ETV Bharat / technology

1 ହଜାର ସେଲିବ୍ରିଟି ଆଡ୍ ଭିଡିଓକୁ ଡିଲିଟ କଲା ୟୁଟ୍ୟୁବ

author img

By ETV Bharat Odisha Team

Published : Jan 27, 2024, 12:47 PM IST

YouTube Removes Over 1 Thousand Videos: ଏଆଇ ସେଲିବ୍ରିଟି ସ୍କାମ ରୋକିବା ପାଇଁ ୟୁଟ୍ୟୁବର କାର୍ଯ୍ୟାନୁଷ୍ଠାନ । ପ୍ଲାଟଫର୍ମରୁ ଡିଲିଟ ହେଲା 1 ହଜାର ସେଲିବ୍ରିଟି ଏଆଇ ଆଡ୍ ସ୍କାମ ଭିଡିଓ । ଅଧିକ ପଢନ୍ତୁ

YouTube
YouTube

ହାଇଦ୍ରାବାଦ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିରୋଧରେ ୟୁଟ୍ୟୁବର କାର୍ଯ୍ୟାନୁଷ୍ଠାନ । 1000ରୁ ଅଧିକ ଭିଡିଓକୁ ଡିଲିଟ କରିଲା ଗୁଗଲର ଭିଡିଓ ଷ୍ଟ୍ରିମିଂ ଆପ ୟୁଟ୍ୟୁବ । ଏହି ଭିଡିଓକୁ ସ୍କାମ ଦର୍ଶାଇ ଡିଲିଟ କରିଛି କମ୍ପାନୀ । ଉକ୍ତ ଭିଡିଓର ସେଲିବ୍ରିଟି ବିଜ୍ଞାପନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଇଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି । ମିଡିଆ ରିପୋର୍ଟ ଅନୁସାରେ, ଏଆଇ ସେଲିବ୍ରିଟି ସ୍କାମ ରୋକିବା ପାଇଁ ଏହି ପଦେକ୍ଷପ ନେଇଛି କମ୍ପାନୀ ।

ଡିଲିଟ ହୋଇଥିବା ଭିଡିଓ ମଧ୍ୟରୁ କେତେକ ଭିଡିଓରେ ଟେଲର ସ୍ବିଫ୍ଟ, ଷ୍ଟିବ ହାର୍ବ ଏବଂ ଜୋ ରୋଗନ ଭଳି ନାମିଦାମି ଗାୟକଙ୍କ ବିରୋଧରେ ସ୍କାମକୁ ପୋତ୍ସାହିତ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଇଥିଲା । ଉକ୍ତ ଭିଡିଓ ଗୁଡିକୁ ପ୍ରାୟ 200 ମିଲିୟନ ଥର ଦେଖାଯାଇଥିଲା। ଏହା ଦର୍ଶାଉଛି ଯେ, ଫେକ୍ ଭିଡିଓର ଭ୍ୟୁୟର୍ସଙ୍କ ସଂଖ୍ୟା ଅଧିକ ରହିଛି । ଡିଲିଟ ହୋଇଥିବା ଭିଡିଓ ନେଇ ୟୁଜର୍ସ ଏବଂ ସେଲିବ୍ରିଟି ନିୟମିତ ଭାବେ ଅଭିଯୋଗ କରିଥିଲେ । ସେଲିବ୍ରିଟିମାନଙ୍କର ଡିପଫେକ ଭିଡିଓ କରିବା ପାଇଁ କମ୍ପାନୀ ଆର୍ଟିଫିସିଆଲ ଇଣ୍ଟେଲିଜନ୍ସର ବ୍ୟବହାର କରୁଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: YouTube Adblocker: ଏଣିକି କାମ କରିବନି Ad Blockers , ଆଡ ଫ୍ରି ଭିଡିଓ ପାଇଁ ନେବାକୁ ହେବ ପ୍ରିମିୟମ ପ୍ଲାନ

ଜଣାଶୁଣା ଗାୟିକା ଟେଲର ସ୍ବିଫ୍ଟଙ୍କ ଭିଡିଓ ଭାଇରାଲ ହେବା ପରେ କମ୍ପାନୀ ପକ୍ଷରୁ ଏଭଳି କାର୍ଯ୍ଯାନୁଷ୍ଠାନ ନିଆଯାଇଛି । ଏକ୍ସରେ ଟେଲରଙ୍କ ପୋଷ୍ଟକୁ 45 ମିଲିୟନରୁ ଅଧିକ ଲୋକ ଦେଖିବା ସହିତ 24000 ରିପୋଷ୍ଟ କରାଯାଇଥିବା ନେଇ କୁହାଯାଇଥିଲା । ତେବେ ଏହି ପୋଷ୍ଟ ହଟାଯିବା ପରେ ପ୍ଲାଟଫର୍ମରେ ପ୍ରାୟ17 ଘଣ୍ଟା ଲାଇଭ ରହିଥିଲା ।

ପ୍ରକାଶଥାଉକି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଉପଯୋଗ ବଦଳରେ ଦୁରୂପଯୋଗ ବୃଦ୍ଧି ପାଇବାରେ ଲାଗିଛି । ଏହାର ବ୍ୟବହାର କରି ଅନେକଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ ୟୁଟ୍ୟୁବ ମଧ୍ୟ ସଜାଗ ରହିଥିବା ବେଳେ ଏଭଳି କଣ୍ଟେଣ୍ଟକୁ ପ୍ଲାଟଫର୍ମରୁ ହଟାଇ ଦିଆଯାଉଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି । ଗତ ଅଗଷ୍ଟ ମାସରେ ମଧ୍ୟ 19 ଲକ୍ଷ ଭିଡିଓକୁ ଡିଲିଟ କରିଥିଲା କମ୍ପାନୀ । ଭିଡିଓ ସେୟାରିଂ ଆପ୍‌ ୟୁଟ୍ୟୁବ୍‌ କମ୍ୟୁନିଟି ଗାଇଡଲାଇନ୍‌ର ଉଲ୍ଲଘଂନ କରିବା ଯୋଗୁଁ ଭାରତରେ 19 ଲକ୍ଷ ଭିଡିଓ ରିମୁଭ ବା ଡିଲିଟ କରାଯାଇଥିଲା । ୟୁଟ୍ୟୁବର ସ୍ପାମ୍‌ ପଲିସିର ଉଲ୍ଲଂଘନ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.