ETV Bharat / technology

ଜହ୍ନ ନଥିଲେ କଣ ହୋଇଥାନ୍ତା ? ଜହ୍ନ ଆମ ନିଦକୁ ନିୟନ୍ତ୍ରଣ କରେ କି ? - The Moonless Earth - THE MOONLESS EARTH

THE MOONLESS EARTH: ପୃଥିବୀର ଉପଗ୍ରହ ହେଉଛି ଜହ୍ନ । ଏହି ଉପଗ୍ରହଟି ବିଜ୍ଞାନ ଦୃଷ୍ଟିରୁ ଯେତିକି ଗୁରୁତ୍ବପୂର୍ଣ୍ଣ ଏହାକୁ ନେଇ ଆମ ଜୀବନ ସହିତ ଅନେକ କାହାଣୀ ମଧ୍ୟ ଯୋଡ଼ି ହୋଇ ରହିଛି । ଜହ୍ନ ଆମକୁ ଶୀତଳତା ପ୍ରଦାନ କରିଥାଏ । ତେବେ ଆପଣ କେବେ ଭାବିଛନ୍ତି କି ଜହ୍ନ ଯଦି ନଥାନ୍ତା ତେବେ କଣ ହୋଇଥାନ୍ତା ? ଜହ୍ନ କଣ ଆମ ନିଦକୁ ନିୟନ୍ତ୍ରଣ କରେ କି ? ଅଧିକ ପଢନ୍ତୁ

THE MOONLESS EARTH
THE MOONLESS EARTH (ETV Bharat Tech Team)
author img

By ETV Bharat Tech Team

Published : Aug 31, 2024, 3:26 PM IST

ହାଇଦ୍ରାବାଦ: ଜହ୍ନ ହେଉଛି ପୃଥିବୀର ଏକ ବିଶ୍ବାସଯୋଗ୍ୟ ସାଥୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଜହ୍ନକୁ ପୃଥିବୀର ଉପଗ୍ରହ ବୋଲି କୁହାଯାଏ । ପୃଥିବୀ ନିକଟରେ ଦୀର୍ଘ 4.5 ବିଲିଅନ ବର୍ଷ ଧରି ଜହ୍ନ ଘୁରି ବୁଲୁଛି । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ସେତେବେଳେ କଣ ହେବ ଯେତେବେଳେ ହଠାତ ଜହ୍ନ ନିଜ କକ୍ଷପଥରୁ ଉଭାନ ହୋଇଯିବ ଜହ୍ନ । ତେବେ ଗବେଷକଙ୍କ ମତରେ ଗ୍ରହମାନଙ୍କ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବା ଲାଗି ଜହ୍ନର ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ମନୁଷ୍ୟ କ୍ଷେତ୍ରରେ ଜ୍ୟୌତିର୍ବିଜ୍ଞାନଠୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଜହ୍ନର ବହୁ ଆବଶ୍ୟକତା ରହିଛି ।

Disrupted Tides and Oceans
Disrupted Tides and Oceans (X)

ପ୍ରଭାବିତ ହେବ ତରଙ୍ଗ:-

ଯଦି ଜହ୍ନ ହଠାତ ଗାଏବ ହୋଇଯାଏ ତେବେ ସମୁଦ୍ର ତରଙ୍ଗ ଉପରେ ପ୍ରଭାବ ପଡ଼ିବ । ସମୁଦ୍ର ମଧ୍ୟରେ ସନ୍ତୁଳନ ରହିବ ନାହିଁ । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଖାଇୟିବା ସାଙ୍ଗକୁ ବନ୍ୟା ପରିସ୍ଥିତି ଉପୁଜିବ । ଏହାସହିତ ସାମୁଦ୍ରିକ ଇକୋସିଷ୍ଟମରେ ମଧ୍ୟ ଗଡବଡ଼ି ଦେଖିବାକୁ ମିଳିବ ।

Axis Instability and Climate Chaos
Axis Instability and Climate Chaos (X)

ପୃଥିବୀର କକ୍ଷପଥରେ ସ୍ଥିରତା ବଜାୟ ରଖେ ଜହ୍ନ:-

ଗବେଷକଙ୍କ ମତରେ ଜହ୍ନର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ପୃଥିବୀ ତାର କକ୍ଷପଥରେ ସନ୍ତୁଳିତ ଢଙ୍ଗରେ ଘୂରିଥାଏ । ଯଦି ଜହ୍ନ ରହିବ ନାହିଁ, ତେବେ ପୃଥିବୀର କକ୍ଷପଥରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହାଦ୍ବାରା ପାଣିପାଗରେ ମଧ୍ୟ ପରିବର୍ତ୍ତନ ଦେଖାଯିବ । ପୃଥିବୀରେ କିଛି ସ୍ଥାନ ଅଧିକ ଗରମ ହୋଇଯିବ ଓ ଆଉ କିଛି ସ୍ଥାନ ଅଧିକରୁ ଅଧିକ ଥଣ୍ଡା ହୋଇଯିବ ।

Increased Earthquakes and Volcanic Eruptions
Increased Earthquakes and Volcanic Eruptions (X)

ବୃଦ୍ଧି ପାଇବ ଭୂମିକମ୍ପ:-

ଜହ୍ନର ମାଧ୍ୟାକର୍ଷଣ ଶକ୍ତି ପୃଥିବୀର ଟେକ୍ଟୋନିକ ପ୍ଲେଟରେ ସ୍ଥିରତା ବଜାୟ ରଖିଥାଏ । ଯଦି ଏପରି ନହେବ ତେବେ ବାରମ୍ବାର ଭୂମିକମ୍ପ ଅନୁଭୂତ ହେବା ସହ ଆଗ୍ନେୟଗିରି ଉଦଗୀରଣ ହେବ । ଏପରି ବାରମ୍ବାର ହେଲେ ଅକାଳରେ ଅନେକ ଲୋକଙ୍କ ମୃତ୍ୟୁ ଘଟିବା ସହ ପ୍ରକୃତିର ମଧ୍ୟ ବ୍ୟାପକ କ୍ଷତି ହେବ ।

Disrupted Sleep Patterns
Disrupted Sleep Patterns (X)

ନିଦରେ ସମସ୍ୟା ଓ ହାର୍ଟ ଉପରେ ପ୍ରଭାବ:-

ଖାଲି ସେତିକି ନୁହେଁ, ପ୍ରକୃତି ସାଙ୍ଗକୁ ମନୁଷ୍ୟ ଜୀବନ ଉପରେ ମଧ୍ୟ ଗଭୀର ପ୍ରଭାବ ପଡ଼ିବ । ଜହ୍ନ ନିଜ କକ୍ଷପଥରେ ଘୁରୁଥିବାରୁ ଆମ ନିଦକୁ ନିୟନ୍ତ୍ରଣ କରିଥାଏ । ଯଦି ଜହ୍ନ ରହିବ ନାହିଁ, ତେବେ ଆମ ନିଦ ପ୍ୟାଟର୍ଣ୍ଣ ଉପରେ ପ୍ରଭାବ ପଡ଼ିବ । ନିଦ ହେବାରେ ସମସ୍ୟା ସାଙ୍ଗକୁ ଭୋକ ଲାଗିବା ଓ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିବ ।

ଏହା ବି ପଢନ୍ତୁ- 2026 ଯାଏଁ ଚନ୍ଦ୍ରପୃଷ୍ଠକୁ ଅନ୍ତରୀକ୍ଷ ଯାତ୍ରୀ ପଠାଇବନି ନାସା

ପରିଶେଷରେ, କହିବାକୁ ଗଲେ ଜହ୍ନ ବିନା ମଣିଷ ଜୀବନ ଅସମ୍ଭବ । ଏହା ପ୍ରକୃତି ଯେପରିକି ସମୁଦ୍ର, ପାଣିପାଗ, ଭୌଗୋଳିକ ସାଙ୍ଗକୁ ମଣିଷ ଶରୀର ଉପରେ ମଧ୍ୟ ପ୍ରଭାବ ପକାଇବ । ମନୁଷ୍ୟ ଜୀବନରେ ଜହ୍ନକୁ ଦେଖି ବିଭିନ୍ନ ତିଥି ନିର୍ଦ୍ଧାରଣ ମଧ୍ୟ କରାଯାଏ । ଏହା ଉପରେ ଜ୍ୟୌତିର୍ବିଜ୍ଞାନ ମଧ୍ୟ ନିର୍ଭରଶୀଳ । ଜହ୍ନ ବିନା ମଣିଷ ଜୀବନ ଭାବିବା ନିହାତି ଅସମ୍ଭବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.