ETV Bharat / technology

Oneplus ୟୁଜରଙ୍କ ବଲ୍ଲେ-ବଲ୍ଲେ; Freeରେ ମିଳିବ ଏହି ସର୍ଭିସ, ଘୋଷଣା କଲା କମ୍ପାନୀ

ୱାନପ୍ଲସ ମୋବାଇଲ ବ୍ୟବହାର କରୁଥିବା ୟୁଜରଙ୍କ ଲାଗି ଖୁସି ଖବର । କିଛି ନିର୍ଦ୍ଦିଷ୍ଟ ସମସ୍ୟା ଦେଖାଗଲେ କମ୍ପାନୀ ମାଗଣାରେ ମୋବାଇଲ ସଜାଡ଼ିବା ନେଇ ଘୋଷଣା କରିଛି । ଜାଣନ୍ତୁ କଣ

OnePlus Offers Free Repair
OnePlus Offers Free Repair (Photo- ETV Bharat)
author img

By ETV Bharat Tech Team

Published : 7 hours ago

Updated : 6 hours ago

ହାଇଦ୍ରାବାଦ: ୟୁଜରଙ୍କ ଲାଗି ମାଗଣା ସର୍ଭିସ ଘୋଷଣା କଲା ୱାନପ୍ଲସ । ଏଣିକି ଗ୍ରୀନ ଲାଇନ ଡିସପ୍ଲେ ସମସ୍ୟା ଓ ମଦରବୋର୍ଡ କାମ ନ କରିଲେ କମ୍ପାନୀ ଏହାକୁ ମାଗଣାରେ ସଜାଡ଼ିବ । ଭାରତରେ ଏହି 2ଟି ସମସ୍ୟା ଦେଖାଯିବା ପରେ କମ୍ପାନୀ ମାଗଣା ସେବା ଯୋଗାଇବା ଲାଗି ଆଜି ଘୋଷଣା କରିଛି । ଫୋନଆରେନା (FoneArena) ସହ ବାର୍ତ୍ତାଳାପ ସମୟରେ OnePlus 8 ଓ OnePlus 9 ସିରିଜରେ ଏହି ସମସ୍ୟା ଉପୁଜିଛି ବୋଲି କମ୍ପାନୀ ସ୍ବୀକାର କରିଛି । ଏଣୁ 2 ସିରିଜ ମୋବାଇଲରେ ଏପରି ସମସ୍ୟା ହେଲେ କମ୍ପାନୀ ମାଗଣା ସେବା ଯୋଗାଇବା ନେଇ ସ୍ପଷ୍ଟ କରିଛି ।

ଡିଭାଇସରେ ଡିଫେକ୍ଟ ନେଇ କମ୍ପାନୀର ସ୍ବୀକାରୋକ୍ତି:-

2 ନିର୍ଦ୍ଦିଷ୍ଟ ମୋବାଇଲରେ ଏହି ସମସ୍ୟା ନେଇ କମ୍ପାନୀ କହିଛି, "OnePlus ସ୍ମାର୍ଟଫୋନ, ବିଶେଷକରି OnePlus 8 ସିରିଜ୍ ଏବଂ OnePlus 9 ସିରିଜରେ ସମସ୍ୟା ଥିବା ନେଇ ଏକାଧିକ ଉପଭୋକ୍ତା ରିପୋର୍ଟ କରିଥିଲେ । ଏ ନେଇ ଆମେ ଅବଗତ ଅଛୁ । ଡିଭାଇସରେ OTA ସଫ୍ଟୱେର୍ ଅପଡେଟ୍ କରିବା ପରେ ମଦରବୋର୍ଡ ବିଫଳତା ଏବଂ ସବୁଜ ରେଖା (Green Line) ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ ଆସିଛି ।"

ମାଗଣାରେ ମୋବାଇଲ ସଜାଡ଼ିବ କମ୍ପାନୀ:-

ଏବେ ବ୍ରାଣ୍ଡ ସ୍କ୍ରିନ୍ ସମସ୍ୟା ଦ୍ବାରା ସୃଷ୍ଟି ହୋଇଥିବା ଅସୁବିଧାକୁ ସ୍ବୀକାର କରିଛି ଏବଂ ବ୍ୟବହାରକାରୀଙ୍କ ଆବଶ୍ୟକତା ପୂରଣ ପାଇଁ ଦକ୍ଷ ସମାଧାନ ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଛି । ଏହି ସମସ୍ୟାର ସମାଧାନ ଲାଗି ଉପଭୋକ୍ତାମାନଙ୍କୁ ନିକଟସ୍ଥ OnePlus ସେବା କେନ୍ଦ୍ର ପରିଦର୍ଶନ କରିବାକୁ କୁହାଯାଇଛି । ଏହାସହିତ ମୋବାଇଲରେ ଏହି 2ଟି ସମସ୍ୟା ଥିଲେ ଯାହା ଖର୍ଚ୍ଚ ହେବ ତାକୁ ଯୁଜର ଦେବେ ନାହିଁ, ବରଂ ମାଗଣାରେ କମ୍ପାନୀ ଏହାକୁ ଠିକ୍‌ କରିବ ।

ଏହା ବି ପଢନ୍ତୁ
  1. ଆସିଗଲା ୱାନପ୍ଲସର Diwali ଅଫର; ସ୍ମାର୍ଟଫୋନ ଉପରେ ମିଳିବ ବଡ଼ ରିହାତି
  2. ଫୋଲ୍ଡେବଲ ଫୋନ ଉପରେ ଆସିଲା ଦମଦାର ଅଫର; ମିଳିବ 30ହଜାର ପର୍ଯ୍ୟନ୍ତ ଡିସକାଉଣ୍ଟ

OnePlus କହିଛି ଯେ ଏହା କେବଳ ଗୋଟିଏ ବ୍ରାଣ୍ଡ ନୁହେଁ ଯାହାକି ଏପରି ଅପ୍ରତ୍ୟାଶିତ ସମସ୍ୟାର ସମ୍ମୁଖୀନ ହେଉଛି, କିନ୍ତୁ ଏପରି ମାଗଣା ସେବା ଯୋଗାଇବାରେ ଇଣ୍ଡଷ୍ଟ୍ରିରେ ପ୍ରଥମ ବୋଲି ଦାବି କରିଛି । କମ୍ପାନୀ କହିଛି ଯେ ସବୁଜ ଲାଇନ୍ ଆସୁଥିଲେ ଯେକୌଣସି ଉପଭୋକ୍ତା ସେମାନଙ୍କ ନିକଟତମ OnePlus ସେବା କେନ୍ଦ୍ର ସହିତ ଯୋଗାଯୋଗ କରିପାରିବେ । ଏହାସହିତ କମ୍ପାନୀ ଲାଇଫଟାଇମ ଡିସପ୍ଲେ ୱାରେଣ୍ଟି ମଧ୍ୟ ଦେଉଛି । ଆଗକୁ ଡିଭାଇସରେ ଏପରି ସମସ୍ୟାକୁ ଏଡ଼ାଇବା ଲାଗି କମ୍ପାନୀ ଉଦ୍ୟମ ଜାରି ରଖିଥିବା କହିଛି ।

Last Updated : 6 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.