thumbnail

By ETV Bharat Odisha Team

Published : May 3, 2024, 10:50 PM IST

ETV Bharat / Videos

ନାମାଙ୍କନ ଭରିଲେ ରୁଦ୍ର, ଉମା ଓ ଓମ୍ ପ୍ରକାଶ - PURI LOK SABHA Seat

ODISHA ASSEMBLY 2024: ପୁରୀ: ସଂସଦୀୟ କ୍ଷେତ୍ରର ନାମାଙ୍କନପତ୍ର ଦାଖଲର ପଞ୍ଚମ ଦିନରେ ବିଜେପି, ବିଜେଡି ଓ ଆପର ବିଧାୟକ ପ୍ରାର୍ଥୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ସମର୍ଥକଙ୍କ ସହ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି । ପୁରୀ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ପିପିଲିରୁ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି ଆଜି ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ରୁଦ୍ର ମହାରଥୀ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନିର୍ମଳ ଶାସନ ଏବଂ ଲୋକମାନଙ୍କ ଭଲପାଇବା ଯୋଗୁଁ ପିପିଲି ବିଜେଡ଼ିର ଗଡ଼ ହୋଇ ରହିଛି ଏବଂ ରହିବ । ପିପିଲି ବାସୀ ନିଶ୍ଚିତ ଭାବେ ତାଙ୍କୁ ପୁଣିଥରେ ସେବା କରିବା ପାଇଁ ସୁଯୋଗ ଦେବେ । 

ସେହିପରି ବ୍ରହ୍ମଗିରି ବିଧାନସଭା ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଆଜି ସୁନାମୁଇଁ ଠାରୁ ହଜାର ହଜାର ସମର୍ଥକଙ୍କ ସହ ଆସି ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବ୍ରହ୍ମଗିରିରେ ଅନେକ ବିକାସ କାର୍ଯ୍ୟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ଲୋକଙ୍କୁ ବେଶ୍ ପ୍ରଭାବିତ କରିଛି । ବ୍ରହ୍ମଗିରିରେ ଅନେକ କାମ ଅଧୁରା ରହିଛି । ତେବେ ଦଳ ତାଙ୍କୁ ବ୍ରହ୍ମଗିରିବାସୀଙ୍କ ସେବା ପାଇଁ ସୁଯୋଗ ଦେଇଥିବା ବେଳେ ବ୍ରହ୍ମଗିରିବାସୀ ତାଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବେ ବୋଲି କହିଛନ୍ତି ଉମାକାନ୍ତ ।

ପୁରୀ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ବିଶାଳ ବାଇକ ରାଲି କରି ନିଜ ସମର୍ଥକ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏଥର ସତ୍ୟବାଦୀବାସୀ ପରିବର୍ତ୍ତନ ଚାହୁଁଥିବା କହିଛନ୍ତି ଓମ୍ ପ୍ରକାଶ । ବ୍ରହ୍ମଗିରିରୁ ପ୍ରତ୍ୟାକ୍ଷିତ ହୋଇଥିବା ବିଜେଡି ପ୍ରାର୍ଥୀ ସଂଜୟ ଦାସବର୍ମାଙ୍କୁ ମଧ୍ୟ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଭୋଟର ପ୍ରତ୍ୟାଖ୍ୟାନ କରିବେ ବୋଲି ଓମ୍ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....କମ୍ପିଲା କଟକ; ନାମାଙ୍କନ ଭରିଲେ ସଂତୃପ୍ତ ଓ ଭର୍ତ୍ତୃହରି - Lok Sabha Election 2024

ସେପଟେ ବିଜେପି ଛାଡି ସତ୍ୟବାଦୀରୁ ସ୍ବାଧିନ ଭାବେ ବିଧାନସଭା ପ୍ରାର୍ଥୀ କାମାକ୍ଷା ପ୍ରଧାନ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । କାମାକ୍ଷା କହିଛନ୍ତି ଯେ, ଅନେକ ନେତା ଆସିଥିବା ବେଳେ ସତ୍ୟବାଦୀବାସୀଙ୍କ ଦୁଃଖ ଦୂର କରି ପାରିନାହାନ୍ତି । ସେ ଲୋକଙ୍କ ସହ ଅଛନ୍ତି । ଲୋକଙ୍କ ଭଲ ପାଇବାକୁ ସେ ଆଧାର କରି ବିପୁଳ ଭୋଟରେ ଜିତିବେ । 

ଆମ୍ ଆଦମୀ ପାର୍ଟି ପୁରୀ ସଦର ନିର୍ବାଚନ ମଣ୍ଡଳୀ ପାଇଁ ସତ୍ୟଜିତ ମହାନ୍ତି ପ୍ରାର୍ଥୀ କରିଛି । ସେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସତ୍ୟଜିତ କହିଛନ୍ତି ଯେ, ଲୋକଙ୍କ ମୌଳିକ ସୁବିଧା ରାସ୍ତା, ଘାଟ, ବିଜୁଳି ସମସ୍ୟା ସହ ବେକାରୀ, ବିକାସ ପ୍ରସଙ୍ଗକୁ ନେଇ ଆପ ନିର୍ବାଚନ ଲଢ଼ିବ । ଧୀରେ ଧୀରେ ଲୋକଙ୍କ ସମର୍ଥନ ବୃଦ୍ଧି ପାଉଛି । ଆଗାମୀ ନିର୍ବାଚନରେ ପୁରୀରେ ଆପ ବିଜୟୀ ହେବ ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.