thumbnail

ଛେଳିକୁ ଗିଳି ଦେଲା 12 ଫୁଟିଆ ଅଜଗର ସାପ - Python swallows goat

By ETV Bharat Odisha Team

Published : Jul 22, 2024, 10:27 AM IST

Updated : Jul 22, 2024, 1:00 PM IST

Python swallows goat in forest: ଗଞ୍ଜାମ: ଖଲ୍ଲିକୋଟ ଅଞ୍ଚଳରେ ଛେଳିକୁ ଗିଳି ଦେଲା ଅଜଗର ସାପ । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ସହର ନିକଟରେ ରହିଥିବା ଶ୍ୟାମସୁନ୍ଦରପୁର ଗ୍ରାମର ନିକଟସ୍ଥ ଜଙ୍ଗଲରେ ଗୋଟିଏ ଛେଳିକୁ ଅଜଗର ଗିଳିଦେଇଥିବା ଦେଖିବାକୁ ମିଳିଛି । ଖଲ୍ଲିକୋଟ ଶ୍ୟାମସୁନ୍ଦରପୁର ଗାଁର ଆରତ ଦାଶ ନାମକ ଜଣେ ଛେଳି ଚାଷୀ ଛେଳି ଗୋଠ ନେଇ ନିକଟସ୍ଥ ପାହାଡକୁ ଚରାଇବା ପାଇଁ ଯାଇଥିବା ବେଳେ ଗୋଟିଏ ଛେଳି ନଥିବା ଦେଖିବାକୁ ପାଇଥିଲେ । ଛେଳିକୁ ଜଙ୍ଗଲରେ ଖୋଜାଖୋଜି କରିବାରୁ ଅଜଗର ସାପଟି ଗିଳି ଦେଇଥିବା ଦେଖିବାକୁ ପାଇଥିଲେ ।

ଏନେଇ ବନବିଭାଗକୁ ଜଣାଇବା ପରେ ଖଲ୍ଲିକୋଟ ବନ କର୍ମଚାରୀ ଏବଂ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଜଙ୍ଗଲରେ ପହଞ୍ଚି ଛେଳିକୁ ଗିଳିଥିବା ଅବସ୍ଥାରେ ଅଜଗରକୁ ଉଦ୍ଧାର କରିଥିଲେ । ବନବିଭାଗର ଏସିଏଫ୍ ଦିବ୍ୟ ଶଙ୍କର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଉଦ୍ଧାର ଅଜଗରକୁ ଖଲ୍ଲିକୋଟ ବନ୍ୟାଞ୍ଚଳର କଲାଖୋଲ ଜଙ୍ଗଲରେ ଛାଡି ଦିଆଯାଇଥିଲା । ତେବେ ଉଦ୍ଧାର ହୋଇଥିବା ସାପଟିଏ ଲମ୍ବ ୧୨ଫୁଟ ଥିବା ବେଳେ ୫୦ କେ.ଜି ଓଜନ ହୋଇଥିବା ଜଣାପଡିଛି । 
 

ଏହାମଧ୍ୟ ଦେଖନ୍ତୁ.. ବାମ୍ଫିରୁ ୧୨ ଫୁଟିଆ ଅଜଗର ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ - 12 feet long Python rescued

ଇଟିଭି ଭାରତ, ଗଞ୍ଜାମ

Last Updated : Jul 22, 2024, 1:00 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.