ETV Bharat / technology

TVS Raiderର ନୂଆ iGo ଭାରିଏଣ୍ଟ ଲଞ୍ଚ; ସବୁଠୁ ଦ୍ରୁତତମ 125cc ବାଇକ ଦାବି କଲା କମ୍ପାନୀ

ଟିଭିଏସ ମୋଟର କମ୍ପାନୀ ନିଜର Raider 125 ମୋଟର ସାଇକେଲର ନୂଆ ଭାରିଏଣ୍ଟ ଲଞ୍ଚ କରିଛି । ଯେଉଁଥିରେ କମ୍ପାନୀର iGo Assist ଟେକ୍ନୋଲୋଜିର ବ୍ୟବହାର ହୋଇଛି । ଅଧିକ ପଢନ୍ତୁ

TVS Raider IGO variant launched
TVS Raider IGO variant launched (Photo- TVS Motor Company)
author img

By ETV Bharat Tech Team

Published : 3 hours ago

ହାଇଦ୍ରାବାଦ: ସ୍ବଦେଶୀ ବାଇକ ନିର୍ମାତା କମ୍ପାନୀ ଟିଭିଏସ ମୋଟର କମ୍ପାନୀ ନିଜର ସ୍ପୋର୍ଟି କମ୍ୟୁଟର ମୋଟର ସାଇକେଲ TVS Raider 125ର ନୂଆ ଭାରିଏଣ୍ଟ ଲଞ୍ଚ କରିଛି । ଏହାର ନାମ ରଖାଯାଇଛି ଟିଭିଏସ ରେଡର ଆଇଜିଓ(TVS Raider iGo) । ଭାରତରେ ଏହାକୁ 98, 389 ଟଙ୍କା (ଏକ୍ସ-ଶୋରୁମ)ରେ ବିକ୍ରି କରାଯାଉଛି । ଏହି ବାଇକଟି କମ୍ପାନୀର ଆଇଜିଓ ଆସିଷ୍ଟ ଟେକନିକ ସହିତ ବଜାର ପ୍ରବେଶ କରିଛି ।

କମ୍ପାନୀ ଏହାର ଲଞ୍ଚ ହୋଇଥିବା ଟିଭିଏସ୍ ଜୁପିଟର ସହିତ ଏହି ଟେକ୍ନୋଲୋଜିର ପରିଚୟ କରାଇଥିଲା । ଏହି ଭାରିଏଣ୍ଟଟି ଟିଭିଏସ୍ ରେଡରର 6 ନମ୍ବର ଭାରିଏଣ୍ । 10 ଲକ୍ଷ ୟୁନିଟ୍ ବିକ୍ରୟର ମାଇଲଖୁଣ୍ଟ ହାସଲ କରିବା ପାଇଁ ରେଡର୍ iGoକୁ ପରିଚିତ କରାଯାଇଛି ଏବଂ ବଜାଜ ପଲସର N125ର ଲଞ୍ଚ ହେବାର କିଛି ଦିନ ପରେ ମାର୍କେଟକୁ ଆସିଥିଲା ।

TVS Raider IGO variant
TVS Raider IGO variant (Photo- TVS Motor Company)
ଏହା ବି ପଢନ୍ତୁ

Honda CB300F ଫ୍ଲେକ୍ସଟେକ୍‌ ଲଞ୍ଚ୍‌; 85% ଇଥାନଲରେ ଚାଲିବ, ଜାଣନ୍ତୁ ଦାମ

99.1% ଗ୍ରାହକଙ୍କ ଅଭିଯୋଗର ହେଲା ସମାଧାନ; ଦାବି କଲା OLA

ଫେଷ୍ଟିଭ ସିଜନରେ କିଣିବାକୁ ଚାହୁଁଛନ୍ତି ନୂଆ Jeep Meridian, ଜାଣନ୍ତୁ ଦାମ ଓ ଫିଚର

TVS Raider iGo କଲର ଅପସନ:-

ରେଡରର ଏହି ନୂଆ ଭାରିଏଣ୍ଟକୁ କେବଳ ନାର୍ଡୋ ଗ୍ରେ କଲର ଅପସନ ସହିତ ଲଞ୍ଚ କରାଯାଇଛି । ଯେଉଁଥିରେ ଫିକା ପାଉଁଶିଆ ଓ କଳା ରଙ୍ଗର ମିଶ୍ରଣ ରହିଛି । ଏଥିରେ ନାଲି ରଙ୍ଗର ଆଲଏ ହ୍ବିଲ ଲଗାଯାଇଛି । ଏହି ମୋଟର ସାଇକେଲରେ TVS SmartXonnect ସହିତ LCD ଡିଜିଟାଲ କ୍ଲଷ୍ଟର ଦିଆଯାଇଛି । ଯେଉଁଥିରେ ଭଏସ ଆସିଷ୍ଟ ଓ ଟର୍ଣ୍ଣ-ବାଏ-ଟର୍ଣ୍ଣ ନାଭିଗେସନ ସହିତ 85ରୁ ଅଧିକ କନେକ୍ଟେଡ ଫିଚର ମଧ୍ୟ ରହିଛି ।

କେମିତି ରହିଛି ପାୱାର ଟ୍ରେନ ?

ଏହି ମଡେଲର ସବୁଠାରୁ ବଡ ପରିବର୍ତ୍ତନ ହେଉଛି ଯେ ରେଡରର 124.8cc, 3-ଭଲଭ୍ ଇଞ୍ଜିନ୍ ବର୍ତ୍ତମାନ ଏକ ଇଣ୍ଟିଗ୍ରେଟେଡ୍ ଷ୍ଟାର୍ଟ ଜେନେରେଟର (ISG) ସହିତ ଯୋଡା ହୋଇଛି । ଯାହା ପାୱାର୍ ମୋଡରେ ଅତିରିକ୍ତ ବୁଷ୍ଟ୍‌ ପ୍ରଦାନ କରିଥାଏ । ଏହି ଇଞ୍ଜିନ ସାଧାରଣତଃ 11. 11.22bhp ପାୱାର ଏବଂ 11.3Nm ଟର୍କ ଦେଇଥାଏ, କିନ୍ତୁ ପାୱାର ମୋଡରେ ମୋଟ ଟର୍କ 11.75 Nm ହୋଇଯାଏ । ଟିଭିଏସ୍ ଦାବି କରିଛି ଯେ ରେଡର୍ iGo ଅନ୍ୟ ଭାରିଏଣ୍ଟ ତୁଳନାରେ 10 ପ୍ରତିଶତ ଅଧିକ ଇନ୍ଧନ ଦକ୍ଷ ହେବ ।

କାହାକୁ ଦେବ ଟକ୍କର ?

  • ଏହାର ଇଞ୍ଜିନକୁ 5-ସ୍ପିଡ୍ ଗିଅରବକ୍ସ ସହିତ ଯୋଡା ହୋଇଛି ।
  • ମେକାନିକାଲ ଫିଚରଗୁଡିକ ବିଷୟରେ ଆଲୋଚନା କଲେ, ପୂର୍ବ ପରି ଏହାର ସାମ୍ନାରେ ଟେଲିସ୍କୋପିକ୍ ଫଙ୍କ୍ ସେଟଅପ୍ ଏବଂ ପଛରେ ମୋନୋଶକ୍ ଅଛି ।
  • ବ୍ରେକିଂ ପାଇଁ ଡିସ୍କ ବ୍ରେକ୍ ଆଗରେ ଏବଂ ପଛରେ ଡ୍ରମ୍ ବ୍ରେକ୍ ବ୍ୟବହୃତ ହୋଇଛି ।
  • ଏହି ବାଇକ୍ 17 ଇଞ୍ଚ ହ୍ବିଲରେ ଚାଲିଥାଏ ।
  • ଭାରତୀୟ ବଜାରରେ ଟିଭିଏସ୍ ରେଡର୍ ହିରୋ Xtreme 125 R, ହୋଣ୍ଡା SP125 ଏବଂ ବଜାଜ ପଲସର N125 ସହିତ ପ୍ରତିଦ୍ବିନ୍ଦ୍ବିତା କରିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.