ETV Bharat / technology

ଆଜି ପୃଥିବୀକୁ ମହାକାଶରୁ ସମ୍ବୋଧିତ କରିବେ ସୁନୀତା ୱିଲିୟମ୍ସ; ଫସିଛନ୍ତି ସ୍ପେଶ ଷ୍ଟେସନରେ - Sunita to address Earth Today

author img

By ETV Bharat Tech Team

Published : Sep 13, 2024, 12:43 PM IST

Astronaut Sunita Williams to Address Earth: ଆଜି ମହାକାଶରୁ ପୃଥିବୀକୁ ସମ୍ବୋଧିତ କରିବେ ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ । 8ଦିନ ପାଇଁ ଯାଇଥିଲେ ମହାକାଶ । ହେଲେ 3ମାସ ଧରି ସେ ମହାକାଶରେ ଫସି ରହିଛନ୍ତି । 2025 ଫେବୃଆରୀରେ ପୃଥିବୀକୁ ଫେରିବେ । ତେବେ ଆଜି ସେ ପୃଥିବୀବାସୀଙ୍କୁ କଣ କହିବେ ତା' ଉପରେ ପୁରା ବିଶ୍ବର ନଜର । ଅଧିକ ପଢନ୍ତୁ

Sunita to address Earth Today
Sunita to address Earth Today (ETV Bharat Tech Team)

ୱାଶିଂଟନ ଡିସି: ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ବ୍ୟାରି ୱିଲମୋର ଆଜି ପୃଥିବୀକୁ ସମ୍ବୋଧନ କରିବାକୁ ଯାଉଛନ୍ତି । ଆମେରିକାର ଟେକ୍ସାସ ସ୍ଥିତ ସହର ହ୍ୟୁଷ୍ଟନ (Houston)ରେ ଥିବା ନାସାର ଜନସନ୍‌ ସ୍ପେଶ ସେଣ୍ଟର ନ୍ୟୁଜରୁମ ସହିତ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରୁ ସେମାନେ କଥାବାର୍ତ୍ତା ହେବେ ବୋଲି ଆମେରିକୀୟ ସ୍ପେଶ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି ।

କେତେବେଳେ ପୃଥିବୀକୁ ସମ୍ବୋଧନ କରିବେ ?

ଏହି ସ୍ପେଶ କଲ୍‌ ଆଜି (ସେପ୍ଟେମ୍ବର 13) ରାତି 11ଟା 45 ମିନିଟରେ ହେବାକୁ ଯାଉଛି । ନାସାର ଜନସନ୍‌ ସ୍ପେଶ ସେଣ୍ଟର ସହିତ ଏହି ଦୁଇ ମହାକାଶଚାରୀ କଥାବାର୍ତ୍ତା ହେବାକୁ ଯାଉଛନ୍ତି । ତେବେ ସେମାନେ ମହାକାଶରୁ ପୃଥିବୀବାସୀଙ୍କ ପାଇଁ କଣ ମେସେଜ ଦେବେ ତାହା ଉପରେ ସାରା ବିଶ୍ବର ନଜର ରହିଛି । ନିକଟରେ ଷ୍ଟାରଲାଇନର ଫେରିଥିବା ବେଳେ ଏହା ଉପରେ ମଧ୍ୟ ସେମାନେ କହିପାରନ୍ତି । ଏହାସହିତ ମହାକାଶରେ ସେମାନଙ୍କ ଦିନ କିପରି ବିତୁଛି ସେ ସମ୍ପର୍କରେ କହିପାରନ୍ତି ।

ମହାକାଶରେ ବୋଇଙ୍ଗ ଷ୍ଟାରଲାଇନର କ୍ୟାପସୁଲ
ମହାକାଶରେ ବୋଇଙ୍ଗ ଷ୍ଟାରଲାଇନର କ୍ୟାପସୁଲ (NASA)

କାହିଁକି ପୃଥିବୀ ଫେରିଲେନି ଦୁଇ ମହାକାଶଚାରୀ ?

ବୋଇଙ୍ଗ ଷ୍ଟାରଲାଇନର ମହାକାଶ ଯାନରେ ଗତ ଜୁନ 5 ତାରିଖରେ ମହାକାଶକୁ ଯାତ୍ରା କରିଥିଲେ ମହାକାଶଚାରୀ ସୁନୀତା ୱିଲିୟମ୍ସ । ତାଙ୍କ ସହ ସାଥୀ ମହାକାଶଚାରୀ ବ୍ୟାରି ୱିଲମୋର ମଧ୍ୟ ଯାଇଥିଲେ । ସେମାନେ ଜୁନ 6 ତାରିଖରେ ସ୍ପେଶ ଷ୍ଟେସନରେ ପହଞ୍ଚିଥିଲେ । କିନ୍ତୁ ଦୁଇ ମହାକାଶଚାରୀ 8ଦିନ ପାଇଁ ଯାଇଥିବା ବେଳେ ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେ ଫେରିପାରିନଥିଲେ । ଦୀର୍ଘ 3ମାସ ପରେ ବିନା କ୍ରୁ ମେମ୍ବରରେ ଷ୍ଟାରଲାଇନର ଗତ ସେପ୍ଟେମ୍ବର 7 ତାରିଖରେ ପୃଥିବୀକୁ ଫେରିଛି ।

Also Read: Boeing Starliner Return: ମହାକାଶରୁ ଖାଲି ସିଟ୍‌ ଫେରିଲା ଷ୍ଟାରଲାଇନର; ସୁନୀତା କେଉଁଠି ରହିବେ କଣ କରିବେ ?

Also Read: 2025ରେ ମହାକାଶରୁ ଫେରିବେ ସୁନୀତା; 8 ଦିନ ପାଇଁ ଯାଇଥିଲେ, 8 ମାସ ପର୍ଯ୍ୟନ୍ତ କେମିତି ବଞ୍ଚିବେ !

Also Read: ମହାକାଶରେ ଧିରେ ଧିରେ ବଢେ ବୟସ; ଗୋଟିଏ ଦିନରେ ହୁଏ 16 ଥର ସୂର୍ଯ୍ୟୋଦୟ,ଏଇଠି ଫସିଛନ୍ତି ଆଷ୍ଟ୍ରୋନଟ୍‌ ସୁନୀତା ୱିଲିୟମ୍ସ

ବୋଇଙ୍ଗ ଷ୍ଟାରଲାଇନର କ୍ୟାପସୁଲ ପୃଥିବୀକୁ ଫେରିବା ସମୟର ଦୃଶ୍ୟ
ବୋଇଙ୍ଗ ଷ୍ଟାରଲାଇନର କ୍ୟାପସୁଲ ପୃଥିବୀକୁ ଫେରିବା ସମୟର ଦୃଶ୍ୟ (NASA)

କେବେ ଫେରିବେ ସୁନୀତା ଓ ସହଯୋଗୀ ମହାକାଶଚାରୀ ?

ଆସନ୍ତା ବର୍ଷ 2025 ଫେବୃଆରୀରେ ନାସାର ସ୍ପେଶ ଏକ୍ସ କ୍ରୁ-9 ମିଶନ (SpaceX Crew-9 Mission) ଜରିଆରେ ସୁନୀତା ଓ ସହଯୋଗୀ ପୃଥିବୀ ପୃଷ୍ଠକୁ ଫେରିବେ ବୋଲି ନାସା ପକ୍ଷରୁ କୁହାଯାଇଛି । ଏହି ସମୟ ମଧ୍ୟରେ ଉଭୟ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ରହିବା ସହିତ ମହାକାଶ ସମ୍ବନ୍ଧରେ ଅଧିକ ଗବେଷଣା କରିବେ ।

କାହିଁକି ମହାକାଶ ଯାଇଛନ୍ତି ସୁନୀତା ?

‘ନାସା’ ଏବଂ ‘ବୋଇଙ୍ଗ’ ମିଳିତ କ୍ର୍ୟୁ ଫ୍ଲାଇଟ୍ ଟେଷ୍ଟ (CFT) ମିଶନର ଏକ ଅଂଶ ହେଉଛନ୍ତି ସୁନୀତା । ବୋଇଙ୍ଗ ଷ୍ଟାରଲାଇନର କ୍ୟାପସୁଲ ମଣିଷକୁ ନେଇ ମହାକାଶ ଯାତ୍ରା କରିଥିବା ପ୍ରଥମ ‘ସ୍ପେଶ କ୍ୟାପସୁଲ’ । ‘ନାସା’ 2022 ମସିହା ଜୁଲାଇରେ ଏହି ମିଶନ ଆରମ୍ଭ କରିଥିବା ବେଳେ କରୋନା ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏହି ମିଶନ ସମୟରେ ଦୁଇ ମହାକାଶଚାରୀ ନୂତନ ଭାବରେ ବିକଶିତ ହୋଇଥିବା ‘ଷ୍ଟାରଲାଇନର୍’ ମହାକାଶଯାନକୁ, ମହାକାଶକୁ ପଠାଇବା ଏବଂ ଫେରିବା ପାଇଁ ମଧ୍ୟ ଉତ୍ତରଦାୟୀ ରହିବେ । ମଣିଷକୁ ନେଇ ମହାକାଶକୁ ଯିବା ଓ ଫେରାଇ ଆଣିବା ନେଇ ଦ୍ବିତୀୟ ମହାକାଶ ଯାନକୁ ସଫଳ କରିବାକୁ ଚାହୁଁଛି ଆମେରିକା । ଏହି ଉଦ୍ଦେଶ୍ୟରେ ସୁନୀତା ମିଶନ ପାଇଲଟ ରୂପରେ ଏହି ମିଶନରେ ସାମିଲ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.