ETV Bharat / technology

ପଛରେ ପଡ଼ିଲେ ବିଶ୍ବର ବଡ଼ ବଡ଼ ଟେଲିକମ କମ୍ପାନୀ; ପୁଣି ନମ୍ବର-ୱାନ Jio - RELIANCE JIO RECORD

ରିଲାଏନ୍ସ ଜିଓ ଦୁନିଆର ବଡ଼ ବଡ଼ ଟେଲିକମ କମ୍ପାନୀକୁ ପଛରେ ପକାଇ ପୁଣି ଥରେ ନମ୍ବର ୱାନ ହୋଇପାରିଛି । କେଉଁ କ୍ଷେତ୍ରରେ ଜାଣନ୍ତୁ...

Reliance Jio tops in mobile data traffic
Reliance Jio tops in mobile data traffic (Photo- Reliance Jio)
author img

By ETV Bharat Tech Team

Published : Nov 2, 2024, 5:24 PM IST

ହାଇଦ୍ରାବାଦ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ପୁଣି ଥରେ ମୋବାଇଲ ଡେଟା ଟ୍ରାଫିକ କ୍ଷେତ୍ରରେ ବିଶ୍ବରେ ନମ୍ବର-1 ହୋଇଛି । ଜିଓ ତୃତୀୟ ଥର ଲାଗି ବିଶ୍ବର ବଡ଼ ବଡ଼ ଟେଲିକମ କମ୍ପାନୀକୁ ପଛରେ ପକାଇଛି । ଗତ 9ମାସ ମଧ୍ୟରେ ଜିଓ ମୋବାଇଲ ଡେଟା ଟ୍ରାଫିକ କ୍ଷେତ୍ରରେ Airtel, China Mobile, China Unicom ଓ Vodafone Ideaଠାରୁ ଆଗରେ ଅଛି । ଅନ୍ତର୍ଜାତୀୟ ପରାମର୍ଶ ଏବଂ ଅନୁସନ୍ଧାନ କମ୍ପାନୀ Tefficientର କହିବାନୁସାରେ ଏହି କ୍ଷେତ୍ରରେ ଜିଓର 24ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ଦ୍ରୁତ ଗତିରେ ବଢିଲା ମୋବାଇଲ ଡେଟା ଟ୍ରାଫିକ:-

ରିପୋର୍ଟ ଅନୁସାରେ ଜିଓ ଲଗାତାର ତୃତୀୟ ତ୍ରୟମାସରେ ମୋବାଇଲ ଡେଟା ଟ୍ରାଫିକ କ୍ଷେତ୍ରରେ ଦୁନିଆର ଅନେକ ପ୍ରତିଷ୍ଠିତ କମ୍ପାନୀକୁ ପଛରେ ପକାଇଛି । ସେହିପରି ଅନ୍ୟ ଟେଲିକମ କମ୍ପାନୀ ଯେପରିକି ଏୟାରଟେଲ (Airtel) ମଧ୍ୟ ବର୍ଷ ପରେ ବର୍ଷ 23 ପ୍ରତିଶତ ବୃଦ୍ଧି ପାଇଛି । China Mobileର ମୋବାଇଲ ଡେଟା ଟ୍ରାଫିକ 2 ପ୍ରତିଶତ ବଢିଛି ।

ଏହା ବି ପଢନ୍ତୁ
  1. Jioର ନୂଆ ଶସ୍ତା ପ୍ଲାନ; 3ଟଙ୍କାରେ ଅନଲିମିଟେଡ କଲ୍‌ ସାଙ୍ଗକୁ କେତେ କଣ
  2. "BSNL କି ଘର ଓ୍ବାପସି", ଘରୋଇ କମ୍ପାନୀ ଛାଡି ଏବେ ଶସ୍ତା ରିଚାର୍ଜ ପ୍ଲାନ ପଛରେ ଗ୍ରାହକ
  3. Jio ଓ Airtel ୟୁଜର୍ସଙ୍କୁ ଝଟକା, ଏତିକି ଟଙ୍କା ମହଙ୍ଗା ହେଲା ମୋବାଇଲ ରିଚାର୍ଜ

ଏହି କ୍ଷେତ୍ରରେ କ୍ଷତି ସହିଲା Jio:-

ରିଲାଏନ୍ସ ଜିଓ ଟେଲିକମ କମ୍ପାନୀ ମଧ୍ୟରେ ଶୀର୍ଷରେ ରହିଛି ସତ, କିନ୍ତୁ ଅନ୍ୟ କ୍ଷେତ୍ରରେ କ୍ଷତି ସହିଛି । ଗତ 3ମାସ ମଧ୍ୟରେ ଜିଓର ସବସ୍କ୍ରାଇବର ସଂଖ୍ୟା କମ ରହିଛି । ବିଶେଷ କରି ଜୁଲାଇରେ ମୋବାଇଲ ପ୍ଲାନ ମହଙ୍ଗା ହେବା ପରେ ଜିଓ 11 ମିଲିୟନ ଅର୍ଥାତ ପ୍ରାୟ 1.1 କୋଟି ୟୁଜରଙ୍କୁ ହରାଇଛି । ଏପ୍ରିଲରୁ ଜୁନ ମାସ ମଧ୍ୟରେ କମ୍ପାନୀର ୟୁଜରବେସ 489.7 ମିଲିୟନ ଥିଲା, କିନ୍ତୁ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଏହା 478.8 ମିଲିୟନକୁ ଆସିଛି ।

ବଢିଲା 5G ୟୁଜରଙ୍କ ସଂଖ୍ୟା:-

ମାତ୍ର ଜିଓର 5ଜି ୟୁଜରଙ୍କ ସଂଖ୍ୟା ବୃଦ୍ଧି ପାଇଛି । କମ୍ପାନୀ ନିକଟରେ ଗତ 2ବର୍ଷ ମଧ୍ୟରେ 148 ମିଲିୟନ ବା 14.8 କୋଟି 5ଜି ୟୁଜର ରହିଛନ୍ତି । ଚୀନକୁ ଛାଡ଼ିଦେଲେ ଜିଓ ଦୁନିଆର ସବୁଠୁ ବଡ଼ 5G ଅପରେଟର ହୋଇପାରିଛି । ରିପୋର୍ଟ ଅନୁସାରେ ଜିଓର ପ୍ରତି ୟୁଜର ମାସକୁ 31GB ଡେଟାର ବ୍ୟବହାର କରୁଛନ୍ତି । ସେପଟେ କମ୍ପାନୀର ହାରାହାରି ରାଜସ୍ବ ପ୍ରତି ୟୁଜର (ARPU) ପିଛା 18 ପ୍ରତିଶତ ବୃଦ୍ଧି ପାଇଛି ।

BSNLର ବି ବଢିଲା ୟୁଜର ସଂଖ୍ୟା:-

ଜିଓର ୟୁଜର ସଂଖ୍ୟା ହ୍ରାସ ପାଇବା ଦିଗରେ BSNLର ବଡ଼ ଭୂମିକା ରହିଛି । ସରକାରୀ ଟେଲିକମ କମ୍ପାନୀର ୟୁଜର ସଂଖ୍ୟା ଗତ କିଛି ମାସ ମଧ୍ୟରେ 55ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ବିଏସଏନଏଲ ସହିତ ଜୁଲାଇରେ 30ଲକ୍ଷ ଓ ଅଗଷ୍ଟରେ 25ଲକ୍ଷ ନୂଆ ମୋବାଇଲ ୟୁଜର ଯୋଡ଼ି ହୋଇଛନ୍ତି । ଜିଓ ମହଙ୍ଗା ରିଚାର୍ଜ ପ୍ଲାନ ଆଣିବା ପରେ ଅନେକ ବିଏସଏନଏଲର ଶସ୍ତା ରିଚାର୍ଜ ପ୍ଲାନ ଆଡ଼କୁ ମୁହାଁଇଥିଲେ । ଏହି କାରଣରୁ ବିଏସଏନଏଲ ପୁଣି ଲୋକପ୍ରିୟତା ଅର୍ଜନ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.