ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କ ଗାଡିକୁ ଅଣ୍ଡାମାଡ - RIFT IN BJP

🎬 Watch Now: Feature Video

thumbnail

By ETV Bharat Odisha Team

Published : Mar 27, 2024, 10:15 PM IST

MP Candidate Balabhadra Majhi Targeted: ନବରଙ୍ଗପୁର: ବିଜେପି ପକ୍ଷରୁ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ପରେ ମୁଣ୍ଡ ଟେକିଛି ଗୋଷ୍ଠୀ ବିବାଦ । ଏଭଳି ରାଜନୈତିକ ବିରୋଧ ଦେଖିବାକୁ ମିଳିଛି ନବରଙ୍ଗପୁରରେ । ଆଜି ନବରଙ୍ଗପୁର ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କ ଗାଡିକୁ ଅଣ୍ଡାମାଡ ହୋଇଛି । ଝରିଗାଁରୁ ମୈଦଲପୁର ରାସ୍ତା ଦେଇ ଫେରୁଥିବା ସମୟରେ ମୈଦଲପୁର ନିକଟରେ ବଳଭଦ୍ରଙ୍କ ଗାଡି କୁ ଅଣ୍ଡାମାଡ ହୋଇଛି । ସେହି ସମୟରେ ନିଜେ ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ଗାଡିରେ ନିଜର କିଛି ସହଯୋଗୀଙ୍କ ସହିତ ଉପସ୍ଥିତ ଥିଲେ । 

ଏହା ମଧ୍ୟ ପଢନ୍ତୁ... ବିଜେପିରେ ମିଶ୍ରଣ ପର୍ବରେ ସାମିଲ ହେଲେ ବହୁ ହେଭିୱେଟ ନେତା - General Election 2024

ଅଣ୍ଡାମାଡ କିଏ କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ବିଜେପି ତରଫରୁ ସାଂସଦ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀଙ୍କୁ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ସାଂସଦ ପ୍ରାର୍ଥୀ ଘୋଷଣା କରିବା ପରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କ ସମର୍ଥକ ମୈଦଲପୁର ଠାରେ ଏକତ୍ରୀତ ହୋଇ ବଳଭଦ୍ରଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରିଥିଲେ । ତେବେ ଏ ଘଟଣା ନେଇ କାହାର ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ ।

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.