ହାଇଦ୍ରାବାଦ: ସ୍କୋଡା ଅଟୋ ଇଣ୍ଡିଆ କିଛି ଦିନ ପୂର୍ବରୁ ଭାରତରେ ନିଜର ପ୍ରଥମ କମ୍ପାକ୍ଟ SUV Skoda Kylaqକୁ ଲଞ୍ଚ କରିଛି । ସଦ୍ୟ ସୂଚନା ଅନୁସାରେ କମ୍ପାନୀର ପୁଣେର ଚାକନ ସ୍ଥିତ କାରାଖାନାରେ ଏହି ଉତ୍ପାଦନ ଆରମ୍ଭ ହୋଇଛି । ଏହି କାର କମ୍ପାନୀର MQB-A0-IN ପ୍ଲାଟଫର୍ମ ଉପରେ ଆଧାରିତ, ଯାହା ଉପରେ Skoda Kushaq ଓ Slavia ମଧ୍ୟ ନିର୍ମିତ ହୋଇଛି । Skoda Kylaqକୁ ବଜାରରେ 7.89ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ) ଦାମ ସହିତ ପରିଚିତ କରାଯାଇଛି ।
ନିର୍ମାଣ ହେବା ପୂର୍ବରୁ 10ହଜାର ବୁକିଂ :-
SUVକୁ ନେଇ ଖାସ କଥା ହେଉଛି Skoda Auto India ପକ୍ଷରୁ କିଲାକ୍ର ବୁକିଂ ଆରମ୍ଭ ହୋଇସାରିଛି । ବୁକିଂ ଆରମ୍ଭ ହେବାର ମାତ୍ର 10ଦିନ ପରେ ଏହି କାର ପାଇଁ 10ହଜାର ୟୁନିଟ୍ ବୁକିଂ ଆସିଛି । ମିଳିଥିବା ସୂଚନା ଅନୁସାରେ କମ୍ପାନୀ ଏହି କାରର ଡିଲେଭରି 27 ଜାନୁଆରୀ 2025ରୁ ଆରମ୍ଭ କରିବାକୁ ଯାଉଛି । ଏହା ପୂର୍ବରୁ Skoda Auto ଡିସେମ୍ବର 13 ତାରିଖରେ 'ଇଣ୍ଡିଆ ଡ୍ରିମ ଟୁର୍' ଆରମ୍ଭ କରିବାକୁ ଯାଉଛି । ଯେଉଁଥିରେ Skoda Kylaqର ତିନୋଟି ୟୁନିଟ୍ସ ସାରା ଦେଶରେ ବୁଲିବ । ଏହାପରେ 25 ଜାନୁଆରୀରେ ଚାକନ ପ୍ଲାଣ୍ଟକୁ ଫେରିବେ ।
Milestone Alert: 10,000 Škoda Kylaq bookings! 🏆
— Škoda India (@SkodaIndia) December 13, 2024
Celebrating with a 43-day Kylaq India Dream Tour from Dec 14-Jan 25, covering nearly 70 cities.
Experience the modern-solid Kylaq up close in YOUR city! 🚘✨#SkodaKylaq #SkodaIndiaNewEra #WelcomeKylaq pic.twitter.com/LkTOenbw1r
ପ୍ରମୁଖ ସହରରେ Skoda Kylaqର ଯାତ୍ରା:-
ଏହି ଯାତ୍ରାରେ ପୁଣେ, ମୁମ୍ବାଇ, କୋହ୍ଲାପୁର, ଅହମ୍ମଦାବାଦ, ସୁରଟ, ଉଦୟପୁର, ଭୋପାଳ, କୋଇମ୍ବାଟୁର, କୋଚ୍ଚି, ଦିଲ୍ଲୀ, ରାଞ୍ଚି, ତ୍ରିବେନ୍ଦ୍ରମ, ଚଣ୍ଡୀଗଡ଼, କୋଲକାତା, ଚେନ୍ନାଇ, ଜମ୍ମୁ, ହିମାଚଳ ପ୍ରଦେଶର ମଣ୍ଡି, ଆଗ୍ରା, ଗୌହାଟି ଓ ଅନେକ ସହରରେ Skoda Kylaq ଭ୍ରମଣ କରିବ ।
ଏହା ବି ପଢନ୍ତୁ |
Skoda Kylaq ଯାତ୍ରାର ଲକ୍ଷ୍ୟ:-
ଏହି ଯାତ୍ରା ଜରିଆରେ ଗ୍ରାହକମାନେ ଜାନୁଆରୀ 27 ତାରିଖରେ ଆରମ୍ଭ ହେବାକୁ ଥିବା ଡେଲିଭରି ପୂର୍ବରୁ Skoda Kylaqକୁ ବ୍ୟକ୍ତିଗତ ଭାବେ ନିଜ ଆଖିରେ ଦେଖିପାରିବେ । ସୂଚନା ଥାଉ କି ଏହି କାରକୁ 2025 ଭାରତ ମୋବିଲିଟି ଏକ୍ସପୋରେ ପ୍ରଦର୍ଶିତ କରାଯିବ । Skoda ପକ୍ଷରୁ ଏହି ନୂଆ କାର Kylaqର ବୁକିଂକୁ ଗ୍ରହଣ କରିବା ଜାରି ରଖିଛି । କିନ୍ତୁ ଏଣ୍ଟ୍ରି ଲେଭଲ କ୍ଲାସିକ ଭାରିଏଣ୍ଟର ପ୍ରକ୍ରିୟାକୁ ରୋକାଯିବ ।
କିପରି Skoda Kylaqର ଇଞ୍ଜିନ ?
ଏହି କାରର ଇଞ୍ଜିନ ସମ୍ପର୍କରେ ଆଲୋଚନା କଲେ, ଏଥିରେ 1.0-ଲିଟର, TSI ଟର୍ବୋ-ପେଟ୍ରୋଲ ଇଞ୍ଜିନ ମିଳିଥାଏ । ଯେଉଁଥିରେ 6-ସ୍ପିଡ ମ୍ୟାନୁଆଲ୍ ଓ ଅଟୋମେଟିକ ଟ୍ରାନ୍ସମିସନ ସହିତ ଯୋଡ଼ାଯାଇଛି । ଭାରତୀୟ ବଜାରରେ ଏହି କାରର ମୁକାବିଲା Tata Nexon ଓ Maruti Brezza ସହିତ ହେବାକୁ ଯାଉଛି ।
ଫିଚର: ନୂଆ Skoda Kylaqର ଫିଚର ସମ୍ପର୍କରେ କହିଲେ ଏହି କାରରେ ଇଲେକଟ୍ରିକ ସନରୁଫ, ଭେଣ୍ଟିଲେଟେଡ ଫ୍ରଣ୍ଟ ସିଟ୍, ଅଲ-ଏଲଇଡି ଲାଇଟିଙ୍ଗ, ମିଶନ୍ଡ ଆଲଏ ହ୍ବିଲ, ବିଦ୍ୟୁତ ସହାୟତାରେ ଆଡଜଷ୍ଟେବଲ ଫ୍ରଣ୍ଟ ସିଟ୍, ଅଟୋମେଟିକ କ୍ଲାଇମେଟ କଣ୍ଟ୍ରୋଲ, ଆମ୍ବିଏଣ୍ଟ ଲାଇଟିଂ ଓ ସୁରକ୍ଷା ପାଇଁ 6ଟି ଏୟାରବ୍ୟାଗ ମଧ୍ୟ ମିଳିବ ।