ETV Bharat / technology

ସମୁଦ୍ର ଅଭିଯାନ ପାଇଁ ପ୍ରସ୍ତୁତ ଭାରତ, ଖୁବ ଶୀଘ୍ର MATSYA 6000ର ପରୀକ୍ଷଣ

author img

By ETV Bharat Odisha Team

Published : Feb 24, 2024, 3:26 PM IST

Updated : Feb 24, 2024, 3:37 PM IST

Samudrayan Project: ଗଭୀର ସମୁଦ୍ର ମଧ୍ୟକୁ ଯାଇ ଅନୁଧ୍ୟାନ କରିବା ପାଇଁ ପ୍ରସ୍ତୁତ ଭାରତ । ଖୁବ ଶୀଘ୍ର MATSYA 6000ର ପରୀକ୍ଷଣ ହେବ । ଅଧିକ ପଢନ୍ତୁ

Samudrayan Project
Samudrayan Project

ଚେନ୍ନାଇ: ଗଭୀର ସମୁଦ୍ର ମଧ୍ୟକୁ ଯାଇ ଅନୁସନ୍ଧାନ କରିବା ପାଇଁ ଉଦ୍ୟମ ଜାରି ରଖିଛି ଭାରତ । ଚେନ୍ନାଇସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି (NIOT) ସମୁଦ୍ର ମିଶନ ନେଇ ଅନୁସନ୍ଧାନ ଜାରି ରଖିଛି । ଭାରତର ପ୍ରଥମ ସମୁଦ୍ରାୟନ ମିଶନ ଲଞ୍ଚ କରିବା ପରେ ସବ୍‌ମର୍ସିବଲ 'MATSYA 6000' ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏହି ମିଶନର ସମୁଦ୍ରର ପ୍ରାୟ 6 କିମି ବା 6000 ମିଟର ଗଭୀରକୁ ଯିବେ ଭାରତୀୟ ବୈଜ୍ଞାନିକ ।

4800 କୋଟି ଟଙ୍କା ବ୍ୟୟରେ ଏହି ସମୁଦ୍ରଯାନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ନେଇ ଇଟିଭି ଭାରତକୁ ସୂଚନା ଦେଇ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜିର ନିର୍ଦ୍ଦେଶକ ଜିଏ ରାମଦାସ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "କିଛି ସପ୍ତାହ ମଧ୍ୟରେ ଚେନ୍ନାଇରେ ହାର୍ବର ଟ୍ରାଏଲ ଆରମ୍ଭ ହେବ । ସମୁଦ୍ରରୁ 6000 ମିଟର ଗଭୀରକୁ ଯାଇ ଅନୁସନ୍ଧାନ କରିବା ନେଇ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ଏହି ରିହର୍ସଲ 500 ମିଟର ଗଭୀରରେ ଅନୁଷ୍ଠିତ ହେବ । ତିନିଜଣ ବ୍ୟକ୍ତି ସମୁଦ୍ର ମଧ୍ୟକୁ ଯାଇ ସମୁଦ୍ରପୃଷ୍ଠରେ ଖଣିଜ ସମ୍ପଦକୁ ଦେଖିପାରିବେ । "

ପାଲିକାରାନାଇରେ ଥିବା NIOT କ୍ୟାମ୍ପସରେ ସମୁଦ୍ରଯାନ ପ୍ରୋଜେକ୍ଟ ଭେଇକଲକୁ ଦେଖାଇ ଜିଏ ରାମଦାସ କହିଛନ୍ତି, "ସବ୍‌ମର୍ସିବଲ 'MATSYA 6000' ଯାନର ଆକାର ଗୋଲାକୃତି ରହିଛି । 6.6 ମିଟର ଲମ୍ବା ଏବଂ 210 ଟନ ଓଜନ ବିଶିଷ୍ଟ ଏହି ଯାନ କ୍ରମାଗତ ଭାବେ 48 ଘଣ୍ଟା ଅନୁସନ୍ଧାନ କରିବାରେ ସକ୍ଷମ ହୋଇପାରିବ । "

ଏହା ମଧ୍ୟ ପଢନ୍ତୁ: Indias First Samudrayaan Mission: 6କିମି ଗଭୀରକୁ ଯିବେ ଭାରତୀୟ ବୈଜ୍ଞାନିକ, ଜୋରସୋରରେ ଚାଲିଛି ନିର୍ମାଣ ପ୍ରକ୍ରିୟା

ଗୋଲାକୃତି ଆକାର ବିଶିଷ୍ଟ ଏହି ଯାନ ଟାଇଟେନିୟମରେ ତିଆରି । ମନୁଷ୍ୟମାନେ ବସିବାକୁ ରହିଥିବା ସ୍ଥାନରେ ଟାଇଟେନିୟମ ରହିଛି । ଗଭୀର ସମୁଦ୍ରରେ ଅନୁସନ୍ଧାନ କରିବା ପାଇଁ ଅନ୍ୟ ଧାତୁ ଅପେକ୍ଷା ଟାଇଟେନିୟମ ଅଧିକ ହାଲୁକା ଏବଂ ଶକ୍ତିଶାଳୀ ବୋଲି କହିଛନ୍ତି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜିର ନିର୍ଦ୍ଦେଶକ ଜିଏ ରାମଦାସ । ବୁଡାଜାହାଜର ପାଇଁ ପାଇଲଟ ଭାବେ ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିପରି ଦୁଇଜଣ ଏନଆଇଓଟି ବୈଜ୍ଞାନିକଙ୍କୁ ପାଇଲଟ ଭାବେ ତାଲିମ ପ୍ରଦାନ କରାଯିବ ବୋଲି କହିଛନ୍ତି ରାମଦାସ ।

MATSYA 6000ରେ ଗଭୀର ସମୁଦ୍ରକୁ ଅନୁଧ୍ୟାନ କରିବା ପାଇଁ 3ଟି ପୋର୍ଟ, ଦୁଇଟି ମନିପ୍ୟୁଲେଟର, ଖଣିଜ ନମୁନା ସଂଗ୍ରହ ପାଇଁ ଏକ ଟ୍ରେ ଏବଂ ଗଭୀର ସମୁଦ୍ରର ଫଟୋ ଉତ୍ତୋଳନ କରିବା ପାଇଁ ଏକ କ୍ୟାମେରା ରହିବ । ଚଳିତ ମଧ୍ୟ ଟ୍ରାଏଲ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା 2026 ମସିହାରେ ଏହାକୁ କାର୍ଯ୍ୟକାରୀ କରି ସମ୍ପୁର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରାଯାଇଛି । ଅନ୍ୟପଟେ ଅନଆଇଓଟିର ସାଇଣ୍ଟିଫିକ ରିସର୍ଚ୍ଚର ଏନ ଆର ରମେଶ କହିଛନ୍ତି, ଗଭୀର ସମୁଦ୍ର ମଧ୍ୟରେ ଉତ୍ସର ଅନୁସନ୍ଧାନ କରିବା ସଂଗଠନର ଲକ୍ଷ୍ୟ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 24, 2024, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.