ପାଖଉଛି ବିଧାନସଭା ଲଢେଇ; ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ କେମିତି ରହିଛି ଭୋଟରଙ୍କ ମୁଡ୍ ? - Odisha Assembly Election 2024 - ODISHA ASSEMBLY ELECTION 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Apr 26, 2024, 7:35 AM IST

ପୁରୀ: ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ରାଜନୀତି ଉଷ୍ମତା ଏବେ ଚରମ ସୀମାରେ । ଚଳିତ ନିର୍ବାଚନରେ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ବିଜେପିରୁ ପ୍ରାର୍ଥୀ ହୋଇ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ସେହିପରି ବିଜେଡିରୁ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଯୁବନେତା ମିତ୍ରଭାନୁ ମହାପାତ୍ରଙ୍କୁ ଟିକଟ ଦେଇଛି । ହେଲେ ବ୍ରହ୍ମଗିରିରେ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ କଡା ଫାଇଟ ହେବ । ବ୍ରହ୍ମଗିରିର ଲୋକପ୍ରିୟ ନେତା ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ନିର୍ବାଚନ ଲଢ଼ୁଛନ୍ତି । ଲୁଲୁଙ୍କ ଅନେକ ଅନୁଗାମୀ ଥିବାରୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରେଜର ଫାଇଦା ବିଜେପି ପ୍ରାର୍ଥୀ ଉପାସନା ପାଇବେ ବୋଲି ଚର୍ଚ୍ଚା ହେଉଛି । ପୂର୍ବ 2019 ନିର୍ବାଚନରେ ମଧ୍ୟ ଲୁଲୁଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜେପିରୁ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥଲେ । କିନ୍ତୁ ଏଥର ଝିଆରୀ ଉପାସନା ଲଢ଼ିବା ପାଇଁ ଲଳିତେନ୍ଦୁ ନିଜେ ନିର୍ବାଚନରୁ ଓହରି ଯାଇଛନ୍ତି । 

ଏହା ମଧ୍ୟ ପଢନ୍ତୁ: ଦୁର୍ନୀତି ରୋଗର ଚିକିତ୍ସା ପାଇଁ ରାଜନୀତିକୁ ଓହ୍ଲାଇଛି: କଂଗ୍ରେସ ପ୍ରାର୍ଥିନୀ ଦେବସ୍ମିତା - Odisha Assembly Election 2024

ସେପଟେ ଲୁଲୁଙ୍କ ପରିବାର ହାତରୁ ବ୍ରହ୍ମଗିରି ଆସନ ଛଡ଼ାଇ ଆଣିବା ପାଇଁ ବିଜେଡି ପ୍ରାର୍ଥୀ ବଦଳାଇଛି । 2019ରେ ବରିଷ୍ଠ ନେତା ସଂଜୟ ଦାସବର୍ମା ହାରିବା ପରେ ପାଖ ନିର୍ବାଚନ ମଣ୍ଡଳୀରୁ ଉମାକାନ୍ତ ସାମନ୍ତରାୟଙ୍କୁ ବିଜେଡି ପ୍ରାର୍ଥୀ କରିଛି । ତେବେ ଉମା ସାମନ୍ତରାୟଙ୍କ ପାଇଁ ଅଡୁଆ ହୋଇଛି ବ୍ରହ୍ମଗିରି । କାରଣ ହଠାତ୍ ତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ତାଙ୍କର ସଙ୍ଗଠନ ପ୍ରସ୍ତୁତ ପାଇଁ ସମୟ ନାହିଁ । ସେହିପରି ବାହାରୁ ଜଣେ ପ୍ରାର୍ଥୀ ହୋଇଥିବାରୁ ବିଜେଡି କର୍ମୀ ଓ ନେତା ମଧ୍ଯ ଗ୍ରହଣ କରିବା ସହଜ ହେଉନାହିଁ । ଇତି ମଧ୍ଯରେ ସବୁ ନେତା ପ୍ରଚାର୍ ଅଭିଯାନକୁ ଜୋରଦାର କରିଥିବା ବେଳେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଭୋଟଙ୍କ ମୁଡ୍ ପରଖିଛି ଇଟିଭି ଭାରତ ଟିମ । ଏଠାର କ'ଣ ସମସ୍ୟା ରହିଛି ? କିଛି ସମସ୍ୟା ସମାଧାନ ହୋଇଛି କି ନାହିଁ? ଏଠାର ଭୋଟର୍ ଦଳକୁ ଦେଖି ଭୋଟ ଦେବେ ନା ପ୍ରାର୍ଥୀକୁ ଦେଖି ଭୋଟ ଦେବେ ଏଭଳି କିଛି ମତାମତ ବ୍ରହ୍ମଗିରି ଭୋଟରଙ୍କ ଠାରୁ ସଂଗ୍ରହ କରିଛନ୍ତି ଆମ ପ୍ରତିନିଧି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.