ETV Bharat / technology

ମାତ୍ର 30ମିନିଟରେ ଡେଲିଭରି ହେବ ଫ୍ୟାସନ ପ୍ରଡକ୍ଟ; Myntra ଆଣିଲା M-Now ସେବା - MYNTRA QUICK FASHION DELIVERY

ଅନଲାଇନ ସପିଂ ପ୍ଲାଟଫର୍ମ ମିନ୍ତ୍ରା କ୍ବିକ କମର୍ସ ସର୍ଭିସରେ ପାଦ ରଖିଛି । ଏଣିକି ଗ୍ରାହକଙ୍କ ନିକଟରେ ମାତ୍ର 30ମିନିଟରେ ପହଞ୍ଚିବ ଅର୍ଡର । ଅଧିକ ପଢନ୍ତୁ

Myntra introduces a 30-minute quick delivery service M-Now
Myntra introduces a 30-minute quick delivery service M-Now (File Photo)
author img

By ETV Bharat Tech Team

Published : Dec 6, 2024, 12:16 PM IST

ହାଇଦ୍ରାବାଦ: ଇ-କମର୍ସ ସେକ୍ଟରର ପ୍ରମୁଖ କମ୍ପାନୀ ମିନ୍ତ୍ରା (Myntra) କ୍ବିକ୍‌ କମର୍ସ କାରବାର ଆରମ୍ଭ କରିଛି । ଭାରତରେ ସବୁଠୁ ବଡ଼ ଫ୍ୟାସନ କମ୍ପାନୀ M-Now ନାଁରେ ଏହି ସେବା ଆରମ୍ଭ କରିଛି । ଯାହାକି ମାତ୍ର 30ମିନିଟ ଭିତରେ ଆପଣଙ୍କ ଘରେ ପହଞ୍ଚାଇବ ଅର୍ଡର । ପୂର୍ବରୁ ଯେଉଁ ଅର୍ଡର ପହଞ୍ଚିବାକୁ 3ରୁ 5 ଦିନ ସମୟ ଲାଗୁଥିଲା ସେପରି ଆଉ ଘଟିବ ନାହିଁ । ଏବେ ବେଙ୍ଗାଲୁରୁରେ ଆରମ୍ଭ ହୋଇଥିବା ଏହି ସେବା ଆଗାମୀ ଦିନରେ ସାରା ଦେଶରେ ଆରମ୍ଭ ହେବ ବୋଲି ମିନ୍ତ୍ରାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ନନ୍ଦିତା ସିହ୍ନା କହିଛନ୍ତି ।

କଣ ଏହି M-Now ସର୍ଭିସ ?

କମ୍ପାନୀର ସିଇଓ ସିହ୍ନା କହିଛନ୍ତି, "ଫ୍ୟାସନ ଏକ ଏପରି କାଟେଗୋରି ଯେଉଁଥିରେ ଅନେକ ପ୍ରକାର ଚୟନ କରିବାକୁ ପଡ଼େ । M-now ଗ୍ରାହକଙ୍କୁ ସିଲେକ୍ସନ ଓ ସୁବିଧା ଉଭୟ ପ୍ରଦାନ କରିବ । ଆମେ ଗ୍ରାହକଙ୍କ ଜୀବନରୁ ଏହି ସମସ୍ୟାକୁ ହଟାଇବାକୁ ଚାହୁଁଛୁ । ସେବାକୁ ଆହୁରି ଶୀଘ୍ର ଓ ପ୍ରଡକ୍ଟର ବିବିଧତା ଉପରେ କାମ କରୁଛୁ । ଏଥିଲାଗି ମିନ୍ତ୍ରା 'କ୍ବିକ୍‌ କମର୍ସ' ସେବାରେ ପ୍ରବେଶ କରିଥିବା ପ୍ରଥମ ଫ୍ୟାସନ ଓ ଲାଇଫଷ୍ଟାଇଲ ଫୋକସ୍ଡ ବ୍ରାଣ୍ଡ ହୋଇପାରିଛି । ଏମ-ନାଓ ମାତ୍ର 30ମିନିଟରେ ଅନ୍ତର୍ଜାତୀୟ ଓ ଘରୋଇ ବ୍ରାଣ୍ଡର ପ୍ରଡକ୍ଟଗୁଡ଼ିକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବ ।"

ଏହା ବି ପଢନ୍ତୁ
  1. Amazon ତିଆରି କରୁଛି ସ୍ମାର୍ଟ ଚଷମା; ପିନ୍ଧିବା ପରେ ଆଖି ସାମ୍ନାରେ ହେବ ସବୁ ରାସ୍ତା
  2. ମାତ୍ର 10ମିନିଟରେ ଘର ପହଞ୍ଚିବ iPhone 16; ଡେଲିଭରି ସେବା ଆରମ୍ଭ କଲା ଏହି ଆପ୍‌

ପୂର୍ବରୁ ଆରମ୍ଭ କରିଥିଲା M-Express ସର୍ଭିସ:-

ବେଙ୍ଗାଲୁରୁ ସ୍ଥିତ ଏହି କମ୍ପାନୀ 2022ରେ ମେଟ୍ରୋ ସିଟିରେ ଏମ-ଏକ୍ସପ୍ରେସ (M-Express) ନାଁରେ ଏକ୍ସପ୍ରେସ ଡେଲିଭରି ସେବା ଆରମ୍ଭ କରିଥିଲା । ଏହି ସେବାର ଲକ୍ଷ୍ୟ ଥିଲା ମାତ୍ର 24-48 ଘଣ୍ଟା ଅର୍ଥାତ 2ଦିନରେ ପ୍ରଡକ୍ଟକୁ ଡେଲିଭରି କରିବା । ମିନ୍ତ୍ରା ସାଇଟ୍‌ରେ ଗ୍ରାହକମାନେ ଭେରୋ ମୋଡା, ମ୍ୟାଙ୍ଗୋ, ଟମି ହିଲଫିଗର, ଲେଭି, ଓନଲି, ଡାୟସନ, ଅରମାନି ଏକ୍ସଚେଞ୍ଜ, ମୋକୋବାରା, ହୁଡା ବ୍ୟୁଟି, ମେକ୍‌, ବବି ବ୍ରାଉନ୍‌ ଭଳି ବ୍ରାଣ୍ଡର ପ୍ରଡକ୍ଟକୁ କିଣିପାରିବେ ।

ପୂର୍ବରୁ କିଏ ଯୋଗାଉଛି ଏପରି ସେବା:-

Zepto ଏବଂ Blinkit ଦୀର୍ଘ ସମୟ ଧରି ତତକ୍ଷଣାତ୍ ଡେଲିଭରି ପ୍ଲାଟଫର୍ମରେ ସେବା ଯୋଗାଉଛନ୍ତି । ଉଭୟ ପ୍ଲାଟଫର୍ମ ସୀମିତ ସମୟ ମଧ୍ୟରେ ଗ୍ରୋସରୀ, ଫ୍ୟାଶନ୍-ବ୍ୟୁଟି, ଫଳ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ସହିତ ଡୋର୍‌ ଷ୍ଟେପ୍ ବିତରଣ ଯୋଗାଇଥାଏ । ଏହାସହିତ ବିଗ୍ ବାସ୍କେଟ୍ ମଧ୍ୟ 10 ମିନିଟରେ ଡେଲିଭରି ସେବା ପ୍ରଦାନ କରୁଛି । ଏପରି ସ୍ଥିତିରେ ମିନ୍ତ୍ରାର ଏମ-ନାଓ ପ୍ଲାଟଫର୍ମ 30 ମିନିଟରେ ଆପଣଙ୍କ ଘରକୁ ସାମଗ୍ରୀ ପହଞ୍ଚାଇବ। ଏହି ପ୍ଲାଟଫର୍ମରେ ଆପଣଙ୍କୁ ସବୁ ପ୍ରକାର ବ୍ୟୁଟି-ଫ୍ୟାସନ ସାମଗ୍ରୀ 30ମିନିଟ ମଧ୍ୟରେ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.