ହାଇଦ୍ରାବାଦ: ଚଳିତ ବର୍ଷ ଆଉ ଏକ ସଫଳତା ହାତେଇବା ଦିଗରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) । ଆସନ୍ତା 17 ତାରିଖରେ ଲଞ୍ଚ ହେବ INSAT-3DS ସାଟେଲାଇଟ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଉପଗ୍ରହ ଉନ୍ନତ ପାଣିପାଗ ପୂର୍ବାନୁମାନ ଏବଂ ବିପର୍ଯ୍ୟୟ ସମ୍ବନ୍ଧୀୟ ଚେତାବନୀ ଯୋଗାଇବାରେ ସାହାଯ୍ଯ କରିବ । GSLV F-14 ସାହାଯ୍ୟରେ INSAT-3DS ସାଟେଲାଇଟକୁ ଲଞ୍ଚ କରାଯିବା ନେଇ ସୂଚନା ରହିଛି ।
INSAT-3DS ସାଟେଲାଇଟ ହେଉଛି ଜିଓଷ୍ଟେସନାରୀ କକ୍ଷପଥରେ ସ୍ଥାପିତ ହେବାକୁ ଥିବା ତୃତୀୟ ପିଢିର ପାଣିପାଗ ଅନୁସନ୍ଧାନକାରୀ ମିଶନ ଅଟେ । ଏହା ଭୂବିଜ୍ଞାନ ମନ୍ତ୍ରାଳୟ ଦ୍ବାରା ଅନୁଦାନ ପ୍ରାପ୍ତ ହୋଇଛି । ଏନେଇ ଇସ୍ରୋ ପକ୍ଷରୁ କୁହାଯାଇଛି, "INSAT-3DS ସାଟେଲାଇଟକୁ GSLV F-14 ସାହାଯ୍ୟରେ ଆସନ୍ତା 17 ତାରିଖ ସନ୍ଧ୍ୟା 5ଟା 30 ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ସ୍ସେସ ସେଣ୍ଟରରୁ(SDSC) ଲଞ୍ଚ କରାଯିବ ।"
ବିପର୍ଯ୍ୟୟ ନେଇ ଦେବ ଚେତାବନୀ: ଏନେଇ ଅନ୍ତରୀକ୍ଷ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, "ପାଣିପାଗର ପୂର୍ବାନୁମାନ, ବିପର୍ଯ୍ୟର ଚେତାବନୀ ବା ପୂର୍ବାନୁମାନ କରିବା ପାଇଁ ଏହାକୁ ଡିଜାଇନ କରାଯାଇଛି । ଏହା ଉଭୟ ସ୍ଥଳ ଏବଂ ସମୁଦ୍ର ପୃଷ୍ଠଭୂମି ଉପରେ ନଜର ରଖିବ ।"
ଏହା ମଧ୍ୟ ପଢନ୍ତୁ: ଜଳବାୟୁ ପରିବର୍ତ୍ତ ଉପରେ ରଖାଯିବ ଲକ୍ଷ୍ୟ, ଫେବୃଆରୀରେ ଲଞ୍ଚ ହେବ INSAT-3DS
INSAT-3DSରେ ଡାଟା ରିଲେ ଟ୍ରାନ୍ସପୋଣ୍ଡର(DRT) ଭଳି ଅତ୍ୟାବଶ୍ୟକ ସଞ୍ଚାର ପୋଲାଡ ସୁବିଧା ରହିଛି । ଏହି ଉପକରଣ ସ୍ବୟଂ ଚାଳିତ ତଥ୍ୟ ସଂଗ୍ରହ ପ୍ଲାଟଫର୍ମ ଏବଂ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ରରୁ ତଥ୍ୟ ଗ୍ରହଣ କରିଥାଏ । ଯାହାଦ୍ବାରା ପାଣିପାଗର ପୂର୍ବାନୁମାନ କରିବାର କ୍ଷମତା ବୃଦ୍ଧି ପାଇବ । SAS ଏବଂ R ଟ୍ରାନ୍ସପୋଣ୍ଡର ଏହି ସାଟେଲାଇଟର ମୁଖ୍ୟ ଉପଦାନ ଅଟେ । ଇସ୍ରୋ ଏସଏସଏଲଭି ବ୍ୟତୀତ ପିଏସଏଲଭିକୁ ମଧ୍ୟ ଲଞ୍ଚ କରିବା ନେଇ ଆଶା କରାଯାଉଛି । ଯାହା ଇଣ୍ଡଷ୍ଟ୍ରି କୋନସୋଷ୍ଟିୟମ ଦ୍ବାରା ବିକଶିତ କରାଯାଇଛି ।
ସାଟେଲାଇଟର ପେଲୋଡରେ ରହିଛି 6 ଚ୍ୟାନେଲ ଇମେଜର: INSAT-3DS ପୋଲେଡ ଏବଂ ସଞ୍ଚାର ସୁବିଧା ଦ୍ବାରା ବିପର୍ଯ୍ୟୟ ଚେତାବନୀ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବ । ଏହି ସାଟେଲାଇଟରେ 6 ଚ୍ୟାନେଲ ଇମେଜର, 19 ଚ୍ୟାନେଲ୍ ସାଉଣ୍ଡର, 19 ଚ୍ୟାନେଲ୍ ସାଉଣ୍ଡର୍, ସାଟେଲାଇଟ ଏଡେଡ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଟ୍ରାନ୍ସପୋଣ୍ଡର ସାହାଯ୍ୟ ନେଇ ଏହି ସାଟେଲାଇଟ ତଥ୍ୟ ପ୍ରଦାନ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ