ETV Bharat / technology

'X' TV App: ଏଲନ ମସ୍କ ଆଣୁଛନ୍ତି ନୂଆ ଟିଭି ଆପ୍‌, ଟେନସନରେ Netflix ଓ YouTube - X TV App Beta Version Launch Soon - X TV APP BETA VERSION LAUNCH SOON

X TV App Beta Version Launch: ଏଲନ ମସ୍କ ଭିଡିଓ ଷ୍ଟ୍ରିମିଂ ସର୍ଭିସ ଆଣୁଛନ୍ତି । ଯାହାଦ୍ବାରା X ଟିଭି ଆପ୍‌ ନାମ ରଖାୟାଇଛି । ଏହା ଏକ ସବସ୍କ୍ରିପସନ ବେସଡ୍‌ ଟିଭି ସର୍ଭିସ ହେବ । ଯେଉଁଥିରେ ଦର୍ଶକ ଲାଟେଷ୍ଟ ମୁଭି ସାଙ୍ଗକୁ ଶୋ' ମଧ୍ୟ ଦେଖିପାରିବେ । ତେବେ ଆସନ୍ତୁ ଜାଣିବା ଏଲନ ମସ୍କଙ୍କ ଏହି ନୂଆ ପ୍ଲାନ ସମ୍ପର୍କରେ...

X TV App
X TV App (ETV Bharat Tech Team)
author img

By ETV Bharat Tech Team

Published : Sep 3, 2024, 4:47 PM IST

ହାଇଦ୍ରାବାଦ: ଏବେ ଆପଣଙ୍କ ଟିଭିରେ ଆସିବ X (ପୂର୍ବରୁ ଟ୍ବିଟର) । ଯେମିତି ଆପଣ ଟିଭିରେ ନେଟଫ୍ଲିକ୍ସ ଓ ଅନ୍ୟାନ୍ୟ OTT ଆପ୍‌ ଦେଖୁଛନ୍ତି ଠିକ ସେହିପରି ଆପଣ ଏବେ ନିଜ ଟିଭିରେ Xକୁ ମଧ୍ୟ ଦେଖିପାରିବେ । Xର ସିଇଓ ଏଲନ ମସ୍କ ଘୋଷଣା କରିଛନ୍ତି ଯେ X Tv ବିଟା ଆପ୍‌ ଏବେ ଆଣ୍ଡ୍ରଏଡ ଟିଭିରେ ଉପଲବ୍ଧ ହୋଇଯାଇଛି । ଏହାକୁ ୟୁଜର୍ସ ଏଲଜି, ଆମାଜନ ଫାୟାର ଟିଭି ଓ ଗୁଗଲ ଟିଭି ଡିଭାଇସରେ ଦେଖିପାରିବେ । ତେବେ ଏହି ଆପ୍‌ର ଲଞ୍ଚ ତାରିଖ ସମ୍ପର୍କରେ ଘୋଷଣା କରାଯାଇନାହିଁ ।

ଦେଖିପାରିବେ ମନ ପସନ୍ଦର ଫିଲ୍ମ ଓ ଶୋ':-

Google Play ଷ୍ଟୋରରେ ଜାରି କରାଯାଇଥିବା ଫଟୋ ଅନୁସାରେ X ଟିଭି ଆପ୍‌ ଏକ ନୂଆ OTT ପ୍ଲାଟଫର୍ମ । କମ୍ପାନୀର କହିବାନୁସାରେ, ଏକ୍ସ ଷ୍ଟ୍ରିମ ସର୍ଭିସ ଆପ୍‌ ଏକ ଖାସ ଷ୍ଟ୍ରିମିଂ ଟିଭି ସର୍ଭିସ, ଯାହାକି ଇଣ୍ଟରନେଟ ସବସ୍କ୍ରାଇବରଙ୍କ ଲାଗି ଉପଲବ୍ଧ । ଏକ୍ସ ଟିଭି ଆପରେ ୟୁଜର୍ସ ନିଜ ମନ ପସନ୍ଦର ଲାଇଭ ଚ୍ୟାନେଲ, ନ୍ୟୁଜ, ଗେମ, ମୁଭି, ମ୍ୟୁଜିକ ଓ ପାଣିପାଗ ଅପଡେଟ ପାଇପାରିବେ ।

'X' TV App
'X' TV App (X)

X Tv ଆପ୍‌ରେ ମିଳିବ ଏହି ସୁବିଧା:-

  • ଏକ୍ସ ଟିଭି ଆପରେ ରି-ପ୍ଲେ ସୁବିଧା ମିଳିବ । ଏଥିରେ ଫିଲ୍ମ ଓ ଶୋ' ରହିବ । ଏହାର ଅର୍ଥ ୟୁଜର୍ସ 72ଘଣ୍ଟା ପର୍ଯ୍ୟନ୍ତ ଶୋ'କୁ ଷ୍ଟୋର କରି ରଖିପାରିବେ ।
  • ଆପ୍‌ରେ ଷ୍ଟାର୍ଟଓଭର ଟିଭି ସେବା ଉପଲବ୍ଧ ହେବ । ଅର୍ଥାତ ଆପଣ ଚଳଚ୍ଚିତ୍ର କିମ୍ବା ଶୋ’ର ଆରମ୍ଭକୁ ସ୍କିପ କରିପାରିବାର ଅପସନ ପାଇବେ । ଅର୍ଥାତ ଆରମ୍ଭରୁ କ’ଣ ଦେଖିବା ଉଚିତ ତାହା ଆପଣ ବାଛିପାରିବେ ।
  • ଏହି ଆପ୍‌ରେ ଆପଣ 100ଘଣ୍ଟା ପର୍ଯ୍ୟନ୍ତ ମାଗଣା DVR ରେକର୍ଡିଂ ସୁବିଧା ପାଇପାରିବେ ।

X TV ଆପ୍‌କୁ କିପରି ବ୍ୟବହାର କରିବେ ?

  • ଏଥିଲାଗି ୟୁଜର୍ସ ନିକଟରେ X ଆକାଉଣ୍ଟ ଥିବା ନିହାତି ଆବଶ୍ୟକ । ବର୍ତ୍ତମାନ ଏକ୍ସ ଟିଭି ଆପ୍‌ କେବଳ ଆଣ୍ଡ୍ରଏଡ ସ୍ମାର୍ଟ ଟିଭି ପାଇଁ ଉପଲବ୍ଧ । କୁହାଯାଉଛି ଏହାକୁ ଖୁବଶୀଘ୍ର iOS ଏବଂ ଏନ୍ୟ ଡିଭାଇସ ପାଇଁ ରୋଲଆଉଟ୍‌ କରାଯିବ ।
  • ଆପଣ ନିଜ ସ୍ମାର୍ଟ ଟିଭିରେ 'X Tv' ସର୍ଚ୍ଚ କରି ଇନଷ୍ଟଲ କରିପାରିବେ ।
  • X ଟିଭି ଆପ୍‌ ପାଇଁ ଅଲଗା ସବସ୍କ୍ରିପସନ ନେବାକୁ ପଡ଼ିବ । ଏହାର ପ୍ଲାନ ସମ୍ପର୍କରେ ଲଞ୍ଚ ତାରିଖରେ ଜଣାପଡ଼ିବ ।
  • X Tv ଲଞ୍ଚ ହେବା ପରେ ଅନଲାଇନରେ କଣ୍ଟେଣ୍ଟ ଦେଖିବା ଲାଗି ୟୁଜର୍ସ ନିକଟରେ ଆଉ ଏକ ଅପସନ ରହିବ ।
'X' TV App
'X' TV App (X)

ଚିନ୍ତାରେ ଅନ୍ୟ OTT ପ୍ଲାଟଫର୍ମ !

ସୂଚନା ଥାଉ କି ଏଲନ ମସ୍କ ଏକ୍ସ ଟିଭି ଆପ୍‌ ସମ୍ପର୍କରେ ଘୋଷଣା କରିବା ପରେ ଚିନ୍ତାରେ ଅନ୍ୟ ଓଟିଟି ପ୍ଲାଟଫର୍ମ । କାରଣ ୟୁଜର୍ସ ଅନଲାଇନରେ କଣ୍ଟେଣ୍ଟ ଦେଖିବା ଲାଗି ଅଧିକାଂଶ ନେଟଫ୍ଲିକ୍ସ ଓ ୟୁଟ୍ୟୁବ ଉପରେ ନିର୍ଭର କରନ୍ତି । କିନ୍ତୁ ଏହି ନୂଆ ଆପ୍‌ ଏହି ପୁରୁଣା ଓଟିଟି ପ୍ଲାଟଫର୍ମକୁ ଟକ୍କର ଦେଇପାରେ । ଯେହେତୁ ଏଥିରେ ମଧ୍ୟ ସମାନ କଣ୍ଟେଣ୍ଟ ଓ ଟିଭି ଶୋ' ଉପଲବ୍ଧ ରହିବ ।

ପଢନ୍ତୁ ଅନ୍ୟ କିଛି ଖବର

ଏଲନ ମସ୍କଙ୍କୁ ସୁପ୍ରିମ ଝଟକା; ବ୍ରାଜିଲରେ ବ୍ୟାନ ହେଲା 'X' - Why Brazil Banned X

ରିଲାଏନ୍ସ ଜିଓ ଆଣିଲା ଧମାକାଦାର ପ୍ଲାନ; ମାଗଣାରେ ଦେଖନ୍ତୁ Netflix, 3ମାସ ଯାଏଁ ପ୍ରତିଦିନ 3GB ଡେଟା - Jio Offer Free Netflix Subscription

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.