ETV Bharat / technology

ଲଞ୍ଚ୍‌ ହେଲା Oppo Find X8 ସିରିଜ୍‌ ସ୍ମାର୍ଟଫୋନ; 80ଡିଗ୍ରୀ ଗରମ ପାଣିରେ ବି ହେବନି ଖରାପ

ଅପେକ୍ଷାର ଅନ୍ତ । ଦମଦାର କ୍ୟାମେରା କ୍ବାଲିଟି ସହ ଲଞ୍ଚ୍‌ ହେଲା Oppoର Find X8 Series ସ୍ମାର୍ଟଫୋନ । ଦାମ ଓ ଫିଚର କଣ ଜାଣନ୍ତୁ...

OPPO FIND X8 SERIES INDIA LAUNCH
OPPO FIND X8 SERIES INDIA LAUNCH (Credit- Oppo India)
author img

By ETV Bharat Tech Team

Published : 3 hours ago

ହାଇଦ୍ରାବାଦ: ଚାଇନିଜ ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ ଓପୋ ଏହାର ଫ୍ଲାଗସିପ ସ୍ମାର୍ଟଫୋନ ଲାଇନ ଅପ୍‌ରେ ଫାଇଣ୍ଡ ଏକ୍ସ8 ସିରିଜ (Find X8 Series) ଲଞ୍ଚ୍‌ କରିଛି । ବିଶ୍ବ ବଜାର ସମେତ ଭାରତରେ ମଧ୍ୟ ଆଜି ସକାଳ ସାଢେ 10ଟା ସମୟରେ ଏହି ସିରିଜ ଲଞ୍ଚ୍‌ ହୋଇଛି । ଏହି ସିରିଜରେ 2ଟି ଫୋନ Oppo Find X8 ଓ Oppo Find X8 Proକୁ ଲଞ୍ଚ୍‌ କରାଯାଇଥିବା ବେଳେ ଏଥିରେ ମିଡିଆଟେକ୍‌ ଡାଇମେନସିଟି ପ୍ରୋସେସର ଓ ହ୍ୟାସେଲବ୍ଲାଡ ଟ୍ୟୁନଡ କ୍ୟାମେରା ମିଳିବ ।

Oppo Find X8 ସିରିଜ ସ୍ପେଶିଫିକେସନ:-

  • ଓପୋ ଫାଇଣ୍ଡ ଏକ୍ସ8 ସ୍ମାର୍ଟଫୋନର ଡିଜାଇନ ବେଶ ସ୍ବତନ୍ତ୍ର ରହିଛି । ଏଥିରେ କମ୍ପାନୀ ଫ୍ଲାଟ ଫ୍ରଣ୍ଟ୍‌ ଲୁକ୍‌ ଦେଇଛି । ଡିଭାଇସରେ 6.95 ଇଞ୍ଚର AMOLED ଇନଫିନିଟ ଭ୍ୟୁ ଡିସପ୍ଲେ ପ୍ରଦାନ କରିଛି । ଏହି ଡିସପ୍ଲେ 120Hz ରିଫ୍ରେସ ରେଟ୍‌ ସହିତ ଆସିଛି । ସୁରକ୍ଷା ପାଇଁ ଡିସପ୍ଲେରେ ଗରିଲା ଗ୍ଲାସ ପ୍ରୋଟେକ୍ସନ ଦିଆଯାଇଛି । ଏହି ଫୋନର ଓଜନ 193ଗ୍ରାମ ରହିଥିବା ବେଳେ ଏହି ଫୋନ Mediatek Dimensity 9400 ପ୍ରୋସେସର ସହିତ ଆସିଛି । ଫୋନ 12GB ଓ 16GB 2ଟି RAM ବିକଳ୍ପ ସହିତ ଆସିଥିବା ବେଳେ 2ଟି ଷ୍ଟୋରେଜ ଅପସନ 256GB ଓ 512GB ରହିଛି ।
  • ସେହିପରି ଆମେ Oppo Find X8 Pro କଥା କହିଲେ ଏଥିରେ 6.78 ଇଞ୍ଚ AMOLED Infinite View ଡିସପ୍ଲେ, 120Hz ରିଫ୍ରେସ ରେଟ୍‌ ସହିତ ଆସିଛି । ଏହାବାଦ ଡିସପ୍ଲେ ସୁରକ୍ଷା ପାଇଁ ଗରିଲା ଗ୍ଲାସ ପ୍ରୋଟେକ୍ସନ ରହିଛି । ପାଣି ଓ ଧୂଳି ପ୍ରତିବନ୍ଧକ ଲାଗି IP68 ଓ IP69 ରେଟିଂ ସହିତ ଆସିଛି । ଏହି ଫୋନର ସବୁଠୁ ଖାସ କଥା ହେଉଛି 80 ଡିଗ୍ରୀ ଗରମ ପାଣିରେ ମଧ୍ୟ ଏହା ଖରାପ ହେବ ନାହିଁ । ଏହି ଫୋନର ଓଜନ 215 ଗ୍ରାମ ରହିଛି ।
ଏହା ବି ପଢନ୍ତୁ
  1. ନଭେମ୍ବର 21ରେ ଲଞ୍ଚ ହେବ Oppo Find X8 ସିରିଜ; କଣ ଖାସ ଜାଣନ୍ତୁ
  2. Oppo Find X8 ସ୍ମାର୍ଟଫୋନ ସହ ଫଟୋଗ୍ରାଫି ହେବ ଦମଦାର; ମିଳିବ ଡୁଆଲ ପେରିସ୍କୋପ କ୍ୟାମେରା ସେଟଅପ୍‌
  3. OPPO A3x 4G ଫୋନ ଲଞ୍ଚ; ଦେଉଛି ଆଇଫୋନ ଲୁକ୍‌, ଦାମ 10ହଜାରରୁ କମ୍‌

କ୍ୟାମେରା ସେଟଅପ୍‌:-

  • Oppo Find X8ରେ କମ୍ପାନୀ 50MPର Sony LYT700 OIS ପ୍ରାଇମେରି କ୍ୟାମେରା ସହିତ ଏକ 50MP ଅଲଟ୍ରାୱାଇଡ କ୍ୟାମେରା ଏବଂ ଏକ 50MP ଟେଲିଫଟୋ କ୍ୟାମେରା ଦିଆଯାଇଛି । ସେହିପରି ସେଲ୍‌ଫି ଓ ଭିଡିଓ କଲ୍‌ ଡିଭାଇସ ଲାଗି 32MP ଫ୍ରଣ୍ଟ କ୍ୟାମେରା ପ୍ରଦାନ କରାଯାଇଛି । ଫୋନରେ ଅନେକ AI ଫିଚର ପ୍ରଦାନ କରାଯାଇଛି ।
  • Oppo Find X8 Proର କ୍ୟାମେରା ସେଟଅପ୍‌ କଥା ଦେଖିଲେ ଏଥିରେ 50MPର Sony LYT808 ପ୍ରାଇମେରି କ୍ୟାମେରା ଦିଆଯାଇଛି । ଏହାସହିତ 50MP ଅଲଟ୍ରାୱାଇଡ ସାମସଙ୍ଗ କ୍ୟାମେରା ଓ ଏକ 50MP ଟେଲିଫଟୋ ଲେନ୍ସ ଦିଆଯାଇଛି । ସେଲ୍‌ଫି ଓ ଭିଡିଓ କଲ୍‌ ଲାଗି 32MP Sony ସେନ୍ସର ଦିଆଯାଇଛି ।

ବ୍ୟାଟେରୀ ଓ ଚାର୍ଜିଂ:-

  • ପାୱାର ପାଇଁ Oppo Find X8 ଡିଭାଇସରେ 5630mAh ବ୍ୟାଟେରୀ ପ୍ରଦାନ କରାଯାଇଛି, ଯାହାକି 80Wର SuperVOOC ୱେୟାର୍ଡ ଚାର୍ଜିଂ ଓ 50Wର AirVooC ୱେୟାରଲେସ ଚାର୍ଜିଂ ସପୋର୍ଟ ସହିତ ଆସିଛି । ଖାଲି ସେତିକି ନୁହେଁ ଫୋନରେ ColorOS 15 ଆଧାରିତ ଆଣ୍ଡ୍ରଏଡ୍‌ 15 ଅପରେଟିଂ ସିଷ୍ଟମ ଦ୍ବାରା ଚାଳିତ । ଏଥିରେ 4ବର୍ଷର OS ଅପଡେଟ୍‌ସ ଓ 6ବର୍ଷର ସିକ୍ୟୁରିଟି ଅପଡେଟ ସାମିଲ ।
  • ସେହିପରି ପ୍ରୋ ମଡେଲରେ 5910mAh ଦମଦାର ବ୍ୟାଟେରୀ ସହିତ 80Wର SuperVOOC ୱେୟାର୍ଡ ଚାର୍ଜିଂ ଓ 50Wର AirVOOC ୱେୟାରଲେସ୍‌ ଚାର୍ଜିଂ ସପୋର୍ଟ ମିଳିଛି । ଏହି ଡିଭାଇସରେ ColorOS 15 ଆଧାରିତ ଆଣ୍ଡ୍ରଏଡ୍‌ 15 ଅପରେଟିଂ ସିଷ୍ଟମ ଦ୍ବାରା କାମ କରେ । ଫୋନରେ 5ବର୍ଷର ସଫ୍ଟୱେୟାର ଅପଡେଟ ଓ 6ବର୍ଷର ସିକ୍ୟୁରିଟି ଅପଡେଟ ଦିଆଯାଇଛି । କନେକ୍ଟିଭିଟି ଲାଗି ଡିଭାଇସରେ ଡୁଆଲ ସିମ୍‌, NFC, ବ୍ଲୁଟୁଥ୍‌ 5.4 ଭଳି ସୁବିଧା ପ୍ରଦାନ କରାଯାଇଛି ।

କଲର ଅପସନ:-

  • Oppo Find X8 ଲାଗି କମ୍ପାନୀ 2ଟି କଲର ଅପସନ ରଖିଛି । ଗୋଟିଏ ହେଉଛି ଷ୍ଟାର ଗ୍ରେ (Star Grey) ଓ ଅନ୍ୟଟି ହେଉଛି ସ୍ପେଶ ବ୍ଲାକ୍‌ (Space Black) ।
  • ସେହିପରି ପ୍ରୋ ମଡେଲ୍‌ ଲାଗି କମ୍ପାନୀ Space Black ଓ Pearl White କଲର ଅପସନ ଦିଆଯାଇଛି ।

ଦାମ କେତେ ?

  • Oppo Find X8ର 12GB+256GB ଭାରିଏଣ୍ଟ ଲାଗି ଦାମ 69,999ଟଙ୍କା ଓ 16GB+512GB ଷ୍ଟୋରେଜ ଭାରିଏଣ୍ଟ ଲାଗି 79,999ଟଙ୍କା ରଖାଯାଇଛି ।
  • Oppo Find X8 Proର ଦାମ 99,999ଟଙ୍କା ରହିଛି । ଏହି ଫୋନର ବିକ୍ରି ଆସନ୍ତା ଡିସେମ୍ବର 3 ତାରିଖଠାରୁ ଆରମ୍ଭ ହେବ । ଏହାକୁ ଗ୍ରାହକ କମ୍ପାନୀର ଅଫିସିଆଲ ୱେବସାଇଟ୍‌ ବ୍ୟତୀତ ଇ-କମର୍ସ ପ୍ଲାଟଫର୍ମ Flipkartରୁ କିଣିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.