ରାର୍ଥୀ ହେବେ ବୋଲି ଯେଉଁ ଦ୍ଵନ୍ଦ ଥିଲା ତାହା ଦୂର ହୋଇଛି । ଯାହାକୁ ନେଇ ବ୍ରଜଙ୍କ କର୍ମୀମାନେ ବେଶ ଖୁସି ହେବା ସହ ନାଁ ଘୋଷଣା ପରେ ଖୁସି ମନାଇଛନ୍ତି । ଏପଟେ ଟିକେଟ ପାଇବା ପରେ ବ୍ରଜ କିଶୋର ନିଜ ପ୍ରତିକ୍ରିୟାରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ତାଳଚେରବାସୀଙ୍କ ଆଶୀର୍ବାଦ ଯୋଗୁଁ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆଉଥରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି କହିଛନ୍ତି । ମା’ ହିଙ୍ଗୁଳା ଓ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ସେ ଜିତିବା ପରେ ଅଧୁରା ଥିବା ତାଳଚେର ମେଡିକାଲ ଓ ରେଳ ଷ୍ଟେସନର ଉନ୍ନତି ପାଇଁ କାମ କରିବେ ବୋଲି କହିଛନ୍ତି । ଯଦି କହିବା ଚଳିତ ଥରକୁ ମିଶାଇ 3ୟ ଥର ପାଇଁ ତାଙ୍କ ଉପରେ ଭରସା କରିଛି ଦଳ । 2009 ରେ ସେ ମଧ୍ୟ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚତ ହୋଇଥିଲେ।
ଇଟିଭି ଭାରତ, ଅନୁଗୋଳ