ସମାକୋଇ ଚକଧର ଜଳ ପ୍ରକଳ୍ପକୁ ବିରୋଧ, ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ - Telkio bandha

By ETV Bharat Odisha Team

Published : Sep 12, 2024, 12:59 PM IST

thumbnail
ସମାକୋଇ ଚକଧର ଜଳ ପ୍ରକଳ୍ପକୁ ବିରୋଧ, ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ (ETV BHARAT ODISHA)

କେନ୍ଦୁଝର: ସମାକୋଇ ଚକଧର ଜଳ ପ୍ରକଳ୍ପକୁ ବିରୋଧ କରି ଆଜି ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଚକଧର ସମନ୍ୱୟ ସମିତି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପ୍ରଭାବରେ ତେଲକୋଇରେ ଗାଡି ଚଳାଚଳ ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ବମ୍ବେ-କୋଲକାତା ୪୯-ନମ୍ବର ଜାତୀୟ ରାଜପଥକୁ ଜଗମୋହନପୁର ଛକଠାରେ ବିକ୍ଷୋଭକାରୀମାନେ ଅବରୋଧ କରିଛନ୍ତି । ଯାହା ଫଳରେ ରାସ୍ତାର ଦୁଇପାର୍ଶ୍ୱରେ ଶହ ଶହ ଗାଡିମୋଟର ଅଟକି ରହିଛି ।

ତେଲକୋଇ ବଜାର ସହିତ ଜଗମୋହନପୁର ବଜାର ମଧ୍ୟ ବନ୍ଦ ରହିଛି । କେବଳ ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ସ୍କୁଲ କଲେଜ ସରକାରୀ ଓ ବେସରକାରୀ ଅଫିସ ମଧ୍ୟ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି । ସମାକୋଇ ନଦୀ ଉପରେ ହେବାକୁ ଥିବା ଚକଧର ଜଳ ପ୍ରକଳ୍ପକୁ ସମ୍ପୁର୍ଣ୍ଣ ବନ୍ଦ ପାଇଁ ବିକ୍ଷୋଭକାରୀ ଦାବି କରିଛନ୍ତି । ଏହି ପ୍ରକଳ୍ପ ହେଲେ ତେଲକୋଇବାସୀ ତାଙ୍କ ଭିଟାମାଟି ଛାଡ଼ିବା ଆଶଙ୍କା ରହିଛି । ପ୍ରକଳ୍ପ ବନ୍ଦ ନହେଲେ ଆଗକୁ ତୁମ୍ଭି ତୋଫାନ ହେବ ବୋଲି ସମିତିର ସଦସ୍ୟ କହିଛନ୍ତି । ସାଧାରଣ ଲୋକଙ୍କ ସହିତ ବିଭିନ୍ନ ସଂଗଠନର ଏହି ବନ୍ଦ ଡାକରାକୁ ସର୍ମଥନ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ-ରେଳ ସଂଯୋଗୀକରଣ ଓ ଲକ୍ଷ୍ମୀ ବସକୁ ଟ୍ରକ-ବସ ମାଲିକ ସଂଘର ତୀବ୍ର ବିରୋଧ, 24 ଘଣ୍ଟିଆ କେନ୍ଦୁଝର ବନ୍ଦ

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.