ହାଇଦ୍ରାବାଦ: କିଛି ଦିନ ପୂର୍ବରୁ ମାରୁତି ଏହାର ପ୍ରଥମ ଅଲ୍-ଇଲେକ୍ଟ୍ରିକ କାର ମାରୁତି ଇ-ଭିଟାରାକୁ ଲୋକଲୋଚନକୁ ଆଣିଥିଲା । ଯାହା ପରେ ବର୍ତ୍ତମାନ ଟୟୋଟା ଏହାର ନୂତନ ଟୟୋଟା ଅରବାନ କ୍ରୁଜର ଇଭି ଉପରୁ ପରଦା ଉଠାଇଛି । କମ୍ପାନୀର ଏହି ନୂତନ ବୈଦ୍ୟୁତିକ ଏସୟୁଭି ଇ-ଭିଟାରାର ପ୍ଲାଟଫର୍ମରେ ନିର୍ମାଣ କରାଯିବ।
ଏହି କାରଣରୁ ଏହାର ଇଣ୍ଟିରିଅର, ଫିଚର ଏବଂ ଏପରିକି ଡିଜାଇନ ଲାଙ୍ଗୁଏଜ ବି ଇ-ଭିଟାରାଠାରୁ ନିଆଯିବ । ବିଶ୍ବାସ କରାଯାଏ ଯେ ନୂଆ ଟୟୋଟା ଅରବାନ କ୍ରୁଜ ଇଭି 2025 ମଧ୍ୟଭାଗରେ ୟୁରୋପୀୟ ବଜାରରେ ବିକ୍ରୟ ପାଇଁ ଉପଲବ୍ଧ ହେବ । ଆଶା କରାଯାଉଛି ଯେ ଟୟୋଟା ଆଗାମୀ ଇଣ୍ଡିଆ ମୋବିଲିଟି ଏକ୍ସପୋ 2025ରେ ଅରବାନ କ୍ରୁଜର ଇଭିକୁ ପରିଚିତ କରାଇପାରେ ।
ଏହା ବି ପଢନ୍ତୁ |
ଡିଜାଇନ:- ଏହି ନୂଆ କାରର ଡିଜାଇନ ସମ୍ପର୍କରେ କହିଲେ Urban Cruiser EV କାର ମାରୁତି ସୁଜୁକିର e-Vitara ସହିତ ପ୍ରାୟତଃ ସମାନ । କିନ୍ତୁ ଇ-ଭିଟାରାଠାରୁ କିଛିଟା ଭିନ୍ନ ହେବା ଲାଗି ଟୟୋଟା ନିଜ ନୂଆ ଇଲେକ୍ଟ୍ରିକ କାରରେ ଏଲଇଡି ଡିଆରଏଲ ଓ ହେଡଲ୍ୟାମ୍ପ, ଆଲଏ ହ୍ବିଲ, ସଂଶୋଧିତ ରିଅର ପ୍ରୋଫାଇଲକୁ ରିଡିଜାଇନ କରିବ । ଟୟୋଟା ଅରବାନ କ୍ରୁଜର ଇଭି ଏବଂ ମାରୁତି ସୁଜୁକି ଇ-ଭିଟାରା ମଧ୍ୟରେ ସମାନତା କେବଳ ଏହାର ବାହାର ପାର୍ଶ୍ବରେ ସୀମିତ ନୁହେଁ, ବରଂ ଅରବାନ କ୍ରୁଜର ଇଭିର ଭିତର ମଧ୍ୟ ଇ-ଭିଟାରା ସହିତ ସମାନ ହେବାକୁ ଯାଉଛି । ଉଭୟ କାର ମଧ୍ୟରେ କେବଳ ପାର୍ଥକ୍ୟ ସେମାନଙ୍କ ଷ୍ଟିଅରିଂରେ ରହିବ ଯେଉଁଠାରେ ଟୟୋଟା ଲୋଗୋ ରହିବ ।
ଫିଚର:- ଟୟୋଟା ଅରବାନ କ୍ରୁଜରରେ ଇନଫୋଟେନମେଣ୍ଟ ଓ ଇନଷ୍ଟ୍ରୁମେଣ୍ଟ ପ୍ୟାନେଲ ଲାଗି ଡୁଆଲ ସ୍କ୍ରିନ, ୱେୟାରଲେସ ସ୍ମାର୍ଟଫୋନ ମିରରିଙ୍ଗ, ସନରୁଫ, ଅଟୋମେଟିକ କ୍ଲାଇମେଟ୍ କଣ୍ଟ୍ରୋଲ, ୱେୟାରଲେସ ଚାର୍ଜର, ଅଟୋ ହୋଲ୍ଡ ସହିତ ଇଲେକଟ୍ରିକ ପାର୍କିଂ ବ୍ରେକ, ADAS ସୁଟ, 360-ଡିଗ୍ରୀ ସରାଉଣ୍ଡ କ୍ୟାମେରା ଓ ଅଟୋ ଡିମିଂ IRVM (କାର ଆଗ ସିଟ ଉପରେ ଥିବା ଆଇନା) ଦିଆଯାଇଛି ।
ସ୍ପେଶିଫିକେସନ:- Toyota Urban Cruiser EVରେ ଦୁଇଟି ବ୍ୟାଟେରୀ ପ୍ୟାକ ବିଳ୍ପ ରହିଛି, ଯେଉଁଥିରେ ପ୍ରଥମଟି 49kWh ଓ ଦ୍ବିତୀୟ ବ୍ୟାଟେରୀଟି 61kWhର ରହିଛି । ଏହାକୁ FWD (କେବଳ ଆଗ 2ଟି ଚକକୁ ଶକ୍ତି ଦେଉଥିବା ବ୍ୟାଟେରୀ) ରୂପରେ ଅଣାଯିବ । ଦ୍ବିତୀୟରେ AWD (ଅଲ-ହ୍ବିଲ ଡ୍ରାଇଭ) ସଂସ୍କରଣକୁ ବିଶେଷ ରୂପରେ ପ୍ରଦାନ କରାଯିବ । ଏହାବ୍ୟତୀତ କାରର ମୋଟ ପାୱାର ଆଉଟପୁଟ 184bhp ପାୱାର ଓ 300Nm ଟର୍କ ପ୍ରଦାନ କରିବ ।