ETV Bharat / technology

ଆଜି ଲିପ ଡେ, ସ୍ବତନ୍ତ୍ର ଡୁଡୁଲରେ ସେଲିବ୍ରେସନ କରୁଛି ଗୁଗଲ

Leap Day 2024: ଆଜି ଲିପ ଡେ । ଚଳିତ ବର୍ଷ ଫେବୃଆରୀ 29 ତାରିଖ । ଆଜି ସ୍ବତନ୍ତ୍ର ଡୁଡୁଲରେ ସେଲିବ୍ରେସନ କରୁଛି ଗୁଗଲ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 29, 2024, 10:27 AM IST

Leap Day
Leap Day

ହାଇଦ୍ରାବାଦ: ଆଜି ଅଧିବର୍ଷ । ଏହାକୁ ଇଂରାଜୀରେ ଲିପ୍ ଡେ ମଧ୍ୟ କୁହାଯାଏ । ସାଧାରଣତଃ ଫେବୃଆରୀ ମାସ 28 ତାରିଖରେ ଶେଷ ହୁଏ । ହେଲେ ଚଳିତ ବର୍ଷ ଏହା 29 ହୋଇଛି । 4 ବର୍ଷକୁ ଥରେ ଫେବୃଆରୀ 29 ତାରିଖ ହେଉଥିବାରୁ ଏହାକୁ ଅଧିବର୍ଷ କୁହାଯାଏ । ତେବେ ଆଜିର ଏହି ସ୍ବତନ୍ତ୍ର ଦିନକୁ ଗୁଗଲ ମଧ୍ୟ ସେଲିବ୍ରେଟ କରୁଛି । ଏକ ଡୁଡୁଲ ତିଆରି କରି ଲିପ୍ ଇୟର ସେଲିବ୍ରେସନ କରୁଛି ଗୁଗଲ । ଗୁଗଲର ଡୁଡୁଲରେ ଦର୍ଶାଯାଇଛି ଯେ, ଫେବୃଆରୀ 28 ଏବଂ ମାର୍ଚ୍ଚ 1 ମଧ୍ୟରେ ଚଳିତ ବର୍ଷ ଫେବୃଆରୀ 29 ଆସି ସ୍ଥାନ ମାଡି ବସିଛି ।

କୌଣସି ଏକ ଖାସ୍ ଦିନ ଆସିଲେ ଲୋକେ ଗୁଗଲର ଡୁଡୁଲ ଦେଖିବା ପାଇଁ ଉତ୍ସାହିତ ରହିଥାଆନ୍ତି । 29 ଫେବୃଆରୀ 4 ବର୍ଷରେ ଥରେ ଆସିଥାଏ । ଏଥିପାଇଁ ସାରା ବିଶ୍ବରେ ଆଜି କ୍ରେଜ ଦେଖିବାକୁ ମିଳିଛି । ଗୁଗଲ ମଧ୍ୟ ଏକ ଡୁଡୁଲ ତିଆରି କରି ଦିବସକୁ ସେଲିବ୍ରେସନ କରୁଛି । ସାଧାରଣତଃ ଗୁଗଲର ଡୁଡୁଲ କୌଣସି ସଂଖ୍ୟା, ଇଭେଣ୍ଟ କିମ୍ବା କାର୍ଯ୍ୟକ୍ରମକୁ ନେଇ ହୋଇଥାଏ । ଏହା ସାଧାରଣତଃ କୌଣସି ଦେଶ ସହିତ ଜଡିତ ହୋଇଥାଏ । କିନ୍ତୁ ଆଜିର ଦିନ ବିଶ୍ବ ସହିତ ଜଡିତ । କାରଣ ସବୁ ଦେଶରେ ଆଜି ଲିପ୍ ଇୟର ପାଳିତ ହେଉଛି ।

29 ଫେବୃଆରୀ ଲିପ୍ ଡେ: 29 ଫେବୃଆରୀକୁ ଲିପ୍ ଡେ ଭାବେ ପାଳନ କରାଯାଉଥିବା ବେଳେ 2024 ମସିହାକୁ ଲିପ ଇୟର ଭାବେ ପାଳନ କରାଯାଉଛି । ଲିପ୍ ଇୟରରେ ଫେବୃଆରୀ 29 ହୋଇଥାଏ । କ୍ୟାଲେଣ୍ଡରକୁ ସନ୍ତୁଳିତ କରି ରଖିବା ପାଇଁ ପ୍ରତି 4 ବର୍ଷରେ ଥରେ ଫେବୃଆରୀ 29 ତାରିଖ ହୋଇଥାଏ । ଏହି ବର୍ଷ 365 ଦିନ ପରିବର୍ତ୍ତେ 366 ଦିନ ଥାଏ । ଏହି ଦିନଟି ବର୍ଷର ସବୁଠାରୁ କମ୍ ମାସରେ ଅର୍ଥାତ୍ ଫେବୃଆରୀରେ ଯୋଡା ଯାଇଛି । ପ୍ରକୃତରେ, ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରିବା ପାଇଁ 365 ଦିନ ଏବଂ ପ୍ରାୟ 6 ଘଣ୍ଟା ଲାଗେ । ଏହି କାରଣରୁ, ପ୍ରତି ଚାରିବର୍ଷରେ ଗୋଟିଏ ଦିନ ବୃଦ୍ଧି କରାଯାଏ ।

ଏହା ମଧ୍ୟ ପଢନ୍ତୁ: ଗୁଗୁଲ ଡୁଡୁଲରେ ଲିପ ଡେ

କଣ ପାଇଁ ହୁଏ ଲିପ ଇୟର : କେବଳ 4 ବର୍ଷକୁ ଥରେ ଫେବୃଆରୀ 29 ହେଉଥିବାରୁ ଏହାକୁ ଲିପ୍ ଇୟର କୁହାଯାଏ ନାହିଁ ବରଂ ଏହା ପଛରେ ଏକ କାହାଣୀ ମଧ୍ୟ ରହିଛି । ପୃଥିବୀରେ ଏକ ଦିନ 24 ଘଣ୍ଟା ବଦଳରେ 23.262222 ଘଣ୍ଟା ହୋଇଥାଏ । କିନ୍ତୁ ପ୍ରତିବର୍ଷ ଫେବୃଆରୀ ମାସର କ୍ୟାଲେଣ୍ଡରରେ 29 ତାରିଖ ଯୋଡିଲେ ଏହା 44 ମିନିଟ ଅଧିକ ହୋଇଯାଇଥାଏ । ଏହି କାରଣରୁ ସମସ୍ତ ଋତୁ ଏବଂ ମାସ ମଧ୍ୟରେ ଏକ ଭିନ୍ନ ପାର୍ଥକ୍ୟ ହୋଇଥାଏ । ଫେବୃଆରୀ 29 ତାରିଖ କ୍ୟାଲେଣ୍ଡର ଏବଂ ପୃଥିବୀର କକ୍ଷପଥ ମଧ୍ୟରେ ସନ୍ତୁଳନ ବଜାୟୀ ରଖିବାରେ ସାହାଯ୍ୟ କରିଥାଏ । ଯଦି 4 ବର୍ଷରେ ଥରେ ଲିପ ଡେ ହେବ ନାହିଁ ତାହେଲେ ମେ-ଜୁନରେ ହେଉଥିବା ଗ୍ରୀଷ୍ମ ପ୍ରଭାବ ନଭେମ୍ବର ମାସରେ ପହଞ୍ଚିବ । ଫେବୃଆରୀ 29 ତାରିଖ ଯୋଗୁଁ ସବୁ ଋତୁ ଠିକ ମାସରେ ଆସିଥାଏ । ଏହା କ୍ୟାଲେଣ୍ଡରରେ ସନ୍ତୁଳନ ବଜାୟୀ ରଖିଥାଏ ।

ପୂର୍ବରୁ ସୂର୍ଯ୍ୟଙ୍କର ସ୍ଥିତି ଯୋଗୁଁ ଦିନ ନିର୍ଣ୍ଣୟ କରାଯାଉଥିଲା । କିନ୍ତୁ ସମୟ ସହିତ ଲୋକଙ୍କ ପାଖକୁ ଆସିଲା କ୍ୟାଲେଣ୍ଡର । ଖ୍ରୀଷ୍ଟପୂର୍ବ 45ରେ ଜୁଲିୟସ ସିଜର କ୍ୟାଲେଣ୍ଡରରେ ଏକ ଅତିରିକ୍ତ ଦିନ ଯୋଡିଥିଲେ । କିନ୍ତୁ ଏଥିରେ ମଧ୍ୟ 11ମିନିଟର ପାର୍ଥକ୍ୟ ଦେଖାଯାଉଥିଲା । ପରବର୍ତ୍ତୀ ସମୟରେ, ଷୋଡଶ ଶତାବ୍ଦୀରେ, ପୋପ୍ ଗ୍ରେଗୋରୀ XIII ଗ୍ରେଗୋରିଆନ୍ କ୍ୟାଲେଣ୍ଡର ବାହାର କରିଥିଲେ । ଏଥିରେ ଫେବୃଆରୀ 29କୁ ସାମିଲ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.