ETV Bharat / technology

Nvidia-Apple ମଧ୍ୟରେ କାଣ୍ଟେ କା ଟକ୍କର; କିଛି ସମୟ ପାଇଁ ବିଶ୍ବର ମୂଲ୍ୟବାନ କମ୍ପାନୀ ହେଲା ଏନଭିଡିଆ

କିଛି ସମୟ ପାଇଁ ଆପଲ୍‌କୁ ପଛରେ ପକାଇ ଦୁନିଆର ମୂଲ୍ୟବାନ କମ୍ପାନୀ ଆସନରେ ବସିଲା ଚିପ୍‌ ନିର୍ମାତା କମ୍ପାନୀ ଏନଭିଡିଆ (Nvidia) । ଅଧିକ ପଢନ୍ତୁ

Nvidia on Friday overtook Apple
Nvidia on Friday overtook Apple (Nvidia)
author img

By ETV Bharat Tech Team

Published : 3 hours ago

ହାଇଦ୍ରାବାଦ: ବିଶ୍ବର ମୂଲ୍ୟବାନ କମ୍ପାନୀ ଆସନରେ ବସିବା ଲାଗି ଏନଭିଡିଆ ଓ ଆପଲ ମଧ୍ୟରେ ଛକାପଞ୍ଝା । କିଛି ସମୟ ପାଇଁ ଆପଲକୁ ପଛରେ ପକାଇ ଚିପ୍‌ ନିର୍ମାତା କମ୍ପାନୀ ଏନଭିଡିଆ ଦୁନିଆର ମୂଲ୍ୟବାନ କମ୍ପାନୀ ହୋଇପାରିଛି । ଏନଭିଡିଆର ବଜାର ମୂଲ୍ୟ 3.53 ଟ୍ରିଲିୟନ ଡଲାରରେ ପହଞ୍ଚିଥିବା ବେଳେ ଆଇଫୋନ ନିର୍ମାତା କମ୍ପାନୀ ଆପଲ୍‌ର ବଜାର ମୂଲ୍ୟ 3.52 ଟ୍ରିଲିୟନ ମୂଲ୍ୟ ରହିଥିଲା । ହେଲେ ପୁଣି ଆପଲ୍‌ର ବଜାର ମୂଲ୍ୟ ବୃଦ୍ଧି ପାଇବା ପରେ ଏହା ତା' ସ୍ଥାନକୁ ଫେରିଛି ।

ରଏଟର୍ସ ଅନୁଯାୟୀ, ଏନଭିଡିଆ ଷ୍ଟକରେ ଏକ 'ରେକର୍ଡ ସେଟିଂ ରାଲି' ଦେଖିଛି । କମ୍ପାନୀର ଏଆଇ ଚିପ୍ସର ଚାହିଦା ପାଇଁ କିଛି ସମୟ ପାଇଁ ହେଉ ପଛେ ପୁଣି ଥରେ ଏନଭିଡିଆ ଏହି କୀର୍ତ୍ତିମାନ ଅର୍ଜନ କରିଥିଲା । ପ୍ରକାଶ ଥାଉକି Nvidia ଦିନର ଶେଷ ସୁଦ୍ଧା 3.47 ଟ୍ରିଲିୟନ ଡଲାରକୁ ଖସି ଆସିଥିବାବେଳେ ଆପଲର ବଜାର ମୂଲ୍ୟ 3.52 ଟ୍ରିଲିୟନ୍ ଡଲାର ସହିତ ଶୀର୍ଷ ସ୍ଥାନ ଅଧିକାର କରିଛି ​। ସେପଟେ ମାଇକ୍ରୋସଫ୍ଟ 3.18 ଟ୍ରିଲିୟନ ଡଲାର ସହ ତାଲିକାର ତୃତୀୟ ସ୍ଥାନରେ ରହିଛି ।

ଏହା ପ୍ରଥମ ଥର ନୁହେଁ ଯେ GPU କମ୍ପାନୀ ଦୁନିଆର ମୂଲ୍ୟବାନ କମ୍ପାନୀ ହୋଇପାରିଛି । ଏହା ପୂର୍ବରୁ ଚଳିତ ବର୍ଷ ଜୁନରେ ଏନଭିଡିଆ ମାଇକ୍ରୋସଫ୍ଟ ଓ ଆପଲକୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଥିଲା । ଗତ କିଛି ମାସ ମଧ୍ୟରେ ବିଶ୍ବର ମୂଲ୍ୟବାନ କମ୍ପାନୀ ହେବା ଲାଗି ଏହି 3ଟି କମ୍ପାନୀ ମଧ୍ୟରେ କାଣ୍ଟେ କା ଟକ୍କର ଦେଖିବାକୁ ମିଳୁଛି ।

ଏହା ବି ପଢନ୍ତୁ
  1. ଭାରତରେ ସୁଦୃଢ ହେବ AI ଭିତ୍ତିଭୂମି; ହାତ ମିଳାଇଲେ Nvidia ଓ ରିଲାଏନ୍ସ
  2. NVIDIA-SBG ମଧ୍ୟରେ ଚୁକ୍ତି, AI କମ୍ପାନୀ କରିବା ଲକ୍ଷ୍ୟ

ଏନଭିଡିଆ କମ୍ପାନୀ ସମ୍ପର୍କରେ...

ଭିଡିଓ ଗେମ୍ ପାଇଁ Nvidia ହେଉଛି ପ୍ରୋସେସରର ଅଗ୍ରଣୀ ଡିଜାଇନର, ଯାହା ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ ବା ଜିପିୟୁ ଭାବରେ ଜଣାଶୁଣା । କମ୍ପାନୀ ବର୍ତ୍ତମାନ କୃତ୍ରିମ ଇଣ୍ଟେଲିଜେନ୍ସ ହାର୍ଡୱେୟାର, ସଫ୍ଟୱେୟାର ଏବଂ ସର୍ଭିସ ସ୍ପେସରେ ହେଡୱିଣ୍ଡ ତିଆରି କରି ଏଆଇ ଚିପ୍ସର ଅଗ୍ରଣୀ ଯୋଗାଣକାରୀ ହୋଇପାରିଛି । ଅକ୍ଟୋବରରେ କମ୍ପାନୀର ଷ୍ଟକ୍ ପ୍ରାୟ 18% ବୃଦ୍ଧି ପାଇଛି ।

Nvidia-Reliance ଚୁକ୍ତିନାମା:-

ନିକଟରେ (ଅକ୍ଟୋବର 24) Nvidia ଭାରତରେ AI ଭିତ୍ତିଭୂମି ବିକାଶ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହିତ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି । ଭାରତରେ କମ୍ପାନୀର ପ୍ରଥମ ଏଆଇ ସମ୍ମିଳନୀରେ ଏନଭିଡିଆ ସିଇଓ ଜେନସେନ୍ ହୁଆଙ୍ଗ ଏବଂ ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏ ନେଇ ଆଲୋଚନା କରିଥିଲେ । ଭାରତର ବହୁ ସଂଖ୍ୟକ କମ୍ପ୍ୟୁଟର ଇଞ୍ଜିନିୟର, ବିପୁଳ ତଥ୍ୟ ସମ୍ବଳ ଏବଂ ଗୁରୁତ୍ବପୂର୍ଣ୍ଣ ଉପଭୋକ୍ତା ଆଧାରକୁ ଦର୍ଶାଇ ଏଆଇ କ୍ଷେତ୍ରରେ ଦେଶର ସମ୍ଭାବନା ବିଷୟରେ ହୁଆଙ୍ଗ ସହିତ ଅମ୍ବାନୀ ଆଲୋଚନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.