ETV Bharat / technology

ଫ୍ରାନ୍ସରୁ ନେପାଳ; ବିଦେଶରେ ସହଜ ହେବ କ୍ୟାସଲେସ୍‌ ପେମେଣ୍ଟ, Paytm ଲଞ୍ଚ କଲା UPI ଗ୍ଲୋବାଲ - PAYTM LAUNCHES UPI INTERNATIONALLY

ଦେଶ ବାହାରେ ଥିଲେ ବି ନାହିଁ ଟେନସନ୍‌ । ଏହି ଦେଶରେ ଉପଲବ୍ଧ ହେଲା Paytm । କରିହେବ କ୍ୟାସଲେସ୍‌ ପେମେଣ୍ଟ । କେଉଁ କେଉଁ ଦେଶ ସାମିଲ ଜାଣନ୍ତୁ...

Paytm launches UPI internationally
Paytm launches UPI internationally (Credit- Paytm)
author img

By ETV Bharat Tech Team

Published : Nov 21, 2024, 6:28 PM IST

ହାଇଦ୍ରାବାଦ: ଭାରତ ବାହାରେ ମଧ୍ୟ କ୍ୟାସଲେସ୍‌ ପେମେଣ୍ଟ ନିଶ୍ଚିତ କରିବା ଲାଗି ୱାନ97 କମ୍ୟୁନିକେସନ ଲିମିଟେଡ (OCL) ପେଟିଏମକୁ ବିଶ୍ବସ୍ତରୀୟ କରିଛି । ଯେଉଁଥିରେ କିଛି ନିର୍ଦ୍ଦିଷ୍ଟ ଦେଶଗୁଡ଼ିକରେ ଏଣିକି କ୍ୟାସଲେସ୍‌ ଟଙ୍କା ପୈଠ ସମ୍ଭବ ହୋଇପାରିବ । ଭାରତୀୟ ଯାତ୍ରୀମାନେ ଏଣିକି ସେମାନଙ୍କର ପେଟିଏମ୍ ୟୁପିଆଇ ଆପ୍ ବ୍ୟବହାର କରି ନିରବଚ୍ଛିନ୍ନ, ନଗଦବିହୀନ ଦେୟ ବା କ୍ୟାସଲେସ୍‌ ପେମେଣ୍ଟ କରିପାରିବେ ।

କେଉଁ କେଉଁ ଦେଶ ସାମିଲ ?

ୟୁଏଇ, ସିଙ୍ଗାପୁର, ଫ୍ରାନ୍ସ, ମରିସସ୍, ଭୁଟାନ ଏବଂ ନେପାଳ ଭଳି ଦେଶରେ ଏହି ସେବା ଉପଲବ୍ଧ । ଭାରତୀୟ ଯାତ୍ରୀମାନେ ବର୍ତ୍ତମାନ ସେମାନଙ୍କ ପେଟିଏମ୍ ୟୁପିଆଇ ଆପ୍ ବ୍ୟବହାର କରିପାରି ଏହି ଦେଶଗୁଡ଼ିକରେ କ୍ୟାସଲେସ୍‌ ପେମେଣ୍ଟ କରିପାରିବେ । ଏହି ଫିଚର ଉପଭୋକ୍ତାମାନଙ୍କୁ ସେମାନଙ୍କ ପେଟିଏମ୍ ଆପ୍ ମାଧ୍ୟମରେ ଅନ୍ତର୍ଜାତୀୟ ଦେୟ ପାଇଁ UPI ବ୍ୟବହାର କରି ବିଦେଶରେ ସ୍ଥାନୀୟ ଅନୁଭବ ପ୍ରଦାନ କରିବ ।

ଏହା ବି ପଢନ୍ତୁ
  1. ବିଦେଶରେ ବସି ବସି ଭାରତକୁ ଟଙ୍କା ପଠାଇବା ହେଲା ସହଜ; ଏଣିକି NRIଙ୍କୁ ମିଳିବ UPI ସୁବିଧା
  2. ଏଣିକି 5ଜଣ ଚଲାଇପାରିବେ ଗୋଟିଏ UPI; ନୂଆ ଫିଚର୍ସ ଆଣିଲା Google Pay

କେମିତି ବ୍ୟବହାର କରିବେ UPI international ?

  • ଯାତ୍ରୀମାନେ ଏହି ସେବାକୁ ଚୁଟକିରେ ପାଇପାରିବେ । ପ୍ରଥମେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ୱାନ-ଟାଇମ ଆକ୍ଟିଭିସେନ ସହିତ ଲିଙ୍କ କରିପାରିବେ ।
  • ବିଦେଶରେ କୌଣସି UPIର QR କୋଡ୍ ସ୍କାନ୍ କରିବା ପରେ ଏହା ସ୍ବୟଂଚାଳିତ ଭାବରେ ଆକ୍ଟିଭେସନ୍ ହୋଇଯିବ ।
  • ଉପଭୋକ୍ତାମାନେ 1ରୁ 90 ଦିନ ପର୍ଯ୍ୟନ୍ତ ସେବା ନିର୍ଦ୍ଧାରଣ କରିପାରିବେ ଏବଂ ଘରକୁ ଫେରିବା ପରେ ଏହି ଫିଚରକୁ ଡିଆକ୍ଟିଭେଟ୍‌ କରିପାରିବେ ।
  • ପେମେଣ୍ଟ କରିବା ସମୟରେ ଉପଭୋକ୍ତାମାନେ ପ୍ରକୃତ ବୈଦେଶିକ ମୁଦ୍ରା ମୂଲ୍ୟ ଏବଂ ସେମାନଙ୍କ ବ୍ୟାଙ୍କ ଦ୍ବାରା ପ୍ରୟୋଗ ହୋଇଥିବା ଯେକୌଣସି ଅତିରିକ୍ତ ଶୁଳ୍କ ଦେଖିପାରିବେ ।
  • ଏହାଦ୍ବାରା ପେମେଣ୍ଟ କରିବା ପୂର୍ବରୁ UPI ଅନ୍ତର୍ଜାତୀୟ କାରବାର ନେଇ ୟୁଜର ସମ୍ପୂର୍ଣ୍ଣ ସ୍ବଚ୍ଛତା ନିଶ୍ଚିତ କରିବେ ।

ୟୁଜରଙ୍କୁ କଣ ମିଳିବ ସୁବିଧା ?

ଭାରତରେ ଧିରେ ଧିରେ ୟୁପିଆଇ ପେମେଣ୍ଟ ବେଶ ଲୋକପ୍ରିୟ ହୋଇସାରିଛି । ଲୋକେ ଅଧିକାଂଶ ନିଜ ପକେଟରେ ଟଙ୍କା ନେଇ ବୁଲୁନାହାନ୍ତି । ମୋବାଇଲ ସାହାଯ୍ୟରେ ପରିବାଠୁ ଆରମ୍ଭ କରି ବଡ଼ ବଡ଼ ସପିଂମଲରେ କ୍ୟାସଲେସ୍‌ ପେମେଣ୍ଟ କରୁଛନ୍ତି । ଦେଶ ବାହାରେ ମଧ୍ୟ ଭାରତୀୟଙ୍କୁ ଏହି ସୁବିଧା ପ୍ରଦାନ କରିବା ଲାଗି Paytm ଏହି ନୂଆ ଫିଚର 'ୟୁପିଆଇ ଇଣ୍ଟରନ୍ୟାସନାଲ ସର୍ଭିସ' ଆଣିଛି । ଯାହାଦ୍ବାରା ଦେଶ ବାହାରେ ଭ୍ରମଣ ଉଦ୍ଦେଶ୍ୟରେ ଯାଇଥିଲେ ୟୁଜର ଅତି ସହଜରେ ସେବା ଉପଲବ୍ଧ ଥିବା ଦେଶଗୁଡ଼ିକରେ ୟୁପିଆଇ ପେମେଣ୍ଟ କରିପାରିବେ ।

ଏ ନେଇ ପେଟିଏମର ଜଣେ ମୁଖପାତ୍ର କହିଛନ୍ତି, "ଭାରତରେ ମୋବାଇଲ୍ ପେମେଣ୍ଟର ପ୍ରମୁଖ ଆପ୍‌ ଭାବେ ଆମେ ଆମର ଉପଭୋକ୍ତାମାନଙ୍କ ପାଇଁ ଅଧିକ ସୁବିଧା ଆଣିବା ଲାଗି କ୍ରମାଗତ ଭାବରେ ଉଦ୍ୟମ ଜାରି ରଖିଛୁ । ୟୁପିଆଇ ଇଣ୍ଟରନ୍ୟାସନାଲ୍ ସହିତ ଆମେ ଭାରତୀୟ ଯାତ୍ରୀମାନଙ୍କ ପାଇଁ ସହଜ ପେମେଣ୍ଟ ନିଶ୍ଚିତ କରିଛୁ । ସେମାନେ ୟୁଏଇ, ସିଙ୍ଗାପୁର, ଫ୍ରାନ୍ସ, ମରିସସ୍, ଭୁଟାନ ଏବଂ ନେପାଳ ପରି ଦେଶରେ ନିରାପଦ, ନଗଦବିହୀନ ଦେୟ ପ୍ରଦାନ କରିପାରିବେ । ଆଗାମୀ ଛୁଟି ଋତୁ ସହିତ ଆମେ ନିଶ୍ଚିତ ଯେ ଏହି ଲଞ୍ଚ୍‌ ବ୍ୟବହାରକାରୀଙ୍କ ପାଇଁ ବିଦେଶୀ ଯାତ୍ରାକୁ ଅଧିକ ସୁବିଧାଜନକ କରିବ । ଏହି ପଦକ୍ଷେପ ଟେକ୍ନୋଲୋଜିର ବ୍ୟବହାର ନେଇ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବା ସହ ବିଶ୍ବରେ ଆମ ଉପଭୋକ୍ତାଙ୍କୁ ସଶକ୍ତ କରିଥାଏ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.