thumbnail

By ETV Bharat Odisha Team

Published : May 31, 2024, 7:55 AM IST

ETV Bharat / Videos

ପୁରୀ ବାଣ ଟ୍ରାଜେଡି: ମହାପ୍ରଭୂଙ୍କୁ ଦର୍ଶନ କଲେ, ଆହତଙ୍କୁ ଭେଟିଲେ ପାଣ୍ଡିଆନ - V K Pandian Puri Visit

V K Pandian Puri Visit: ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ବିଜେଡି ନେତା ଭି କେ ପାଣ୍ଡିଆନ  । ଗୁରୁବାର ସନ୍ଧ୍ୟାରେ ଫାଇଭ ଟି ସଚିବ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷଣ କରିଥିଲେ । ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ଏବଂ ରାଜ୍ୟସଭା ସାଂସଦ ପାଣ୍ଡିଆନଙ୍କୁ ଖଣ୍ଡୁଆ ପାଟ ଦେଇ ସ୍ବାଗତ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରି ସାରିବା ପରେ ପାଣ୍ଡିଆନ ପୁରୀ ହସ୍ପିଟାଲକୁ ଯାଇଥିଲେ ।

ଏହାମଧ୍ୟ ପଢନ୍ତୁ.. ବାଣ ଟ୍ରାଜେଡି: ଘଟଣାସ୍ଥଳ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ମେଡ଼ିକାଲରେ ଆହତଙ୍କୁ ଭେଟିଲେ - Src Pradeep Jena Meets Injured

ବୁଧବାର ରାତିରେ ଭଉଁରୀ ଯାତ୍ରା ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପାଣ୍ଡିଆନ୍ ପଚାରି ବୁଝିଥିଲେ । ଆହତ ବ୍ୟକ୍ତିମାନଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ସମସ୍ତଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଆହତମାନଙ୍କ ଚିକିତ୍ସା ପାଇଁ ସବୁ ସୁବିଧା ଯୋଗାଇଦିଆଯିବ ବୋଲି ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିଲେ  । ପାଣ୍ଡିଆନଙ୍କ ସହ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମଧ୍ୟ ଉପସ୍ଥିତ ଥିଲେ  ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.