ETV Bharat / technology

ମୋବାଇଲରେ ଇଣ୍ଟରନେଟ୍‌ ସ୍ଲୋ ହେଉଛି କି ? ଆପଣାନ୍ତୁ ଏହି ଟ୍ରିକ୍ସ - Improve Internet Speed on Mobile

HOW TO IMPROVE INTERNET SPEED: ଆଜି ଦିନରେ ଲୋକେ ବିନା ଇଣ୍ଟରନେଟରେ ରହିପାରିବେ ନାହିଁ । ଡିଜିଟାଲ ଯୁଗରେ ସ୍ମାର୍ଟଫୋନ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭଳି ପାଲଟିଯାଇଛି । କିନ୍ତୁ ଅନେକ ସମୟରେ ଆମ ଫୋନର ଇଣ୍ଟରନେଟ ସ୍ପିଡ କମିଯାଏ । ଏହି ସମୟରେ ସ୍ମାର୍ଟଫୋନରେ ନାନାଦି କାର୍ଯ୍ୟ କରିବାରେ ଅସୁବିଧା ହୋଇଥାଏ । ତେବେ ଆପଣ ଯଦି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । ଆମେ ଆପଣଙ୍କୁ ଏପରି କିଛି ଟ୍ରିକ୍ସ କହିବୁ, ଯାହାକୁ ଅନୁସରଣ କଲେ ଆପଣଙ୍କ ଫୋନର ଇଣ୍ଟରନେଟ ସ୍ପିଡ ହୋଇଯିବ । ଅଧିକ ପଢନ୍ତୁ

Tips to Improve Internet Speed on Smartphone
Tips to Improve Internet Speed on Smartphone (ETV Bharat Tech Team)
author img

By ETV Bharat Tech Team

Published : Aug 30, 2024, 3:56 PM IST

ହାଇଦ୍ରାବାଦ: ଏବେ ମୋବାଇଲ ୟୁଜର୍ସ ନିଜ ସ୍ମାର୍ଟଫୋନରେ 5G ନେଟୱର୍କର ମଜା ନେଉଛନ୍ତି । କିନ୍ତୁ ଏବେ ବି ଦେଶରେ ଅନେକ ସ୍ଥାନ ଅଛି ଯେଉଁଠି ଇଣ୍ଟରନେଟ ସ୍ପିଡ ବହୁତ ସ୍ଲୋ ରହୁଛି । ଅପହଞ୍ଚ ଇଲାକାକୁ ଛାଡ଼ିଲେ ବେଳେ ବେଳେ ମୋବାଇଲ ପାଇଁ ମଧ୍ୟ ଇଣ୍ଟରନେଟ ସ୍ପିଡରେ ସମସ୍ୟା ଦେଖିବାକୁ ମିଳେ । ଫଳରେ ଜଣେ ମୋବାଇଲ ୟୁଜର୍‌ ଭିଡିଓ ଦେଖିବା, କୌଣସି ଫଟୋ ଭିଡିଓ ଡାଉନଲୋଡ କରିବା କିମ୍ବା ଚାଲିବୁଲି କାମ କରିବାରେ ସମସ୍ୟା ଭୋଗିଥାଏ ।

ସ୍ମାର୍ଟଫୋନରେ ଧିରେ ଧିରେ ଇଣ୍ଟରନେଟ ଚାଲିବାର ବହୁ କାରଣ ରହିଛି । ଯେଉଁଥିରେ ପୁରୁଣା ସଫ୍ଟୱେରଠାରୁ ଆରମ୍ଭ କରି ବ୍ୟାକଗ୍ରାଉଣ୍ଡ ଆପ୍‌ ମଧ୍ୟ ସାମିଲ । ଏଥିଲାଗି ଇଣ୍ଟରନେଟ୍‌ ସ୍ପିଡ କମିଯାଇଥାଏ । ଏପରି ସମସ୍ୟା ଉପୁଜିଲେ ଏହାର ସମାଧାନ ମଧ୍ ରହିଛି । ବିଭିନ୍ନ ଉପାୟ ରହିଛି ଯାହାର ବ୍ୟବହାର କରି ଆପଣ ହାଇ ଇଣ୍ଟରନେଟ ସ୍ପିଡ ପାଇପାରିବେ । ଯଦି ଆପଣ ମଧ୍ୟ ଏଭଳି ସମସ୍ୟା ଭୋଗୁଛନ୍ତି, ତେବେ ନିମ୍ନଲିଖିତ ଟ୍ରିକ୍ସର ଉପଯୋଗ କରିପାରିବେ ।

Internet Speed
Internet Speed (Getty Images)

1.ଫୋନକୁ କରନ୍ତୁ ରିଷ୍ଟାର୍ଟ:- ସମୟ ସହିତ, ଆପଣଙ୍କ ସ୍ମାର୍ଟଫୋନରେ ସଫ୍ଟୱେର ସମ୍ବନ୍ଧିତ ଅସୁବିଧା ଦେଖିବାକୁ ମିଳେ । ଏଥିଲାଗି ଫୋନର କାର୍ଯ୍ୟ କରିବା ପ୍ରକ୍ରିୟା ମଧ୍ୟ ସ୍ଲୋ ହୋଇଯାଇଥାଏ । ସଫ୍ଟୱେରକୁ ରିଫ୍ରେସ କରିବା ପାଇଁ ଆପଣ ନିଜ ଫୋନକୁ ରିଷ୍ଟାର୍ଟ କରିପାରିବେ । ଏପରି କଲେ ଆପଣଙ୍କ ଫୋନ ପୂର୍ବ ଭଳି ଭଲ ଭାବେ ଚାଲିଥାଏ ।

2. ବ୍ୟାକଗ୍ରାଉଣ୍ଡ ଆପ୍ସ ବନ୍ଦ କରନ୍ତୁ:- ଅନେକ ଥର ଆପ୍ ଆପଣଙ୍କ ଫୋନର ପୃଷ୍ଠଭୂମି ବା ବ୍ୟାକଗ୍ରାଉଣ୍ଡରେ ଚାଲିଥାଏ, ଯାହା ଆପଣଙ୍କ ଫୋନରେ ବ୍ୟାଟେରୀ ସାଙ୍ଗକୁ ଇଣ୍ଟରନେଟର ବ୍ୟବହାର କରିଥାଏ । ଏହା ଆପଣଙ୍କ ଫୋନର ଇଣ୍ଟରନେଟକୁ ମଧ୍ୟ ମନ୍ଥର କରିପାରେ । ଡାଟା ସଞ୍ଚୟ କରିବାକୁ ଏବଂ ଆପଣଙ୍କର ଇଣ୍ଟରନେଟ୍ ସ୍ପିଡ୍ ବଢାଇବାକୁ, ଆପଣ ବ୍ୟବହାର କରୁନଥିବା ଆପଗୁଡ଼ିକୁ ବନ୍ଦ କରିବା ଉଚିତ ।

3. Ad ବ୍ଲକର ବ୍ୟବହାର କରନ୍ତୁ:- ଫଟୋ ଓ ଲିଙ୍କ୍ ପରି ଅନେକ ପ୍ରକାରର ବିଜ୍ଞାପନ ପପ୍-ଅପ୍ ହୋଇ ସ୍ମାର୍ଟଫୋନର ଉପରି ଭାଗରେ ଦୃଶ୍ୟମାନ ହୁଏ, ଯେଉଁ କାରଣରୁ ଆପଣଙ୍କ ସ୍ମାର୍ଟଫୋନର ଡାଟା ବ୍ୟବହାର ହୁଏ ଏବଂ ଇଣ୍ଟରନେଟ୍ ସ୍ପିଡ୍ ଧୀର ହୋଇଯାଏ । ଏହି ବିଜ୍ଞାପନଗୁଡ଼ିକୁ ବନ୍ଦ କରିବା ପାଇଁ ଆପଣ ବିଜ୍ଞାପନ ବ୍ଲକର୍ ଆପ୍ ବ୍ୟବହାର କରିପାରିବେ । ଗୁଗୁଲ୍ ପ୍ଲେ ଷ୍ଟୋରରେ ଆପଣ ଅନେକ ପ୍ରକାରର ବିଜ୍ଞାପନ ବ୍ଲକର୍ ଆପ୍ ପାଇବେ, ଯେଉଁଥିରୁ ଆପଣ ଏକ ଉତ୍ତମ ଆପ୍ ବାଛିପାରିବେ ।

Internet Speed
Internet Speed (Getty Images)

4. ସଫ୍ଟୱେର ଅପଡେଟ ଚେକ୍‌ କରନ୍ତୁ:- ଖରାପ ଇଣ୍ଟରନେଟ୍ କାର୍ଯ୍ୟଦକ୍ଷତା ପାଇଁ ପୁରୁଣା ସଫ୍ଟୱେର୍ ଏକ ସାଧାରଣ କାରଣ ହୋଇପାରେ, ଯଦିଓ ଆପଣଙ୍କ ଚାରିପାଖରେ ନେଟୱାର୍କ ଶକ୍ତିଶାଳୀ ରହିଥାଏ । ତେଣୁ ସଫ୍ଟୱେର୍ କିମ୍ବା ଆପ୍ ଅପଡେଟ୍ ଉପରେ ଆପଣ ସର୍ବଦା ନଜର ରଖିବା ଉଚିତ ଏବଂ ଉନ୍ନତ କାର୍ଯ୍ୟଦକ୍ଷତା ପାଇଁ ତୁରନ୍ତ ସେଗୁଡ଼ିକୁ ଅପଡେଟ କରିବା ଉଚିତ ।

5. କୌଣସି ଅଲଗା ନେଟୱର୍କ ସହିତ ସଂଯୋଗ କରନ୍ତୁ:- ଯଦି ଆପଣ ବ୍ୟବହାର କରୁଥିବା ନେଟୱାର୍କ ଧୀର ଗତି ପ୍ରଦାନ କରୁଛି, ତେବେ ଅନ୍ୟ ଏକ ନେଟୱାର୍କ ସହିତ ସଂଯୋଗ କରିବାକୁ ଚେଷ୍ଟା କରନ୍ତୁ । ଯେପରିକି ସର୍ବସାଧାରଣ ୱାଇ-ଫାଇ ହଟସ୍ପଟ୍ କିମ୍ବା ସେଲୁଲାର୍ ନେଟୱାର୍କ । ସମସ୍ୟାଟି ଆପଣଙ୍କ ଫୋନ୍ କିମ୍ବା ଆପଣଙ୍କ ନେଟୱାର୍କରେ ଅଛି କି ନାହିଁ ତାହା ଚିହ୍ନଟ କରିବାରେ ଏହା ସାହାଯ୍ୟ କରିପାରିବ ।

6. Cache ଓ Cookies କ୍ଲିଅର କରନ୍ତୁ:- ସମୟ ସହିତ ଆପଣଙ୍କ ଫୋନ ଆପ୍ସର ଡାଟା ଜମା କରିଥାଏ, ଯାହାକି ଆପଣଙ୍କ ନେଟୱର୍କକୁ ପ୍ରଭାବିତ କରିଥାଏ । ଏହାସହିତ ଇଣ୍ଟରନେଟ ସ୍ପିଡ ଧୀର ହୋଇଯାଇଥାଏ । ଆପଣଙ୍କ ଫୋନରେ କ୍ୟାସ ଓ କୁକିଜ କ୍ଲିଅର କରିବା ପରେ ଏହା ଆପଣଙ୍କ ଇଣ୍ଟରନେଟ୍‌ ପରଫର୍ମାନ୍ସକୁ ବୃଦ୍ଧି କରିପାରେ । ଏହା କରିବା ଲାଗି ନିମ୍ନଲିଖିତ ଷ୍ଟେପକୁ ଫଲୋ କରନ୍ତୁ:-

ସେଟିଙ୍ଗସ>ଆପ୍ସ ଓ ନୋଟିଫିକେସନ>ସମସ୍ତ ଆପ୍‌ ଦେଖିବା ଉପରେ କ୍ଲିକ କରନ୍ତୁ> କୌଣସି ଆପ୍‌ ଉପରେ ଟ୍ୟାପ କରନ୍ତୁ > ଷ୍ଟୋରେଜ ଓ କ୍ୟାସ୍‌ > Cache କ୍ଲିଅର କରନ୍ତୁ ।

7. VPNର ବ୍ୟବହାର କରନ୍ତୁ:- ସାଧାରଣତଃ ଭିପିଏନ ଆପଣଙ୍କ ଇଣ୍ଟରନେଟର ଗତିକୁ ଧିମା କରିଦିଏ ବୋଲି କୁହାଯାଏ, କିନ୍ତୁ କେତେକ କ୍ଷେତ୍ରରେ ଏହା କାମରେ ଆସିଥାଏ । ଏହା ଆପଣଙ୍କ ଟ୍ରାଫିକକୁ ଅନକ୍ରିପ୍ଟ କରି ଆପଣଙ୍କ ସର୍ଭର ସୁରକ୍ଷିତ କରିଥାଏ । ଏହାଦ୍ବାରା ଇଣ୍ଟରନେଟ ସ୍ପିଡ ହୋଇଥାଏ ।

ଏହା ବି ପଢନ୍ତୁ- ମହଙ୍ଗା ରିଚାର୍ଜ ପ୍ଲାନରୁ ମିଳିବ ଆଶ୍ବସ୍ତି, ମାଗଣା ମିଳିବ ଇଣ୍ଟରନେଟ୍‌

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.