ସୁନ୍ଦରଗଡରେ ବିଜେଡିର ଏକପାଖିଆ ବିଜୟ: ସାରଦା ନାୟକ - Odisha Assembly Election 2024

By ETV Bharat Odisha Team

Published : Apr 14, 2024, 11:31 AM IST

thumbnail

Odisha Assembly Election 2024 ରାଉରକେଲା: ରାଜ୍ୟରେ ନିର୍ବାଚନୀ ମାହୋଲ । ସବୁଠି ପ୍ରଚାର ଜୋରଦାର । ବିଜୟ ନେଇ ସବୁ ନେତା ତଥା ପ୍ରାର୍ଥୀଙ୍କ ଦୃଢୋକ୍ତି । ଏହାମଧ୍ୟରେ ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ନାୟକ ମଧ୍ୟ ବିଜେଡି ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ହାମଧ୍ୟ ପଢନ୍ତୁ.. ସୁନ୍ଦରଗଡ଼ ଲୋକସଭା ଆସନ: ରିପିଟ୍ ହେବେ କି ଜୁଏଲ୍ ନା ଖାତା ଖୋଲିବ ବିଜେଡି ! - Sundargarh Lok Sabha

ରାଉରକେଲା ବିଧାୟକ ତଥା ମନ୍ତ୍ରୀ  ସାରଦା ନାୟକଙ୍କୁ ବିଜେଡି ରାଉରକେଲାର ବିଧାୟକ ପ୍ରାର୍ଥୀ ଭାବେ ପୁଣି ଭରସା କରି ଟିକେଟ ପ୍ରଦାନ କରିଛି । ତେବେ ବର୍ତ୍ତମାନ ରାଜ୍ୟରେ ରାଜନୀତି ସମ୍ପୂର୍ଣ୍ଣ ସରଗରମ ହୋଇ ଉଠିଛି ଏବଂ ଏହାରି ମଧ୍ୟରେ ଏଥର ନିର୍ବାଚନ ଲଢ଼ିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ ସାରଦା ନାୟକ । ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି," ରାଜ୍ୟ ସରକାର ରାଉରକେଲାକୁ ଯେତିକି ଭେଟି ଦେଇଛନ୍ତି ଆଉ କେହି ଦେଇ ନାହାନ୍ତି ତେଣୁ ଏଥର ମଧ୍ୟ ଲୋକେ ତାଙ୍କୁ ଆସ୍ଥା ଭାଜନ କରିବେ । 2019 ନିର୍ବାଚନ ପରେ ରାଉରକେଲା ସହରର ବ୍ୟାପକ ଉନ୍ନତି ହୋଇଛି । ହକି ଷ୍ଟାଡିୟମ ନିର୍ମାଣ, ରାଉରକେଲା ବିମାନ ବନ୍ଦର ,ମୋ ବସ ସହ ଲକ୍ଷ୍ମୀ ବସ ରାଉରକେଲା ସହରର ସୁରୁଖୁରୁରେ ଗଡ଼ିବା ଆଦି ଭଳି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି । ତେବେ ବିରୋଧୀ ବିଜେପି ଯେଉଁଭଳି ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗ ଉଠାଉଛି ନିଜେ ଆଗେ ମାନସ ମନ୍ଥନ କରୁ ।"

ସେ ଆଉମଧ୍ୟ କହିଛନ୍ତି ଯେ, ଏଥର ମଧ୍ୟ ରାଜ୍ୟର ଏବଂ ସୁନ୍ଦରଗଡ଼ର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ଲୋକସଭା ନିର୍ବାଚନ କ୍ଷେତ୍ରରେ କେବଳ ବିଜେଡି ବିଜୟ ହେବ ।
 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.