thumbnail

By ETV Bharat Odisha Team

Published : May 5, 2024, 3:52 PM IST

ETV Bharat / Videos

ପ୍ରଧାନମନ୍ତ୍ରୀଙ୍କ ଅପେକ୍ଷାରେ ରେଶମସହର, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ - Preparations Ahead Of Modi Visit


Preparations Ahead Of Modi Visit: ବ୍ରହ୍ମପୁର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ । ଏହାକୁ ନେଇ ପ୍ରସ୍ତୁତି ଜୋର ଧରିଛି । ବିଜେପି ଶିବିରରେ ମହଲରେ ବେଶ ଉତ୍ସାହ ଦେଖାଦେଇଛି । ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଗୋପାଳପୁର ନିର୍ବାଚନମଣ୍ଡଳୀର କନିଷି ଠାରେ ଆୟୋଜିତ ହେବାକୁ ରହିଥିବା ସଭାସ୍ଥଳ ସୁସଜ୍ଜିତ ହୋଇଛି । ଦଳୀୟ କର୍ମକର୍ତ୍ତା ଓ ସାଧାରଣ ଜନତାଙ୍କ ବହୁ ମାତ୍ରାରେ ସମାଗମ ହେବାକୁ ରହିଥିବାବେଳେ ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି । ସୂଚନା ଅନୁସାରେ ଦିନ ୧୦ଟାରେ ପ୍ରଧାନମନ୍ତ୍ରୀ ପହଞ୍ଚି ଆୟୋଜିତ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବେ । ସକାଳ ୯ଟା ସୁଦ୍ଧା ସଭା ସ୍ଥଳରେ ପହଞ୍ଚି ନୂତନ ଓଡି଼ଶା ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସାମିଲ ହେବା ସମସ୍ତଙ୍କୁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ଲୋକସଭା ବିଜେପି ପ୍ରାର୍ଥୀ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ । 
 

ଏହା ମଧ୍ୟ ପଢନ୍ତୁ...ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା; କମ୍ପିବ ପ୍ରଚାର ମଇଦାନ, ଉତ୍ସାହିତ କର୍ମୀ - PM Modi Visit

ଏହା ମୋଦିଙ୍କ ପ୍ରଥମ ବ୍ରହ୍ମପୁର ଗସ୍ତ ହୋଇଥିବାରୁ ଦଳୀୟ କର୍ମୀମାନେ ବେଶ ଉତ୍ସାହିତ ରହିଛନ୍ତି । ସୁରକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ ବିଷୟରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କ୍ରମାଗତ ଭାବରେ ତଦାରଖ କରାଯାଉଛି । ଲକ୍ଷାଧିକ ଜନସମାଗମ ହେବାକୁ ଥିବାବେଳେ ସଭା ସ୍ଥଳ, ହେଲିପ୍ୟାଡ୍ ପ୍ରସ୍ତୁତ ସ୍ଥାନ, ଜନସାଧାରଣଙ୍କ ପ୍ରବେଶ, ଟ୍ରାଫିକ୍ ବ୍ୟବସ୍ଥା, ପାର୍କିଂ ସ୍ଥାନ ଭଳି ସମସ୍ତ ବ୍ୟବସ୍ଥା କରାଯାଇଛି । ଏହାସହ ପୋଲିସଠାରୁ ଆରମ୍ଭ କରି ଅଗ୍ନିଶମ, ବିଦ୍ୟୁତ ବିଭାଗ, ସ୍ୱାସ୍ଥବିଭାଗ ଭଳି ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ସମୟରେ କିଭଳି ଦାୟିତ୍ୱ ଗ୍ରହଣ କରିବେ ସେନେଇ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.