ଅପରାଜିତାଙ୍କୁ ପୁଣି ବିରୋଧ, ସଂସଦୀୟ ପାଣ୍ଠିକୁ ଅନ୍ୟ ଦଳର କର୍ମୀଙ୍କୁ ପ୍ରଦାନ ଅଭିଯୋଗ - APARAJITA SARANGI

By ETV Bharat Odisha Team

Published : Mar 31, 2024, 10:06 PM IST

thumbnail

BJP Workers Against Aparajita: ଖୋର୍ଦ୍ଧା: ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ପିଛା ଛାଡୁନି ଦଳୀୟ ବିରୋଧ । ପୂର୍ବରୁ ଖୋର୍ଦ୍ଧାରେ ଅପରାଜିତାଙ୍କ ଦ୍ବାରା ଦଳ ଓ କର୍ମୀ ବିରୋଧୀ ଏବଂ ମନମୁଖୀ କାର୍ଯ୍ୟକୁ ସମାଲୋଚନା କରି ଏକାଠି ହୋଇଥିଲେ ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକରେ ଶତାଧିକ ବିଜେପି କର୍ମୀ । ପୁଣି ଅପରାଜିତା ଷଡ଼ଙ୍ଗୀଙ୍କୁ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିରୋଧର ସାମ୍ନା କରିବାକୁ ପଡିଛି । 

ଏହା ମଧ୍ୟ ପଢନ୍ତୁ... ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ମନ୍ତବ୍ୟକୁ ନେଇ ଖୋର୍ଦ୍ଧା ବିଜେପିରେ ବିଦ୍ରୋହ, ସମୂହ ଇସ୍ତଫା ଚେତାବନୀ - APARAJITA SADANGI 

ଦଳୀୟ କର୍ମକର୍ତ୍ତାଙ୍କୁ ଅବହେଳା ସହ ସଂସଦୀୟ ପାଣ୍ଠିକୁ ଅନ୍ୟ ଦଳର କର୍ମୀଙ୍କୁ ପ୍ରଦାନ ପ୍ରତିବାଦରେ ଆଜି ପୁନର୍ବାର ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଜୋରଦାର ବିରୋଧ ପ୍ରଦର୍ଶନୀ କରିଛନ୍ତି ନିଜ ଦଳର କର୍ମକର୍ତ୍ତା । ପୂର୍ବରୁ ଅପରାଜିତାଙ୍କୁ ନିର୍ବାଚନ ମଣ୍ଡଳୀ ସ୍ତରରେ ହେଉଥିବା ବିରୋଧ ଏବେ ଗାଁ ଗାଁ ରେ ପହଞ୍ଚିଥିବା ଦେଖିବାକୁ ମିଳିଛି । କିଭଳି ଅପରାଜିତା ଷଡ଼ଙ୍ଗୀ ଭୋଟ ପାଇଁ ନିରୀହ ଜନସାଧାରଣଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି ଆଗାମୀ ଦିନରେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି କହିଛନ୍ତି ବିଜେପି କର୍ମକର୍ତ୍ତା । ସବୁଠି ବିରୋଧ ପ୍ରତିବାଦ ଭିତରେ କିନ୍ତୁ ଅପରାଜିତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.