ETV Bharat / technology

ମୋଦି ଲଞ୍ଚ କଲେ ପରମ ରୁଦ୍ର ସୁପରକମ୍ପ୍ୟୁଟର; ମିଳିବ ଜବରଦସ୍ତ ଫାଇଦା - Param Rudra supercomputers

author img

By ETV Bharat Tech Team

Published : 4 hours ago

PM Launches Supercomputers: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 3ଟି ସୁପର କମ୍ପ୍ୟୁଟର ଲଞ୍ଚ କରିଛନ୍ତି । ଯାହାକି ପୁଣେ, ଦିଲ୍ଲୀ ଓ କୋଲକାତାରେ କାର୍ଯ୍ୟକ୍ଷମ ହେବ । ଏହି କମ୍ପ୍ୟୁଟର ନିର୍ମାଣ ଲାଗି ଖର୍ଚ୍ଚ ହୋଇଛି 130 କୋଟି । ତେବେ କଣ ଏହି ସୁପର କମ୍ପ୍ୟୁଟର ଜାଣନ୍ତୁ...

PM Modi
PM Modi (Photo- PTI)

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭର୍ଚ୍ଚୁଆଲରେ 3ଟି ପରମ ରୁଦ୍ର ସୁପର କମ୍ପ୍ୟୁଟର ଲଞ୍ଚ କରିଛନ୍ତି । ଏହାସହିତ ଜଳବାୟୁ ଗବେଷଣା ଲାଗି ଉଚ୍ଚ ସ୍ତରୀୟ କମ୍ପ୍ୟୁଟିଂ ସିଷ୍ଟମ ମଧ୍ୟ ଲଞ୍ଚ କରିଛନ୍ତି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସୁପର କମ୍ପ୍ୟୁଟର ଭାରତର ରାଷ୍ଟ୍ରୀୟ ସୁପରକମ୍ପ୍ୟୁଟିଂ ମିଶନ (NSM) ଅଧିନରେ ବିକଶିତ କରାଯାଇଛି । ଏହି ଅବସରରେ ମୋଦି କହିଛନ୍ତି ଯେ ଦେଶ ସେତେବେଳେ ବଡ଼ ଉପଲବ୍ଧି ହାସଲ କରିବ ଯେତେବେଳେ ଏହାର ଭିଜନ ବଡ଼ ହେବ । ପ୍ରଯୁକ୍ତିବିଦ୍ୟାର ଅପଗ୍ରେଡେସନ ଗରିବଙ୍କୁ ସଶକ୍ତ କରିବା ଦିଗରେ ହେବା ଉଚିତ ।

କେଉଁ କାମ କରିବ ସୁପର କମ୍ପ୍ୟୁଟର ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ଗୁରୁବାର ସନ୍ଧ୍ୟାରେ ଏହି 3ଟି ସୁପର କମ୍ପ୍ୟୁଟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କମ୍ପ୍ୟୁଟର ପୁଣେ, ଦିଲ୍ଲୀ ଓ କୋଲକାତାରେ ଗବେଷଣା କ୍ଷେତ୍ରରେ ବେଶ ଉପଯୋଗୀ ହେବ । ଏହି ଅବସରରେ ମୋଦି କହିଛନ୍ତି, "ପ୍ରଯୁକ୍ତିବିଦ୍ୟାର ଉନ୍ନୟନ ବା ବିକାଶ ଗରିବଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ହେବା ଉଚିତ । ଆଜି ଭାରତରେ ସୃଷ୍ଟି ହୋଇଥିବା ସମ୍ଭାବନା ଅନନ୍ତ ଆକାଶରେ ନୂଆ ସୁଯୋଗର ନିର୍ମାଣ କରୁଛି ।"

ଏହି ସେକ୍ଟରରେ ସୃଷ୍ଟି ହେବ ସୁଯୋଗ:-

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ତାଙ୍କ ସରକାର ପ୍ରଯୁକ୍ତିବିଦ୍ୟା ଗବେଷଣା କ୍ଷେତ୍ରରେ କିପରି ସାଧାରଣ ଜନତା ଉପକୃତ ହେବେ ତାହାକୁ ସୁନିଶ୍ଚିତ କରିବା ଦିଗରେ କାମ କରୁଛନ୍ତି । ନୂଆ ପ୍ରଯୁକ୍ତିବିଦ୍ୟା ଆଗାମୀ ଦିନରେ ଭାରତକୁ ଆଉ ଏକ ନୂଆ ପରିଚୟ ଦେବ । ଏହାଦ୍ବାରା IT କ୍ଷେତ୍ର, ଶିଳ୍ପ, MSME ଓ ଷ୍ଟାର୍ଟଅପ କ୍ଷେତ୍ରରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆସିବ ଓ ନୂଆ ସୁଯୋଗ ସୃଷ୍ଟି ହେବ । ଏହି ସମୟରେ ମୋଦି ମିଶନ ଗଗନଯାନ ଓ 2035 ସୁଦ୍ଧା ଭାରତ ମହାକାଶରେ ନିଜର ସ୍ପେଶ ଷ୍ଟେସନ ପ୍ରତିଷ୍ଠା କରିବ ବୋଲି କହିଛନ୍ତି ।

Also Read: ପ୍ରମୁଖ ଆମେରିକୀୟ ଟେକ୍‌ କମ୍ପାନୀ CEOଙ୍କୁ ଭେଟିଲେ ମୋଦି; ଭାରତରେ କାମ କରିବାକୁ କଲେ ଆହ୍ବାନ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ଏପରି କୌଣସି ସେକ୍ଟର ନାହିଁ, ଯେଉଁଠି ଟେକ୍ନୋଲୋଜି ଓ କମ୍ପ୍ୟୁଟିଂର କ୍ଷମତା ଉପରେ ନିର୍ଭରଶୀଳ ନୁହେଁ । ଏହି କ୍ରାନ୍ତିରେ ଆମର ଯୋଗଦାନ ବିଟ୍ସ ଓ ବାଇଟସ ପରି ନୁହେଁ,ବରଂ ଟେରବାଇଟ୍ସ ଓ ପିଟା ବାଇଟର୍ସ ହେବା ଉଚିତ । 850କୋଟି ମୂଲ୍ୟର ଉଚ୍ଚ ସ୍ତରୀୟ କମ୍ପ୍ୟୁଟିଂ ସିଷ୍ଟମକୁ ମୌସୁମୀ ଓ ଜଳବାୟୁ ଗବେଷଣା ଲାଗି ପ୍ରସ୍ତୁତ କରାଯାଇଛି । ଆଜିର ଦିନରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ବଡ଼ ଉପଲବ୍ଧି ହାସଲ କରିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.