ETV Bharat / technology

OpenAIକୁ ନାକେଦମ କରିଥିବା ସୁଚୀର ବାଲାଜି କିଏ ? କାହିଁକି 26ବର୍ଷରେ ହାରିଲେ ଜୀବନ - SUCHIR BALAJI DEATH

କିଏ ସୁଚୀର ବାଲାଜି ? କାହିଁକି ତାଙ୍କ ମୃତ୍ୟୁକୁ ନେଇ ଏତେ ଚର୍ଚ୍ଚା ? ଶେଷରେ ଏହି ଘଟଣାରେ ପ୍ରତିକ୍ରିୟା ରଖିଲେ ଏଲନ ମସ୍କ । ଜାଣନ୍ତୁ ପୂରା ଘଟଣା...

OpenAI former employee Suchir Balaji Death
OpenAI former employee Suchir Balaji Death (ETV Bharat)
author img

By ETV Bharat Tech Team

Published : Dec 14, 2024, 7:15 PM IST

ହାଇଦ୍ରାବାଦ: ଭାରତୀୟ ଆମେରିକୀୟ ତଥା ChatGPT ବିକଶିତ କରିଥିବା କମ୍ପାନୀ OpenAIର ପୂର୍ବତନ ଏଆଇ ରିସର୍ଚ୍ଚର ସୁଚୀର ବାଲାଜିଙ୍କ ସନ୍ଦିଗ୍ଧ ମୃତ୍ୟୁ ଏବେ ସାରା ବିଶ୍ବରେ ଚହଳ ସୃଷ୍ଟି କରିଛି । ଏହି 26ବର୍ଷର ରିସର୍ଚ୍ଚର ଆତ୍ମହତ୍ୟା କରି ଜୀବନ ହାରିଥିବା ପୋଲିସ କହିଛି । ସୁଚୀର ଜେନେରେଟିଭ ଏଆଇ ବିକାଶ ଲାଗି କମ୍ପାନୀ କପିରାଇଟ୍‌ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣିଥିଲେ । ତେବେ ତାଙ୍କ ମୃତ୍ୟୁ କୌଣସି ଷଡ଼ଯନ୍ତ୍ର କି ନୁହେଁ ତାହା ଜଣାପଡି଼ନାହିଁ । ଏହି ଘଟଣାରେ ବିଶିଷ୍ଟ ଶିଳ୍ପପତି ଏଲନ ମସ୍କ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଆତ୍ମହତ୍ୟା ଯୋଗୁଁ ମୃତ୍ୟୁ କହିଲା ପୋଲିସ:-

ନଭେମ୍ବର 26 ଆମେରିକାର ସାନ ଫ୍ରାନ୍ସିକୋ ଆପାର୍ଟମେଣ୍ଟରେ ସୁଚୀରଙ୍କ ମୃତଦେହକୁ ଠାବ କରିଥିଲା ପୋଲିସ । ଏ ନେଇ ସାନ ଫ୍ରାନ୍ସିକୋ ପୋଲିସ ଡିପାର୍ଟମେଣ୍ଟର ମୁଖପାତ୍ର ଅଫିସର ରବର୍ଟ ରୁଏକା କହିଥିଲେ ଯେ ତଦନ୍ତ ସମୟରେ ହତ୍ୟା ନେଇ ସେପରି କୌଣସି ପ୍ରମାଣ ମିଳିନାହିଁ । କିନ୍ତୁ ପରେ ସାନ ଫ୍ରାନ୍ସିକୋ ମେଡିକାଲ ଅଫିସର ଯାଞ୍ଚ କରିବା ପରେ ସୁଚୀରଙ୍କ ମୃତ୍ୟୁ ଆତ୍ମହତ୍ୟା ଯୋଗୁଁ ହୋଇଛି ବୋଲି କହିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 26ବର୍ଷ ବୟସ ହୋଇଥିଲା । ଏହି ଭାରତୀୟ ବଂଶୋଦ୍ଭବ ରିସର୍ଚ୍ଚର ନଭେମ୍ବର 2020ରୁ ଅଗଷ୍ଟ 2024 ମଧ୍ୟରେ OpenAIରେ କାମ କରୁଥିଲେ ।

କିଏ ସୁଚୀର ବାଲାଜି ?

ସୁଚୀର ହେଉଛି ଜଣଏ କମ୍ପ୍ୟୁଟର ସାଇନ୍ସ ଛାତ୍ର, ସେ OpenAIରେ ପ୍ରାୟ 4ବର୍ଷ ଧରି କାର୍ଯ୍ୟ କରିଥିଲେ । ସେ କୋଭିଡ଼ କାଳରେ 2000 ମସିହାରେ OpenAIରେ ଇଣ୍ଟର୍ଣ୍ଣ ଭାବେ କାମ ଆରମ୍ଭ କରିଥିଲେ । ସେ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିବା ପରେ ଅଗଷ୍ଟ 2024ରୁ କର୍ମଚାରୀ ଭାବେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ତାଙ୍କ ଲିଙ୍କଡଇନ ପ୍ରୋଫାଇଲରେ ଦିଆଯାଇଥିବା ସୂଚନା ମୁତାବକ ସେ ଅନେକ ପ୍ରୋଜେକ୍ଟରେ କାମ କରିଛନ୍ତି ।

OpenAI ବିରୋଧରେ ଆଣିଥିଲେ କପିରାଇଟ୍‌ ଉଲ୍ଲଙ୍ଘନ ଅଭିଯୋଗ:-

ସୁଚୀର ବାଲାଜି OpenAIରେ କାମ କରିବା ସମୟରେ କମ୍ପାନୀ ବିରୋଧରେ କପିରାଇଟ୍‌ ଉଲ୍ଲଙ୍ଘନ ଅଭିଯୋଗ ଆଣିଥିଲେ । ଆରମ୍ଭରୁ ଅନଲାଇନ ଡେଟା, ଯାହା ସହିତ କପିରାଇଟ୍‌ ସାମଗ୍ରୀ ସାମିଲ ତାହାର ବ୍ୟବହାର OpenAIର ରଣନୀତି ବୋଲି ଭାବୁଥିଲେ । କିନ୍ତୁ 2022 ଶେଷ ସୁଦ୍ଧା ChatGPT ଲଞ୍ଚ ହେବା ପରେ ସେ ଚିନ୍ତିତ ହୋଇପଡ଼ିଥିଲେ । ଏହାପରେ 2023 ଅଗଷ୍ଟରେ ସେ କମ୍ପାନୀରୁ ଇସ୍ତଫା ଦେଇ ସର୍ବସମ୍ମୁଖରେ ଆଇନଗତ ସମସ୍ୟା ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ । କମ୍ପାନୀ ବିରୋଧରେ ଅଭିଯୋଗ ଆଣିଥିଲେ ଯେ ଜେନେରେଟିଭ ଏଆଇ ମଡେଲ ପ୍ରଶିକ୍ଷଣ ଲାଗି ବେଆଇନ ଭାବେ କମ୍ପାନୀ କପିରାଇଟ୍‌ ସାମଗ୍ରୀର ବ୍ୟବହାର କରିଛି । ଏହାପରେ ଓପନଏଆଇ ସମତେ ଏହାର ପାର୍ଟନର କମ୍ପାନୀ ମାଇକ୍ରୋସଫ୍ଟ ଅନେକ ଆଇନଗତ ସମସ୍ୟା ଦେଇ ଗତି କରିଥିଲା ।

SpaceXର ସିଇଓ ଏଲନ ମସ୍କ ଏହି ଘଟଣା ଉପରେ ଏକ କ୍ରିପ୍ଟିକ ପ୍ରତିକ୍ରିୟା ରଖିଛନ୍ତି । ସୁଚୀରଙ୍କ ମୃତ୍ୟୁ ଖବର ସମ୍ପର୍କରେ ବାହାରିଥିବା ଏକ ଖବରକୁ ସେ ସେୟାର କରି 'Hmm' ବୋଲି ଲେଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.